ଚାଷୀଙ୍କ ଆୟ ବଢ଼ାଇବ ଦୁଗ୍ଧଚାଷ

ଭୁବନେଶ୍ୱର (ବୁ୍ୟରୋ): ଦେଶରେ ଡାଇରି କ୍ଷେତ୍ରରେ ପରିବର୍ତ୍ତନ ଆସିଛି । ଏହି କ୍ଷେତ୍ରରେ ଏବେ ଅଦ୍ଭୁତପୂର୍ବ ଅଭିବୃଦ୍ଧି ଦେଖିବାକୁ ମିଳୁଛି । ଏହା ଦ୍ୱାରା ଗ୍ରାମାଞ୍ଚଳରେ ବୃହତ ସଂଖ୍ୟକ ନିଯୁକ୍ତି ସୃଷ୍ଟି କରିବାର ସମ୍ଭାବନା ରଖିବା ସହ ଚାଷୀଙ୍କ ପାଇଁ ଅତିରିକ୍ତ ଆୟ, ରୋଜଗାର କରିବାର ମାଧ୍ୟମ ସାଜିବ । ବଲାଙ୍ଗୀରରେ ଆୟୋଜିତ ଦୁଇ ଦିନିଆ ଦୁଗ୍ଧଚାଷୀ ସମ୍ମିଳନୀକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏହା କହିଛନ୍ତି ।
ମୁଖ୍ୟମନ୍ତ୍ରୀ ନିଜର ଭିଡିଓ ବାର୍ତ୍ତାରେ କହିଛନ୍ତି, ଡାଇରି କ୍ଷେତ୍ରରେ ଏବେ ନୂତନ ଟେକ୍ନୋଲୋଜି, ଉତ୍ପାଦ ଏବଂ ଧାରା ଦେଖବାକୁ ମିଳିଛି, ଯାହା ଯୁବ ଉଦ୍ୟୋଗୀ ଏବଂ ଷ୍ଟାର୍ଟଅପ୍କୁ ଏହି କ୍ଷେତ୍ର ପ୍ରତି ଆକର୍ଷିତ କରୁଛି । ଉପଯୁକ୍ତ ନୀତିଗତ ପଦକ୍ଷେପ ଦ୍ୱାରା ରାଜ୍ୟ ସରକାର ଏହି କ୍ଷେତ୍ରକୁ ପ୍ରୋତ୍ସାହିତ କରୁଛନ୍ତି । ବଲାଙ୍ଗୀରରେ ଏହଭଳିି ସମ୍ମଳନୀ ଆୟୋଜିତ ହେବା ଆମ ପାଇଁ ଏକ ଖୁସିର ବିଷୟ । ଗୋପାଳନ ବିଶେଷଜ୍ଞ, ପ୍ରାଣୀ ଚିକିତ୍ସକ, ଗବେଷଣା ପ୍ରତିଷ୍ଠାନ, ଦୁଗ୍ଧଚାଷୀ ଏବଂ ଷ୍ଟାର୍ଟଅପ୍ ଲାଗି ଏହି ସମ୍ମିଳନୀ ଏକକ ପ୍ଲାଟଫର୍ମ ହୋଇ ପାରିବା ଉଭୟ ଜିଲ୍ଲା ଏବଂ ରାଜ୍ୟ ପାଇଁ ନୂତନ ସମ୍ଭାବନା ଆଣିବ ବୋଲି ମୋର ସମ୍ପୂର୍ଣ୍ଣ ବିଶ୍ୱାସ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।
ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସମେତ ସମ୍ମିଳନୀରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ, ବିକେଏନ ଦୁଗ୍ଧ ସମିତିର ମହାପ୍ରବନ୍ଧକ ଡ. ସରୋଜ କୁମାର ସାହୁ, ବିକେଏନ ଦୁଗ୍ଧ ସମିତିର ଅଧ୍ୟକ୍ଷ ସିମା ପଟେଲ, ଓଡିଶା ରାଜ୍ୟ ଦୁଗ୍ଧ ଉତ୍ପାଦକ ମହାସଂଘର ପରିଚାଳନା ନିଦେ୍ର୍ଦଶକ ଆଶିଷ ସିହ୍ନା, ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ (ଆର୍ଡିସି) ଡ. ସୁରେଶ ଦଲାଇ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସୀତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ । ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଣାଳୟର ସିଇଓ ଡ. ପ୍ରବୀଣ କୁମାର ମଲିକ, ଓଡିଶା ଜୈବିକ ଉତ୍ପାଦ ପ୍ରତିଷ୍ଠାନର ଯୁଗ୍ମ ନିଦେ୍ର୍ଦଶକ ତଥା କଟକ ଦୁଗ୍ଧ ସମିତିର ମହାପ୍ରବନ୍ଧକ ଡ. ଦିଗାମ୍ବର ନାୟକ ଓ ଭାରତ ସରକାରଙ୍କ ଦୁଗ୍ଧ ଏବଂ ପଶୁପାଳନ ବିଭାଗର ନିଦେ୍ର୍ଦଶକ ଡ. ସାରଦା ପ୍ରସନ୍ନ ସାହୁ ପ୍ରମୁଖ ଉପସ୍ଥତ ରହି ମତବ୍ୟକ୍ତ କରିଥିଲେ ।
ସମ୍ମିଳନୀ ରାଜ୍ୟର ପ୍ରାୟ ୬୫୦୦ ସମବାୟ ସମିତି ଓ ୩ ଲକ୍ଷ ଦୁଗ୍ଧଚାଷୀଙ୍କୁ ଦୁଗ୍ଧ ଉତ୍ପାଦନ ପାଇଁ ପ୍ରୋତ୍ସାହିତ କରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମଟି ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବାବେଳେ ସେଥିରେ ଅତିଥିଙ୍କ ଅଭିଭାଷଣ, ନେଟୱାର୍କି ଫୋରମ ଓ ବିଭିନ୍ନ କେସ୍ ଷ୍ଟଡି ଉପରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ଗୋପାଳନ କ୍ଷେତ୍ର ସହ ଜଡିତ ପ୍ରାୟ ୨ହଜାର ଲୋକ ଉପସ୍ଥିତ ରହି ନିଜର ଉତ୍ପାଦଗୁଡିକୁ ପ୍ରଦର୍ଶିତ କରିଛନ୍ତି । ଗୋପାଳନ କ୍ଷେତ୍ରରେ ବିକାଶମୂଳନ ଅବଦାନ, ସଫଳତା ପାଇଥିବା ଯୁବ ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *