୨୫ରୁ ଜିଲ୍ଲା ବୁଲିବ ବିଶ୍ୱକପ୍ ହକି ଟ୍ରଫି
ଭୁବନେଶ୍ୱର, ୨୧ା୧୨(ବୁ୍ୟରୋ): ଜାନୁୟାରୀ ୧୩ରୁ ୨୯ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ବିଶ୍ୱକପ୍ ହକି ମ୍ୟାଚ ନିମନ୍ତେ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି । ଡିସେମ୍ବର ୨୫ତାରିଖରୁ ବିଶ୍ୱକପ୍ ହକି ଟ୍ରଫି ରାଜ୍ୟର ସମସ୍ତ ଜିଲ୍ଲା ବୁଲିବା ସହ ଏହାକୁ ଜିଲ୍ଲାସ୍ତରରେ ଭବ୍ୟ ସ୍ୱାଗତ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ବଜେଟ୍ ଯୋଗାଇ ଦିଆଯାଇଛି । ଏହାବ୍ୟତିତ ମ୍ୟାଚ୍ ·ଲିଥିବାବେଳେ ରାଜ୍ୟବ୍ୟାପୀ ବିଭିନ୍ନ ଜିଲ୍ଲାରେ ପ୍ରଦର୍ଶନୀ, ଜିଲ୍ଲା ଉତ୍ସବ, ପଲ୍ଲିଶ୍ରୀ ମେଳା ସହ ରାଜ୍ୟସ୍ତରରେ ଭୁବନେଶ୍ୱର ଓ ରାଉରକେଲାରେ “ଶିଶିର ସାରସ’ ମେଳା ବ୍ୟାପକ ଆକାରରେ ପାଳନ ହେବ । ଏସବୁ କାର୍ଯ୍ୟକ୍ରମରେ ବିଶାଳ ଏଲ୍ଇଡି ଲଗାଯାଇ ହକି ମ୍ୟାଚ୍ଗୁଡ଼ିକର ସିଧା ପ୍ରସାରଣ କରାଯିବ ।
୨୫ତାରିଖରେ ବିଶ୍ୱକପ୍ ହକି ଟ୍ରଫି ଭୁବନେଶ୍ୱରରୁ ବାହାରି ୨୬ରେ ପୁରୀ, ୨୭ରେ ଖୋର୍ଦ୍ଧା ଓ ନୟାଗଡ଼, ୨୮ରେ କନ୍ଧମାଳ ଓ ଗଞ୍ଜାମ, ୨୯ରେ ଗଜପତି ଓ ରାୟଗଡ଼ା, ୩୦ରେ କୋରାପୁଟ ଓ ମାଲକାନଗିରି ବୁଲିବ । ଜାନୁୟାରୀ ୧ରେ ନବରଙ୍ଗପୁର ଓ କଳାହାଣ୍ଡି, ୨ରେ ନୂଆପଡ଼ା ଓ ବଲାଙ୍ଗିର, ୩ରେ ବୌଦ୍ଧ, ସୋନପୁର ଓ ବରଗଡ଼, ୪ ତାରିଖରେ ସମ୍ବଲପୁର ଓ ଝାରସୁଗୁଡ଼ା, ୫ ରେ ଦେବଗଡ଼ ଓ ଅନୁଗୁଳ, ୬ ରେ ଢେଙ୍କାନାଳ, ୭ରେ କେନ୍ଦୁଝର, ୮ରେ ମୟୂରଭଞ୍ଜ, ୯ରେ ବାଲେଶ୍ୱର ଓ ଭଦ୍ରକ, ୧୦ରେ ଯାଜପୁର ଓ କେନ୍ଦ୍ରାପଡ଼ା, ୧୧ରେ ଜଗତସିଂହପୁର ଓ କଟକ ଜିଲ୍ଲା ପରିକ୍ରମା କରିବ । ୧୨ ଓ ୧୪ ତାରିଖ ସୁନ୍ଦରଗଡ଼ର ସମସ୍ତ ବ୍ଲକରେ ଉକ୍ତ ଟ୍ରଫି ବୁଲିବ ଓ ୧୩ ତାରିଖରେ ରାଉରକେଲା ସହରରେ ଟ୍ରଫିକୁ ସ୍ୱାଗତ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି ।
ଟ୍ରଫିକୁ ସ୍୍ୱାଗତ କରିବା ଲାଗି ୨୧ଟି ଜିଲ୍ଲାକୁ ୩ଲକ୍ଷ ଟଙ୍କା ଲେଖାଏଁ ଏବଂ ସୁନ୍ଦରଗଡ଼, କେନ୍ଦୁଝର,ମୟୂରଭଞ୍ଜ, ବାଲେଶ୍ୱର, କଟକ, ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି ଓ ଗଞ୍ଜାମକୁ ୫ଲକ୍ଷ ଟଙ୍କା ଲେଖାଏଁ ଯୋଗାଇ ଦିଆଯାଇଛି । ଟ୍ରଫିକୁ ସ୍ୱାଗତ କରିବା ପାଇଁ ଜିଲ୍ଲାର ପ୍ରମୁଖ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ, ମିନି ମାରାଥାନ, ସ୍କୁଲ କଲେଜରେ କ୍ରୀଡ଼ା ପ୍ରତିଯୋଗିତା, ବିଶ୍ୱକପ୍ ହକି ଜର୍ସି, କ୍ୟାପ୍ ଓ ଅନ୍ୟ ଉପହାର ବଣ୍ଟନ ସମେତ ଯେଉଁମାନେ ସାମିଲ ହେବେ ସେମାନଙ୍କ ନିମିତ୍ତ ଜଳପାନ ଆଦିର ବ୍ୟବସ୍ଥା କରାଯିବ । ଏହି ଟ୍ରଫିକୁ ଜିଲ୍ଲାର ବିଧାୟକ, ସାଂସଦଙ୍କ ସମେତ ପ୍ରତିଷ୍ଠିତ କ୍ରୀଡ଼ାବିତ ଓ ବିଶିଷ୍ଟ ବ୍ୟକ୍ତିମାନେ ସ୍ୱାଗତ କରିବେ । ସେହିପରି ମ୍ୟାଚ୍ ·ଲିଥିବାବେଳେ ଜିଲ୍ଲାସ୍ତରରେ ହେବାକୁ ଥିବା ବିଭିନ୍ନ ଉତ୍ସବ, ପ୍ରଦର୍ଶନୀ ଓ ମେଳା ଆଦିରେ ମଧ୍ୟ ଜିଲ୍ଲାର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ମୋଟ ୩୨ଟି ମେଳା ଓ ପ୍ରଦର୍ଶନୀ ପାଇଁ ୫ ରୁ ୧କୋଟି ଟଙ୍କାର ବଜେଟ୍ ବରାଦ ହୋଇଛି ।