କମିବ ମଶାଙ୍କ ଉତ୍ପାତ

ଭୁବନେଶ୍ୱର (ବୁ୍ୟରୋ): ଡ୍ରୋନ୍ ସହାୟତାରେ ଆରମ୍ଭ ହୋଇଛି ମଶା ମରା ଅଭିିଯାନ । ଭୁବନେଶ୍ୱରରେ ମଶା’ର ପ୍ରାର୍ଦୁଭାବକୁ ନିୟନ୍ତ୍ରଣ କରିବା ପାଇଁ ରବିବାରଠାରୁ ଡ୍ରୋନ୍ ସହାୟତାରେ ମଶା ଲାର୍ଭା ନଷ୍ଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ଏହା ଭୁବନେଶ୍ୱରର ନୀଳାଦ୍ରୀ ବିହାର ଅଞ୍ଚଳରେ ଏହା ଆରମ୍ଭ ହୋଇଛି । ପର୍ଯ୍ୟାୟ କ୍ରମେ ଏହା ଭୁବନେଶ୍ୱରର ଅନ୍ୟାନ୍ୟ ଅଞ୍ଚଳରେ ଆରମ୍ଭ ହେବ । ଗୋଟିଏ ଡ୍ରୋନ୍ରେ ଫଟୋ ଉଠାଇ ମଶାର ଉତ୍ପତି ସ୍ଥଳକୁ ଚିହ୍ନଟ କରିବା ପରେ ଆଉ ଏକ ଡ୍ରୋନ୍ ସହାୟତାରେ ମଶା ନିପାତ ପାଇଁ ଔଷଧ ସିଞ୍ଚନ କରାଯାଉଛି । ଏହା ସହ ବିଭିନ୍ନ ଜ୍ଞାନ କୌଶଳର ବ୍ୟବହାର କରି ଏହି ସମସ୍ୟାର ସମାଧାନ କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ।
ଡ୍ରୋନରେ ଥରକରେ ଦଶ ଲିଟର ଲିକୁଇଡ ରହିପାରିବ । ସ୍ପ୍ରେ ମାଧ୍ୟମରେ ଉପରୁ ତଳକୁ ସିଞ୍ଚନ କରାଯାଏ । ସ୍ପ୍ରେ’କୁ କମାଇ ଓ ବଢାଇ ହେବ । ଏହି ଡ୍ରୋନ ସ୍ପ୍ରେ’ର ଶୁଭାରମ୍ଭ ବେଳେ ବିଏମ୍ସି କମିଶନର ଉପସ୍ଥିତ ଥିଲେ । ଏହି କିଟ୍ ନାଶକ ସିଞ୍ଚନ ପରେ ମଶାର ସ୍ଥିତି କିପରି ରହୁଛି ଏହି ଅଞ୍ଚଳର ଲୋକଙ୍କ ମତ ନିଆଯିବ । ତା ପରେ ଆଉ ଅଧିକ ଡ୍ରୋନର ବ୍ୟବସ୍ଥା କରାଯିବ ବୋଲି ବିଏସି କମିଶନର କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *