୨ଠ୨୩ରେ ଚୀନ୍ରେ କରୋନା ବିସ୍ଫୋରଣ!

ପ୍ରାଣ ହରାଇବେ ୧ଠ ଲକ୍ଷରୁ ଊଦ୍ଧ୍ୱର୍ ଲୋକ
ଚିକାଗୋ/ ବେଜିଂ (ଏଜେନ୍ସି): କରୋନା ସଂକ୍ରମଣଜନିତ ମୃତୁ୍ୟ ସମ୍ପର୍କରେ ଜାରି ଏକ ରିପୋର୍ଟକୁ ନେଇ ଚୀନ୍ ଏବେ ଅସ୍ତବ୍ୟସ୍ତ ହୋଇଉଠିଛି । ବାସ୍ତବରେ ଏହି ରିପୋର୍ଟ ଆମେରିକାର ଇନ୍ଷ୍ଟିଚୁ୍ୟଟ୍ ଅଫ୍ ହେଲ୍ଥ ମାଟି୍ରକ୍ସ ଆଣ୍ଡ୍ ଇଭାଲୁଏସନ୍ (ଆଇଏଚ୍ଏମ୍ଇ) ପକ୍ଷରୁ ଜାରି କରାଯାଇଛି । ଏଥିରେ ୨ଠ୨୩ ସୁଦ୍ଧା ଚୀନ୍ରେ ଚୀନ୍ରେ କରୋନା ସଂକ୍ରମଣଜନିତ ଆଉ ଏକ ବୃହତ୍ ଲହର ଦେଖିବାକୁ ମିଳିବ ଏବଂ ଏହି କାରଣରୁ ପ୍ରାୟ ୧ଠ ଲକ୍ଷରୁ ଊଦ୍ଧ୍ୱର୍ ଲୋକଙ୍କ ମୃତୁ୍ୟ ହେବ ବୋଲି ଦର୍ଶାଯାଇଛି ।
ରିପୋର୍ଟ ଅନୁସାରେ ଚୀନ୍ରେ କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଲାଗୁ କରାଯାଇଥିବା କଟକଣାକୁ ପ୍ରତ୍ୟାହାର କରିନିଆଯିବା ନିଷ୍ପତ୍ତି ବୁମେରାଂ ସାବ୍ୟସ୍ତ ହେବ । ଏହି କାରଣରୁ ଆଗାମୀ ସମୟରେ ଚୀନ୍ରେ କରୋନା ସଂକ୍ରମଣ ଭୟାବହ ରୂପ ଧାରଣ କରିବ । ରିପୋର୍ଟରେ ୨ଠ୨୩ ଏପ୍ରିଲ ପ୍ରଥମାର୍ଦ୍ଧ ସୁଦ୍ଧା ଚୀନ୍ରେ କରୋନା ସଂକ୍ରମଣ ଶିଖର ଛୁଇଁବ ବୋଲି ଦର୍ଶାଯାଇଛି । ଏହି ସମୟ ସୁଦ୍ଧା ଚୀନ୍ରେ ପ୍ରାୟ ୩ଲକ୍ଷ ୨୨ ହଜାର ଲୋକ ପ୍ରାଣ ହରାଇସାରିଥିବେ । ସେହିପରି ବର୍ଷ ଶେଷ ସୁଦ୍ଧା ମୃତକଙ୍କ ସଂଖ୍ୟା ୧ଠ ଲକ୍ଷରେ ପହଞ୍ଚôବ ବୋଲି ବିଶେଷଜ୍ଞମାନେ ଅନୁମାନ ଲଗାଇଥିବା ରିପୋର୍ଟ ଦର୍ଶାଇଛି ।
ଆଇଏଚ୍ଏମ୍ଇ ନିଦେ୍ର୍ଦଶକ କ୍ରିଷ୍ଟୋଫର୍ ମୁରେ କହିଛନ୍ତି, କରୋନା ଏପ୍ରିଲ ୧ ସୁଦ୍ଧା ତା’ର ସର୍ବୋଚ୍ଚ ସ୍ତରରେ ପହଞ୍ଚôବା ବେଳକୁ ଚୀନ୍ର ଏକ ଏକ ତୃତୀୟାଂଶ ଲୋକ କରୋନା ସଂକ୍ରମିତ ହୋଇସାରିଥିବେ । ଯାହାକି ବର୍ଷ ଶେଷ ସୁଦ୍ଧା ଅନିୟନ୍ତ୍ରିତ ହୋଇ ୧ଠ ଲକ୍ଷ ଛୁଇଁବା ନେଇ ଆକଳନ କରାଯାଉଛି । ଚୀନ୍ ସରକାର ଦେଶବାସୀଙ୍କ ଆକ୍ରୋଶକୁ ଦୃଷ୍ଟିରେ ରଖି କରୋନା ପ୍ରତିବନ୍ଧକ ହଟାଇଦେଇଛନ୍ତି । ଅନ୍ୟପକ୍ଷେ ଚୀନ୍ର ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ବିଧିବଦ୍ଧ ଭାବେ କୌଣସି କରୋନା ଜନିତ ମୃତୁ୍ୟସଂଖ୍ୟା ଜାରି କରିନାହିଁ । ଅର୍ଥାତ୍ ଚୀନ୍ ସରକାର ଜାଣିଶୁଣି କରୋନା ମୃତୁ୍ୟକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । କରୋନା ମହାମାରୀ ଯୋଗୁ ଏଯାଏ ଦେଶରେ କେବଳ ୫,୨୩୫ ଜଣଙ୍କ ମୃତୁ୍ୟ ହୋଇଥିବା ଚୀନ୍ ସରକାର ଦର୍ଶାଉଛନ୍ତି ଯାହାକି ଅବିଶ୍ୱାସନୀୟ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *