ଡିଲ୍ ପାଇଁ ଡାକି ବାନ୍ଧିଲା ଏସ୍ଟିଏଫ୍

ଢେଙ୍କାନାଳ (ଆପ୍ର): ୩ ଲକ୍ଷ ଜାଲ୍ ନୋଟ୍କୁ ୧ ଲକ୍ଷରେ ହେଉଥିଲା ଡିଲ୍ । ଏହି ସମୟରେ ମାଡ଼ ବସିଥିଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ । ଜାଲ୍ ନୋଟ୍ ଜବତ କରିବାବେଳେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦେବଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି । ଜାଲ୍ ନୋଟ୍ କାରବାର ନେଇ ଏସ୍ଟିଏଫ୍ ପାଖରେ ଅଭିଯୋଗ ହୋଇଥିଲା । ଏହା ପରେ ତତ୍ପର ହୋଇଥିଲା ଏସ୍ଟିଏଫ୍ । ପରେ ଜାଲ୍ ନୋଟ୍ କାରବାର କରୁଥିବା ସ୍ମଗଲରକୁ ଧରିବା ପାଇଁ ଜାଲ ବିଛାଇଥିଲା । ଜାଲ୍ ନୋଟ୍ କାରବାରରେ ସମ୍ପୃକ୍ତ ଥିବା ସ୍ମଗଲରଙ୍କୁ ଡିଲ୍ ପାଇଁ ଡାକିଥିଲେ । ଆଉ ଡିଲ୍ରେ ରାଜି ହୋଇ ସମ୍ପୃକ୍ତ ବ୍ୟକ୍ତି ଡିକିରେ ଜାଲ୍ ୩ ଲକ୍ଷ ଟଙ୍କାକୁ ଧରି ଢେଙ୍କାନାଳ ଜିଲ୍ଲାର ଭାପୁର ଆସିଥିଲେ । ଏସ୍ଟିଏଫ୍ ସେଠାରେ ତାଙ୍କୁ ମାଡ଼ି ବସିଥିଲା ।
ଗିରଫ ବ୍ୟକ୍ତିଙ୍କ ଘର ଦେବଗଡ଼ ଜିଲ୍ଲାରେ । ଏସ୍ଟିଏଫ୍ ତା’ଠାରୁ ୩ ଲକ୍ଷ ଜାଲ୍ ନୋଟ୍ ଜବତ କରିଛି । ଜବତ ନୋଟ୍ ଭିତରେ ୫୦୦ ଓ ୧୦୦ ଟଙ୍କିଆ ନୋଟ୍ ରହିଛି । ତେବେ ସମ୍ପୃକ୍ତ ବ୍ୟକ୍ତି ଜାଲ୍ ନୋଟ୍ କେଉଁଠୁ ଆଣିଲେ? କେତେ ଦିନ ଧରି ଜାଲ୍ ନୋଟ୍ କାରବାର କରୁଥିଲା? ସେ ସମ୍ପର୍କରେ ଏସ୍ଟିଏଫ୍ ତଦନ୍ତ ଚଳାଉଛି । ସେପଟେ ୨୦୨୨ରେ ଓଡିଶାରୁ ଜବତ ହୋଇଛି ୪୭ ଲକ୍ଷ ଟଙ୍କାର ନକଲି ନୋଟ୍ । ଓଡ଼ିଶାର ୪ ସ୍ଥାନରୁ ବିଶେଷ ସୂତ୍ରରୁ ସୂଚନା ପାଇ ଏସଟିଏଫ୍ ଜବତ କରିଛି ନକଲି ନୋଟର କାରବାର । ଏନେଇ ଏନ୍ଏସ୍ଏକୁ ଜଣାଇବୁ ବୋଲି କହିଛନ୍ତି ଏସଟିଏଫ୍ ଡିଏସପି ଏସ୍ଏନ୍ ରଥ ।
୨୦୧୨ରୁ ଏଯାବତ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ନୋଟ ଜବତ ହୋଇଛି, ଯାହା ଚିନ୍ତାର ବିଷୟ ପାଲଟିଛି । ଏନେଇ ଏନ୍ଏସ୍ଏକୁ ଜଣାଇବା ପରେ ଏହାର ତଦନ୍ତ କରିପାରେ ଏସଟିଏଫ୍ । କାରଣ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଛି । ଏନେଇ ଏସ୍ଏନ୍ ରଥ କହିଛନ୍ତି, ଓଡ଼ିଶାକୁ ବାହାର ରାଜ୍ୟ ଅର୍ଥାତ ଛତିଶଗଡ, ପଶ୍ଚିମବଙ୍ଗ, ବିହାର ଅଞ୍ଚଳରୁ ଏପରି କାରବାରର ଲିଙ୍କ ଥାଇପାରେ । ଅସଲି ୩୦ ହଜାର ଟଙ୍କା ବଦଳରେ ୧ ଲକ୍ଷ ଟଙ୍କାର ନକଲି ନୋଟ କାରବାର ହୋଇଥାଏ । ଭିଡଭାଡ ଅଞ୍ଚଳ ବା ହେଭି କ୍ୟାସ ପେମେଣ୍ଟ ହେଉଥିବା ସ୍ଥାନରେ ଅସଲି ନୋଟରେ ପୁରାଇ ଏସବୁ କାରବାର ହୋଇଥାଏ ବୋଲି ସେ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *