ସତ୍ୟ ଆଗକୁ ଆଣ

ଭୁବନେଶ୍ୱର, ୧୦ା୧୨ (ବୁ୍ୟରୋ): ପ୍ରମେୟ, ନୁ୍ୟଜ୍ ୭ ଓ ପ୍ରମେୟ ଡିଜିଟାଲ ୱିଙ୍ଗର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି, ପ୍ରମେୟ, ନୁ୍ୟଜ୍ ୭ ଓଡ଼ିଶାର ଏକ ଅଗ୍ରଣୀ ମିଡିଆ ହାଉସ୍ ଭାବରେ ଦାୟିତ୍ୱର ସହ ତାର ଭୂମିକା ନିର୍ବାହ କରିଚାଲିଛି । ସମାଜର ବିଭିନ୍ନ ବର୍ଗର ଲୋକଙ୍କ ଖବର, ବିଭିନ୍ନ ଅଞ୍ଚଳର ଖବର ଲୋକଲୋଚନକୁ ଆଣି ଲୋକଙ୍କ ବିଶ୍ୱାସ ହାସଲ କରିପାରିଛି ।
ବାର୍ଷିକ ଉତ୍ସବ ଅବସରରେ ପ୍ରମେୟ ପରିବାରକୁ ଅଭିନନ୍ଦନ । ମୁଖ୍ୟମନ୍ତ୍ରୀ କହିଲେ ସାମ୍ପ୍ରତିକ ସମୟରେ ଗଣମାଧ୍ୟମ ସବୁଠି ନିଜର ସ୍ଥିତି ଜାହିର କରିପାରିଛି । ଗଣମାଧ୍ୟମ ନିଷ୍ଠାର ସହ ସତ୍ୟର ଅନୁସନ୍ଧାନ କରି ଖବର ପରିବେଷଣ କଲେ ତାହା ଗାଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା ସହ ଆମ ଗଣତନ୍ତ୍ରକୁ ସଠିକ ଦିଗ ଦେଖାଇପାରିବ । ପ୍ରତ୍ୟେକ ଦାୟିତ୍ୱ ସମ୍ପନ୍ନ ଗଣମାଧ୍ୟମ ଲୋକଙ୍କ ସମସ୍ୟା ସମ୍ବଳିତ ଖବରକୁ ଲୋକଲୋଚନକୁ ଆଣିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣ ଆଣିବା ସହ ଏବେ ବିକାଶର ରାସ୍ତାରେ । ଆମ ରାଜ୍ୟରେ ସାମାଜିକ ସୁରକ୍ଷା ବହୁ ଆଗରେ ଥିଲାବେଳେ ଏବେ ଆମେ ଅର୍ଥନୀତିରେ ମଧ୍ୟ ବେଶ ଆଗକୁ ଯାଇଛୁ । ନିକଟରେ ଅନୁଷ୍ଠିତ ମେକ ଇନ ଓଡ଼ିଶାରେ ରାଜ୍ୟକୁ ସାଢ଼େ ୧୦ ଲକ୍ଷର ନିବେଶ ପ୍ରସ୍ତାବ ମିଳିଛି । ଏହା ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ପ୍ରସ୍ତାବିତ ଏ ନିବେଶକୁ ବାସ୍ତବ ରୂପ ଦେବାକୁ ଗଣମାଧ୍ୟର ସହଯୋଗ ଜରୁରୀ । ଆସନ୍ତୁ ଆମେ ହାତରେ ହାତ ମିଳାଇ ଏକ ସଶକ୍ତ, ସୁଖୀ ବିକଶିତ ଓଡ଼ିଶା
ଗଠନ କରିବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଏକବିଂଶ ଶତାବ୍ଦୀରେ ଓଡ଼ିଶାର ଲୁକ୍କାୟିତ ଜ୍ଞାନ, ସମ୍ପନ୍ନତାକୁ ପ୍ରସ୍ଫୁଟିତ କରିବାକୁ ହେବ ବୋଲି କହିଛନ୍ତି । ଓଡ଼ିଆ ଜାତି, ଭାଷା ସାହିତ୍ୟ, ଜନଜୀବନ, ସ୍ୱାଭିମାନ ଓ ପରମ୍ପରାକୁ ଆଗକୁ ନେବା ପାଇଁ ଆମକୁ ସଂକଳ୍ପ କରିବା ପାଇଁ ପଡିବ । ଜଣେ ଓଡ଼ିଆ ଭାବରେ ମୁଁ ଗର୍ବିତ । ହଜାର ହଜାର ବର୍ଷ ପୂର୍ବରୁ ଓଡ଼ିଶାର ଭୂମି ସୃଜନଶୀଳ ପ୍ରତିଭାରେ ଭରପୂର ଥିଲା । ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ଓ କୋଣାର୍କ ମନ୍ଦିର ବୈଜ୍ଞାନିକ ପୃଷ୍ଠଭୂମି, ଉତ୍ତମ ଜ୍ଞାନକୌଶଳ, ପ୍ରଯୁକ୍ତିବିଦ୍ୟା ଓ ଉକ୍ରର୍ଷ କଳାର ସର୍ବଶ୍ରେଷ୍ଠ ଉଦାହରଣ ଦେଉଛି । ଏକବିଂଶ ଶତାବ୍ଦୀରେ ସେହି ଆତ୍ମାକୁ ଆମକୁ ପୁର୍ନଃଜୀବିତ କରୁବାକୁ ପଡିବ । ଦକ୍ଷତା ସବୁବେଳେ ଆର୍ଥିକ ସମ୍ଭାବନା ପ୍ରଦାନ କରେ । ଜାତୀୟ ଶିକ୍ଷା ନୀତିରେ କ୍ରିଏଟିଭ୍ ସ୍କିଲକୁ ଗୁରୁତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି ।
ଏହି ଅବସରରେ ରାଜ୍ୟସଭା ଉପାଧ୍ୟକ୍ଷ ଡା. ହରିବଂଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲାବେଳେ ବିଶିଷ୍ଟ ସାମ୍ବାଦିକ ଓ ଚଳଚ୍ଚିତ୍ର ନିର୍ମାତା ପ୍ରୀତିଶ ନନ୍ଦୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ପ୍ରମେୟ, ନୁ୍ୟଜ୍ ୭ ଗ୍ରୁପ୍ ଏଡିଟର ଗୋପାଳକୃଷ୍ଣ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ । ସୁମା ରିଅଲ ମିଡିଆର ନିଦେ୍ର୍ଦଶିକା ଶାସ୍ୱତୀ ଦାସ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଆ ଫିଲ୍ମ ଦମନ ଓ ପ୍ରତୀକ୍ଷା ସହ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *