ଟ୍ରିଲିଅନ୍ ଡଲାର ଅର୍ଥବ୍ୟବସ୍ଥା

ଓଡ଼ିଶା ହେବ ବିକାଶର ମୁଖଶାଳା
ଭୁବନେଶ୍ୱର, ୧ା୧୨ (ବୁ୍ୟରୋ): ବିକାଶ ଆମର ଲକ୍ଷ୍ୟ । ଶିଳ୍ପାୟନକୁ ଆମର ସର୍ବାଧିକ ଫୋକସ । ଖୁବଶୀଘ୍ର ଓଡ଼ିଶା ଟ୍ରିଲିୟନ ଡଲାର ଅର୍ଥନୀତିକୁ ଛୁଇଁବ । ଆମେ ହିଁ ହେବୁ, ଦକ୍ଷିଣ ପୂର୍ବ ଏସିଆ ଓ ପୂର୍ବ ଭାରତ ବିକାଶର ମୁଖଶାଳା । ଆପଣମାନେ ଆସନ୍ତୁ, ନୂଆ ଓଡ଼ିଶା ଗଢିବାକୁ ରାଜ୍ୟରେ ଅଧିକରୁ ଅଧିକ ପୁଞ୍ଜି ଖଟାନ୍ତୁ । ବିକଶିତ ଓଡ଼ିଶାର ବନ୍ଧୁ ସାଜନ୍ତୁ । ମେକ ଇନ୍ ଓଡ଼ିଶା କନକ୍ଲେଭର ଦେଶ ଓ ବିଦେଶର ଶିଳ୍ପପତିଙ୍କୁ ଏମିତି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବେଶ ଆବେଗର ସହ ନବୀନ କହିଲେ ମେକ୍ ଇନ୍ ଓଡ଼ିଶାର ଏ ତୃତୀୟ ସଂସ୍କରଣକୁ ଆପଣଙ୍କୁ ମୁଁ ସ୍ୱାଗତ କରୁଛି । ଓଡ଼ିଶା ଏବେ ନୂଆ ସମ୍ଭାବନାର ରାଜ୍ୟ ପାଲଟିଛି । ବୃହତ ନିବେଶ ପ୍ରଥମ ପସନ୍ଦ ଏବେ ଓଡ଼ିଶା । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ମହିଳା ଶସକ୍ତିକରଣ ଓ ଦକ୍ଷତା ବିକାଶ କ୍ଷେତ୍ରରେ ଆମେ ଆଣିଛୁ ରୂପାନ୍ତରଣ ।
ସମ୍ମିଳନୀର ୨ୟ ଦିନରେ ଶିଳ୍ପପତି ଓ ନିବେଶକଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିଳ୍ପୋଦ୍ୟୋଗୀଙ୍କ ସ୍ୱପ୍ନ ସାକାର କରିବାକୁ ଓଡ଼ିଶା ସରକାର ଆଉ ଏକ ପାହୁଣ୍ଡ ଅଧିକ ଚାଲିବାକୁ ପ୍ରସ୍ତୁତ ଅଛନ୍ତି । କାରଣ ପୁଞ୍ଜନିବେଶ ସହ ଓଡ଼ିଶାର ପ୍ରଗତି ସଂଶ୍ଲିଷ୍ଟ । ଓଡ଼ିଶାର ଶିଳ୍ପନୀତି ନିବେଶକଙ୍କୁ ଯେଉଁ ପ୍ରେତ୍ସାହନ ଓ ସହାୟତା ଦେଉଛି ତାହା ସମଗ୍ର ଦେଶରେ ସର୍ବୋତ୍ତମ । ଆମେ ପର୍ଯ୍ୟଟନ, ନବୀକରଣ ଶକ୍ତି, ବୟନ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଓ ରପ୍ତାନି କ୍ଷେତ୍ରରେ ନୂଆ ନୀତି ଘୋଷଣା କରୁଛୁ । ନିବେଶକଙ୍କ ଆବଶ୍ୟକତା ଅନୁସାରେ ଆମେ ସହାୟତା କରିବାକୁ ପ୍ରସ୍ତୁତ ରହିଛୁ ବୋଲି ସେ କହିଛନ୍ତି ।
ଖଣି ଓ ଧାତବ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଦେଶରେ ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭାହୋଇଛି । ଇସ୍ପାତ ଓ ଆଲୁମିନିୟମ କ୍ଷେତ୍ରରେ ଓଡ଼ିଶା ଏକ ଅନ୍ତର୍ଜାତୀୟ ହବ୍ ହେବାକୁ ଯାଉଛି । କିନ୍ତୁ ଅନ୍ୟ କ୍ଷେତ୍ରଗୁଡ଼ିକରେ ବି ଓଡ଼ିଶାକୁ ବିକଶିତ କରିବାକୁ ଆମେ ଉଦ୍ୟମ କରୁଛୁ ।
ସଡ଼କ, ରେଳପଥ, ବନ୍ଦର ଆଜି ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପରେ ଆମେ ବିପୁଳ ନିବେଶ କରୁଛୁ ଓ ବିଦୁ୍ୟତ କ୍ଷେତ୍ରରେ ସଂସ୍କାର ଆଣିଛୁ । ସେହିପରି ଗୁଣାତ୍ମକ ବୈଷୟିକ ଶିକ୍ଷା, ଦକ୍ଷତା ବିକାଶ, କୃଷି ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବି ଆମେ ଗୁରୁତ୍ୱ ଦେଉଛୁ । ପ୍ରାୟ ୭୦ ଲକ୍ଷ ମହିଳାଙ୍କୁ ନେଇ ଗଠିତ ମିସନ ଶକ୍ତି ଏକ ଅଭିନବ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ । ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟ ଦାରିଦ୍ର୍ୟକୁ ଅଧା କମାଇବାରେ ସଫଳ ହୋଇଥିବାବେଳେ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିପାରିଛି । ଏଣୁ ନିବେଶକମାନେ ଓଡ଼ିଶାର ଏହି ଅନୁକୂଳ ବାତାବରଣର ସୁଯୋଗ ନେବାକୁ ସେ ଆମନ୍ତ୍ରଣ କରିଛନ୍ତି । ଏହି ଅବସରରେ ସେ ଏହି ସମ୍ମିଳନୀରେ ସହଯୋଗୀ ଥିବା ଜାପାନ, ଜର୍ମାନୀ ଓ ନରୱେ ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିଲେ ।
ସମୃଦ୍ଧ ଓଡ଼ିଶା-ବିକଶିତ ଓଡ଼ିଶା । ଏ ସ୍ୱପ୍ନକୁ ସଫଳ କରିବା ପାଇଁ ମୋ ରାଜ୍ୟବାସୀ, ମୋତେ ଭରସା କରିଛନ୍ତି । କ୍ରମାଗତ ଭାବେ ଆମକୁ ମିଳିଛି ଶାସନ ଡୋରୀ । ଏକ ସ୍ଥିର ସରକାର ହୋଉଛି ବିକାଶର ସବୁଠାରୁ ବଡ଼ ଉପାଦାନ । ଆମ ସରକାରର କେନ୍ଦ୍ରବିନ୍ଦୂରେ ସବୁବେଳେ ରହିଛି ସାଧାରଣ ଲୋକ । ଆମ ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ପାଇଁ ଏବଂ ସେମାନଙ୍କୁ ମର୍ଯ୍ୟାଦାର ସହ ବଞ୍ଚôବାର ସୁଯୋଗ ଦେବାକୁ ମୋ ସରକାର ଓ ୫ଟି ମଡେଲ ଆପଣାଇଛି । ଯାହା ବିଶ୍ୱ ସ୍ତରରେ ନୂଆ ବେଞ୍ଚ ମାର୍କ୍ ତିଆରି କରିଛି । ମିଶନ ଶକ୍ତି ଜରିଆରେ ୭୦ ଲକ୍ଷ ମହିଳାଙ୍କର ଶସକ୍ତିକରଣ ହୋଇଛି । ରାଜ୍ୟରୁ ୫୦% ଦାରିଦ୍ର୍ୟ ହଟାଇବା ସହ ଚାଷୀଙ୍କ ଆୟକୁ ଦୁଇଗୁଣା କରିପାରିଛୁ ।
ହାତଗଣତି ରାଜସ୍ୱ ବଳକା ରାଜ୍ୟ ମଧ୍ୟରେ ଓଡ଼ିଶା ଆଗରେ । ବିକାଶର ନୂଆ ଧାରାକୁ ଆପଣାଇବାକୁ ଆମେ ଶିଳ୍ପକୁ ସର୍ବାଗ୍ରେ ରଖିଛୁ । ଆମ ରାଜ୍ୟରେ ନିବେଶକାରୀଙ୍କୁ ସବୁ ପ୍ରକାର ସହାୟତା ଯୋଗାଇବୁ ସରକାର ସଙ୍କଳ୍ପବଦ୍ଧ । ଏଥିପାଇଁ ଆମେ ଆଣିଛୁ ନୂଆ ଶିଳ୍ପନୀତି । ଏଥିରେ ସହଯୋଗ ଓ ପ୍ରୋତ୍ସାହନ ଦେଶରେ ସବୁଠୁ ଆଗରେ । ପ୍ରର୍ଯ୍ୟଟନ, ବୟନଶିଳ୍ପ, ଖାଦ୍ୟ ପ୍ରକିୟାକରଣ, ଅକ୍ଷୟଶକ୍ତି କ୍ଷେତ୍ରରେ ମଧ୍ୟ ନିବେଶ ବଢାଇବାକୁ ଆମେ ଅନୁକୂଳ ନୀତି ଆଣିଛୁ । ଓଡ଼ିଶାରେ ପ୍ରାକୃତିକ ଖଣିଜ ପଦାର୍ଥର ଅଭାବ ନାହିଁ । ରେଳ ଲାଇନ, ବିମାନ ବନ୍ଦରରୁ ଆରମ୍ଭ କରି ବନ୍ଦର ଯାଏଁ ସବୁକୁଛି ସୁବିଧା ରହିଛି । ଦକ୍ଷ ମାନବ ସମ୍ଭଳ ଗଢି ତୋଳିବାକୁ ସ୍କିଲ୍ଚ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ହାତକୁ ନେଇଛୁ ।
ପୁଞ୍ଜିପତିଙ୍କୁ ସୁହାଇଲା ଭଳି ସମସ୍ତ ଅନୁକୂଳ ଶିଳ୍ପାୟନ ପରିବେଶ ଓଡ଼ିଶାରେ ଅଛି । ନିବେଶକ ମାନେ ବିନା ଦ୍ୱିଧାରେ ଓଡ଼ିଶା ଆସନ୍ତୁ, ନିବେଶ କରନ୍ତୁ, ସମୃଦ୍ଧ ଓଡ଼ିଶା ଗଠନରେ ଭାଗୀଦାରୀ ହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅପିଲ୍କୁ ଦେଶର ବିଶିଷ୍ଟ ଶିଳ୍ପପତିମାନେ ବେଶ୍ ସମର୍ଥନ ମଧ୍ୟ ଜଣାଇଛନ୍ତି । ଓଡ଼ିଶାର ରୂପାନ୍ତରଣ କ୍ଷେତ୍ରରେ ମେକ ଇନ ଓଡିÿଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ରାଜ୍ୟ ସରକାର ଶିଳ୍ପର ବିକାଶ ଲାଗି ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ଏକ ପ୍ରଗତିଶୀଳ ରାଜ୍ୟ ଭାବେ ବିକଶିତ ହେବାରେ ଲାଗିଛି । ଶାନ୍ତି, ସମୃଦ୍ଧି ଓ ବିକାଶ କ୍ଷେତ୍ରରେ ଓଡିଶା ପ୍ରମୁଖ ଉଦାହରଣ ସାଜିଛି । ୨ ଦଶନ୍ଧି ଧରି ରାଜ୍ୟରେ ବିକାଶ ଜାରି ରହିଛି । ଫାଇଭ-ଟି ଯୋଗୁ ବିକାଶ ସବୁସ୍ତରରେ ପହଞ୍ଚି ପାରିଛି । ଶିକ୍ଷା ପ୍ରତି ଗୁରୁତ୍ୱ, ଦକ୍ଷତା ବିକାଶ, କୃଷି, ମହିଳା ସଶକ୍ତିକରଣ, ଆଦିବାସୀ ବିକାଶ କ୍ଷେତ୍ରରେ ଓଡିଶା ପ୍ରମୁଖ ସଫଳତା ହାସଲ କରିଛି । ୭୦ଲକ୍ଷ ମହିଳା ଏସଏଚଜି ଗଠନ କରି ଓଡିଶା ଉଦାହରଣ ସୃଷ୍ଟି କରିଛି ।
ସ୍ୱାସ୍ଥ୍ୟ ରୂପାନ୍ତରରଣରେ ବିଏସକେୱାଇର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ରାଜ୍ୟରେ ଦାରିଦ୍ର୍ୟ ହାସ ପାଇଛି ଏବଂ ଚାଷୀଙ୍କ ଆୟ ଦୁଇଗୁଣ ହୋଇଛି । ଅଧିକ ରାଜସ୍ୱ ଆଦାୟ ହେବା ସହ ଅର୍ଥନୈତିକ ବିକାଶ ପ୍ରକ୍ରିୟା ଜାରି ରହିଛି । ବୃହତ ଭିତ୍ତିଭୂମି ପ୍ରକଳ୍ପ ସୃଷ୍ଟି ହୋଇଥିବାବେଳେ ପ୍ରଶାସନର ରୂପାନ୍ତରୀଣ ସମ୍ଭବ ହୋଇଛି । ଓଡିଶାର ଅଗ୍ରଗତି ନିବେଶ ସହ ସମ୍ପର୍କିତ । ବୟନ, ଖାଦ୍ୟଶିଳ୍ପ ଆଦି ବହୁ କ୍ଷେତ୍ରରେ ନୂଆ ନୀତି ଗ୍ରହଣ କରାଯାଉଛି । ଖଣି ଓ ଖଣିଜ କ୍ଷେତ୍ରରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାବେଳେ ବିଶ୍ୱସ୍ତରୀୟ ଶିକ୍ଷା ପ୍ରଦାନ କରିବା କ୍ଷେତ୍ରରେ ଓଡିଶା ପ୍ରମୁଖ ଉଦାହରଣ ସାଜିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *