ଦୀପାଲୋକରେ ଝଲସିଲା ସିଂହଦ୍ୱାର ଓ ବଡ଼ଦାଣ୍ଡ

ପୁରୀ (ବୁ୍ୟରୋ): ବିଶ୍ୱରୁ କରୋନା ମହାମାରୀକୁ ଅତିଶୀଘ୍ର ଅପସାରିତ କରି ସାରା ଜଗତରେ ଶାନ୍ତିର ବାତାବରଣ ସୃଷ୍ଟି କରିବା ଲକ୍ଷ୍ୟରେ ଦେବ ଦୀପାବଳି ଉତ୍ସବ ଶ୍ରୀକ୍ଷେତ୍ରରେ ପାଳିତ ହୋଇଛି । ଓଡ଼ିଶା ଇଣ୍ଟରନାସନାଲ ସେଣ୍ଟର ପକ୍ଷରୁ ଆୟୋଜିତ ଦୀପଦାନ ଉତ୍ସବ ସିଂହଦ୍ୱାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏକଲକ୍ଷ ଦୀପଦାନ କରାଯାଇଛି । ଏହି ଦୀପଦାନ ଲାଗି ମହାପ୍ରଭୁଙ୍କ ନିକଟରୁ ଦୀପ ପ୍ରଜ୍ଜ୍ୱଳିତ ହୋଇ ଆସିବା ପରେ ସିଂହଦ୍ୱାର ସମ୍ମୁଖରେ ସେବାୟତମାନେ ଦୀପ ପ୍ରଜ୍ଜ୍ୱଳନର ଶୁଭାରମ୍ଭ କରିଥିଲେ । ଏଭଳି ଅନନ୍ୟ କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ସମ୍ମୁଖରେ ଦୀପଦାନରେ ସାମିଲ ହୋଇଥିଲେ । ଏହି ସମୟରେ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସିଂହଦ୍ୱାର । ମହୋତ୍ସବକୁ ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ଯୁବ ବିଜେଡି ନେତା ଶୁଭାଶିଷ ଖୁଣ୍ଟିଆ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ପରେ ଦୀପଦାନ ଅନୁଷ୍ଠାନ କମିଟି ଉପାଧ୍ୟକ୍ଷ ରାଜକିଶୋର ପାତ୍ର, ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ଗୀତିକାର ବଦି୍ର ମିଶ୍ର, ମୀନା ହଜୁରୀ, ଦୀପକ ପୂଜାପଣ୍ଡା ସମେତ ଅନେକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ସଞ୍ଜ ସମୟରେ ସିଂହଦ୍ୱାର ସମେତ ବଡ଼ଦାଣ୍ଡ ପାଲଟିଯାଇଥିଲା ଏକ ଭକ୍ତମେୟ ପରିବେଶ । ମହାପ୍ରଭୁଙ୍କ ଉଦେ୍ଦଶ୍ୟରେ ଦୀପଦାନ କରି ସଂସାରରୁ ମହାମାରୀ କରୋନା ବିନାଶ ପାଇଁ ଗୁହାରି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *