ଜଗନ୍ନାଥ ସେନାର ବିକ୍ଷୋଭ
ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ୍ ଘଟଣା
ପୁରୀ (ବୁ୍ୟରୋ): ଥରେ କି ଦୁଇଥର ନୁହେଁ । ବାରମ୍ବାର ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏପରିକି ଶ୍ରୀମନ୍ଦିର ପ୍ରଶାସନ ତଥାକଥିତ ଭାବେ ଥାନାରେ ଏତଲା ଦେଇ ଚୁପ୍ ହୋଇ ବସିରହୁଛି । ସେହିଭଳି ପୁଲିସ ମଧ୍ୟ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ବୋଲି କହି ଶ୍ରଦ୍ଧାଳୁ, ସେବାୟତ ଓ ଜଗନ୍ନାଥପ୍ରେମୀଙ୍କୁ ଭୂଆଁ ବୁଲାଇ ଦିଆଯାଉଛି । ଘଟଣା ସମସ୍ତ ମନରୁ ଲିଭିଗଲା ପରେ ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ଫାଇଲ୍ ତଳେ ଫାଇଲକୁ ରଖି ଚୁପ୍ ହୋଇ ବସି ପଡ଼ିଥାନ୍ତି । ଚଳିତଥର ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ୍ ଘଟଣାକୁ ନେଇ ଗୁରୁତର ଭାବେ ଗ୍ରହଣ କରିଛି ଶ୍ରୀଜଗନ୍ନାଥ ସେନା । ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଏସପ୍ି କାର୍ଯ୍ୟାଳୟରେ ପହଞ୍ଚô ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନେ ଦାବି କରିଛନ୍ତି ଯେ, ଅଭିଯୁକ୍ତଙ୍କୁ ଶୀଘ୍ର ଠାବ କରାଯାଇ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏଭଳି ଅଘଟଣ ଘଟାଇଥିବା ଆକାଶ ଚୌଧୁରୀଙ୍କୁ ପୁରୀ ଅଣାଯାଇ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ତାଙ୍କର ପାସ୍ପୋର୍ଟକୁ ବାତିଲ୍ କରାଯାଉ ।
ସୂଚନାଥାଉକି, ଆକାଶ ଚୌଧୁରୀ ନାମକ ଜଣେ ଯୁବକ ତାଙ୍କ ଫେସ୍ବୁକ୍ ଆଇଡିରେ ଶ୍ରୀମନ୍ଦିର ଗର୍ଭଗୃହ ଓ ମହାପ୍ରଭୁଙ୍କ ରତ୍ନସିଂହାସନ ବିଜେ ଫଟୋକୁ ଗତ ୧୯ରେ ଅପ୍ଲୋଡ କରିଥିଲେ । ଉକ୍ତ ଘଟଣା ଜଣାପଡ଼ିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଥିଲା । ପରେ ପୁଲିସ ଅଭିଯୋଗକୁ ଗ୍ରହଣ କରି ଛାନ୍ଭିନ୍ କରୁଥିବା ଜଣାପଡ଼ିଛି ।