୧୫ ଜଣଙ୍କୁ ସମନ୍ କରିବ ଇଡି!
ଭୁବନେଶ୍ୱର, ୧୯ା୧୧ (ବୁ୍ୟରୋ): ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାର ପ୍ରଥମ ଅଭିଯୋଗକାରୀ ତଥା ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟର ସମନ ପରେ ଅକ୍ଷୟଙ୍କ ଓକିଲ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ବଡ଼ବଡ଼ିଆଙ୍କୁ ହନିଟ୍ରାପ ଜାଲରେ ଫସାଇ ବ୍ଲାକମେଲ କରିବା ଏକ ବଡ଼ ଷଡଯନ୍ତ୍ର ବୋଲି ସେ କହିଛନ୍ତି । ଏହାପରେ ଆଇନଜୀବୀଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି । ବ୍ଲାକମେଲର ଦମ୍ପତ୍ତି ଅର୍ଚ୍ଚନା ଓ ଜଗବନ୍ଧୁ ମାମଲାରେ ତଦନ୍ତକୁ ଜୋରଦାର କରିଛି ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ । ଖଗେଶ୍ୱରକୁ ସ୍କାନରକୁ ଆଣି ପଚରାଉଚରା ଜାରି ରହିଛି । ମାମଲାରେ ଅଧିକ ତଦନ୍ତ ପାଇଁ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ସମନ କରିଥିଲା ଇଡି । ଇଡି ନିକଟରେ ହାଜର ହେବା ପାଇଁ କିଛି ସମୟ ମାଗିବାକୁ ଆସିଥିଲେ ଅକ୍ଷୟଙ୍କ ଓକିଲ । ଏହା ଏକ ବଡ଼ ଷଡ଼ଯନ୍ତ୍ର । ଯଦି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତଦନ୍ତକାରି ସଂସ୍ଥା ତଦନ୍ତ ସଠିକ କରେ ଏହା ପଛରେ ବଡ଼ବଡ଼ିଆଙ୍କ ମୁଖା ଖୋଲିବ । ଏହା ପଛର ସବୁ ସତ୍ୟାସତ୍ୟ ପଦାକୁ ଆସିବ । ବ୍ୟାଙ୍କକରୁ ଫେରି ଅକ୍ଷୟ ସଙ୍ଗରୋଧରେ ଅଛନ୍ତି । ସେ ଖୁବ ଶୀଘ୍ର ହାଜର ହୋଇ ତଦନ୍ତରେ ସହଯୋଗ କରିବେ ବୋଲି ସେ କହିଛନ୍ତି ।
ଅକ୍ଷୟ ପରିଜାଙ୍କ ଓକିଲଙ୍କ ବୟାନ ପରେ ଏବେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ଅସଲରେ ଅର୍ଚ୍ଚନା କେଳେଙ୍କାରୀ ପଛରେ କାହାର ହାତ ରହିଛି । ବଡବଡିଆଙ୍କୁ ଏପରି ହନିଟ୍ରାପରେ ଫସାଇବାକୁ କିଏ ଏଭଳି ଜାଲ ବିଛାଇଥିଲା । ଅନେକ ରାଜନୈତିକ ଦଳର ନେତାଙ୍କ ସହ ସମ୍ପର୍କରେ ରହି ଏପରି ଏକ ଷଡ଼ଯନ୍ତ୍ର ଜରିଆରେ ରାଜନୈତିକ ଷଡ଼ଯନ୍ତ୍ର ରଚାଯାଇଥିଲା କି । ବଡ଼ ବଡ଼ ବ୍ୟବସାୟୀଙ୍କଠାରୁ ଅର୍ଚ୍ଚନା ହନିଟ୍ରାପ ଜରିଆରେ ଅର୍ଥ ସଂଗ୍ରହ କରୁଥିଲା କି? ଏଭଳି ଏବେ ଅନେକ ପ୍ରଶ୍ନ ଠିଆ ହୋଇଛି । ଯାଫଳରେ ପୁଣି ଜୋର ଧରିଛି ଅର୍ଚ୍ଚନାକୁ ନେଇ ରାଜନୀତି । ଏହି ମାମଲାରେ ପରୋକ୍ଷରେ ବିଜେଡି ଆଡକୁ ଆଙ୍ଗୁଠି ଉଠାଇଛନ୍ତି ବିଜେପି ବିଧାୟକ ଭାସ୍କର ମଢେଇ ।
ସେପଟେ ଇଡି ଜେରାରେ ଅଧିକ ମୁହଁ ଖେଶଲି ନଥିଲେ ବି ବ୍ୟାଙ୍କ ତଥ୍ୟରୁ ହସ୍ତଗତ ୧୫ ଜଣଙ୍କୁ ଇଡି ସମନ କରିବ । ଖୁବ୍ଶୀଘ୍ର ସେମାନଙ୍କୁ ଇଡିରେ ହାଜର ହେବାକୁ ନୋଟିସ୍ ହେବ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି । ଜନୈକ ଅଧିକାରୀଙ୍କ ସୂଚନାରେ, ଖଗେଶ୍ୱରକୁ ଇଡି ମାରାଥନ ଜୋରା ପରେ ବି ସେ ଅଧିକ ମୁହଁ ଖୋଲିନାହିଁ । ତେଣୁ ଇଡି ଖଗେଶ୍ୱରକୁ ଆଉଥରେ ରିାମଣ୍ଡରେ ନେବାକୁ ଆବେଦନ କରିପାରେ । ସେହିପରି ଅର୍ଚ୍ଚନା ମାମଲାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଇଡି ଜେରା କରିବ । ଖୁବ୍ଶୀଘ୍ର ଅନ୍ୟ ସନ୍ଦିଗ୍ଧଙ୍କୁ ଇଡି ନୋଟିସ୍ କରିବ ବୋଲି ଅଧିକାରୀ ଜଣକ କହିଛନ୍ତି ।