ଦୀପାଲୋକରେ ଝଲସିବ ବଡ଼ଦାଣ୍ଡ

ପୁରୀ (ବୁ୍ୟରୋ): ବିଶ୍ୱରୁ ମହାମାରୀମୁକ୍ତ ଏବଂ ଜଗତକଲ୍ୟାଣ ଲାଗି ବଡ଼ଦାଣ୍ଡରେ ଦେବ ଦୀପାବଳୀ ସନ୍ଧ୍ୟାରେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏପରିକି ଶ୍ରୀମନ୍ଦିରର ସିଂହଦ୍ୱାର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାଶ୍ୱର୍ରେ ଜଳିବ ଦୀପ । ଫଳରେ ଦୀପାଶିଖାରେ ଝଲସିବ ବଡ଼ଦାଣ୍ଡ । । ଏହି ମହାନ୍ ପର୍ବରେ ସହରର ସମସ୍ତ ବାସିନ୍ଦାମାନେ ସାମିଲ ହୋଇ ଆସନ୍ତା ୨୩ ତାରିଖ ଅର୍ଥାତ୍ ବୁଧବାର ଦିନ ସନ୍ଧ୍ୟା ୫ଘଟିକାରୁ ୭ଘଟିକା ମଧ୍ୟରେ ଦୀପ ଜାଳିବାକୁ ଦୀପଦାନ କାର୍ଯ୍ୟକ୍ରମର ଉପାଧ୍ୟକ୍ଷ ତଥା ବିଶିଷ୍ଟ ସମାଜସେବୀ ରାଜକିଶୋର ପାତ୍ର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହାମାରୀରୁ ମାନବ ଜାତିକୁ ରକ୍ଷା କରିବା ଉକ୍ତ ଦିନ ସକାଳ ୧୦ଟାରେ ରାଣୀସତୀ ମଣ୍ଡପଠାରେ ଏକ ଅଗ୍ନିହୋତ୍ର ଯଜ୍ଞ ଅନୁଷ୍ଠିତ ହେବ । ଏଭଳି ପର୍ବରେ ସମସ୍ତେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ଶ୍ରୀ ପାତ୍ର । ଅନୁଷ୍ଠାନର ସାଙ୍ଗଠନିକ ସମ୍ପାଦକ ତଥା ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆ ସୂଚନା ଦେଇ କହିଛନ୍ତି ଯେ, ଏହି ପବିତ୍ର ଦିନରେ ପୁରୀବାସୀ ସାମିଲ ହୋଇ ବଡ଼ଦାଣ୍ଡରେ ଅନୁଷ୍ଠିତ ହେଉଥିବା ଦେବ ଦୀପାବଳୀରେ ସାମିଲ ହୁଅନ୍ତୁ । ତତ୍ସହିତ ପୁରୀ ନୁହେଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଥିବା ଜଗନ୍ନାଥ ମନ୍ଦିରରେ ଦୀପଦାନ କାର୍ଯ୍ୟକ୍ରମ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି ।
ଓଡ଼ିଶା ଇଣ୍ଟର୍ ନାସ୍ନାଲ ସେଣ୍ଟର, ଛତିଶା ନିଯୋଗ ଓ ପୁରୀର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ମିଳିତ ଭାବେ ଅନୁଷ୍ଠିତ ହେବ କାର୍ଯ୍ୟକ୍ରମ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ଉପଦେଷ୍ଟା ଗୌରହରି ପ୍ରଧାନ, କବି ଶଙ୍କର୍ଷଣ ପରିଡ଼ା, ହରିହର କାନୁନୁଗୋ, ପୂର୍ବତନ କୁଳପତି ହରେକୃଷ୍ଣ ଶତପଥି ଓ ସମାଜସେବୀ ସୂର୍ଯ୍ୟ ରଥ ପ୍ରମୁଖ ଯୋଗଦେଇ ଦେବ ଦୀପାବଳୀର ମହତ୍ୱ ଓ ଦୀପଦାନ ବିଶେଷତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । କମିଟିର ଆବାହକ ଭାବଗ୍ରାହୀ ପାଣିଗ୍ରାହୀ ଶାନ୍ତି ଓ ସଭାପତି ରତିକାନ୍ତ ପାଢ଼ୀ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଓଡ଼ିଶାର ସମସ୍ତ ଜଗନ୍ନାଥପ୍ରେମୀଙ୍କ ସହଯୋଗ କାମନା କରିଥିଲେ । ଶେଷରେ ଦୀପାଞ୍ଜଳି କାର୍ଯ୍ୟକ୍ରମ ପାଇଁ ବିଶେଷ ଭାବରେ ନିର୍ମିତ ମାଟି ଦୀପକୁ ଉନ୍ମୋଚନ କରିଥିଲେ କମିଟିର ଉପାଧ୍ୟକ୍ଷ ଶ୍ରୀ ପାତ୍ର ଏବଂ ସାଙ୍ଗଠିନକ ସମ୍ପାଦକ ଶ୍ରୀ ଖୁଣ୍ଟିଆ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *