୨୮ ଡିସେମ୍ବରରୁ ଖୋଲିବ ମଣ୍ଡି

ଜିଲ୍ଲାସ୍ତରୀୟ ଧାନକ୍ରୟ ବୈଠକ
କେନ୍ଦ୍ରାପଡ଼ା (ଆପ୍ର): ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅମିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଧାନକ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଡିସେମ୍ବର ୨୮ତାରିଖରୁ ୧୧୮ଟି ମଣ୍ଡିରେ ଧାନ କ୍ରୟ କରାଯିବାକୁ ନିଷ୍ପତି ହୋଇଛି ।
ରାଜ୍ୟ ସରକାରଙ୍କ ନିଦେ୍ର୍ଦଶ କ୍ରମେ କୃଷି ସମବାୟ ସମିତି ମାଧ୍ୟମରେ ଚଳିତ ବର୍ଷ ୯୦ଭାଗ ଧାନ ଗ୍ରହଣ କରିବାକୁ ଧାର୍ଯ୍ୟ କରାଯାଇଛି । ଗତବର୍ଷ ୪୦ହଜାର ଚାଷୀ ଧାନ ପାଇଁ ନାମ ପଞ୍ଜିକୃତ କରିଥିବା ବେଳେ ଏ ବର୍ଷ ୪୪ହଜାର ଚାଷୀ ନିଜ ନାମ ପଞ୍ଜିକୃତ କରିଛନ୍ତି । ୩ ରୁ ୪ ଦିନ ମଧ୍ୟରେ ମଣ୍ଡି ଗୁଡିକୁ ତନଖି କରି ଏହାର ଭିତ୍ତିଭୁମିକୁ ସଜାଡ଼ିବାକୁ ଯୋଗାଣ ଅଧିକାରୀଙ୍କୁ ଜିଲ୍ଲପାଳ ନିଦେ୍ର୍ଧଶ ଦେଇଛନ୍ତି । ତାଳଚୁଆ, ଡାଙ୍ଗମାଳ, ଇଶ୍ୱରପୁରରେ ଧାନମଣ୍ଡି ଖୋଲିବାକୁ ରାଜନଗର ବିଧାୟକଙ୍କ ପ୍ରତିନିଧି ତଥା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅଶୋକ ପ୍ରତିହାରୀ ପ୍ରଶାସନକୁ ଅନୁରୋଧ କରିଛନ୍ତି । ଚଳିତବର୍ଷ ପ୍ରଥମ କିସ୍ତିରେ ୮୪୮୦୮.୮୨ ମେଟ୍ରିକ ଟନ୍ ଧାନ ଚାଷୀଙ୍କଠାରୁ କିଣିବାକୁ ସରକାର ଲକ୍ଷ ଧାର୍ଯ୍ୟ କରିଛନ୍ତି । ଅଭିଯୋଗ ଓ ପରାମର୍ଶ ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟଳରେ ୨୪ ଘାଣ୍ଟିଆ ନିୟନ୍ତ୍ରଣ କକ୍ଷକୁ ନିଦେ୍ର୍ଦଶ ଦିଆଯାଇଛି । ଏହି ବୈଠକରେ ଜିଲ୍ଲପାରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠି, ଅତିରିକ୍ତ ଜିଲା୍ଲପାଳ ପିତାମ୍ବର ସାମଲ, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ପାଟକୁରା ବିଧାୟକଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ, ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *