ବାଲିରେ ବିଶ୍ୱ ନେତାଙ୍କ ସାମୂହିକ ଚାରାରୋପଣ

ବାଲି (ଏଜେନ୍ସି): ଜି-୨ଠ ଶିଖର ସମ୍ମିଳନୀ ପରିପ୍ରେକ୍ଷୀରେ ଇଣ୍ଡୋନେସିଆର ବାଲି ସହରରେ ଏକଜୁଟ୍ ହୋଇଥିବା ଜି-୨ଠ ଗ୍ରୁପ୍ର ସମସ୍ତ ସଦସ୍ୟ ରାଷ୍ଟ୍ରର ମୁଖ୍ୟ ‘ତମନ୍ ହୁତାନ୍ ରାୟା ନୁରା ରାଇ’ (ଭାରତୀୟ ଅର୍ଥ ହେନ୍ତାଳ ବନ)ରେ ଚାରା ରୋପଣ କରିଛନ୍ତି । ହେନ୍ତାଳବନରେ ପ୍ରଧାନମନ୍ତ୍ରୀ ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡନ୍, ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍, ଚୀନ୍ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କ ସମେତ ସମସ୍ତ ସଦସ୍ୟ ରାଷ୍ଟ୍ରର ମୁଖ୍ୟ ଚାରା ରୋପଣ କରିବା ପୂର୍ବକ ବିଶ୍ୱବାସୀଙ୍କୁ ବର୍ତ୍ତମାନ ସମୟରେ (ଦ୍ରୁତ ଜଳବାୟୁ ପରିବର୍ତ୍ତନ) ଗଛର ଆବଶ୍ୟକତା ସମ୍ପର୍କରେ ଏକ ବୃହତ୍ ବାର୍ତ୍ତା ଦେଇଛନ୍ତି ।
ପ୍ରକାଶ, ଭାରତ ପରି ଇଣ୍ଡୋନେସିଆରେ ମଧ୍ୟ ହଜାର ହଜାର ହେକ୍ଟର ଜଙ୍ଗଲ ରହିଛି । ଏହାକୁ ‘ତମନ୍ ହୁତାନ୍ ରାୟା ନୁରା ରାଇ’ ମ୍ୟାନ୍ଗ୍ରୁଭ୍ ଭାବେ ଅଭିହିତ କରାଯାଇଥାଏ । ଭାରତରେ ୫ହଜାର କିଲୋମିଟର ପରିବ୍ୟାପ୍ତ ଅଞ୍ଚଳ ପରିମିତ ହେନ୍ତାଳ ବନରେ ୫ଠରୁ ଅଧିକ ପ୍ରଜାତିର ବୃକ୍ଷ ଓ ଗୁଳ୍ମ ଦେଖାଯାଏ । ବାଲିର ଏହି ହେନ୍ତାଳ ବନରେ ମଧ୍ୟ ବିଭିନ୍ନ ପ୍ରଜାତିର ବୃକ୍ଷ ଓ ଗୁଳ୍ମ ଦେଖିବାକୁ ମିଳିଥାଏ । ଜୈବ ବିବିଧତାର ସମୃଦ୍ଧ ସ୍ଥାନ ଏବଂ ଅଙ୍ଗାରକାମ୍ଳ ବାଷ୍ପ ବିଶୋଷଣ କରିବାରେ ଏପ୍ରକାର ଜଙ୍ଗଲ ବିଶେଷ ଫଳପ୍ରଦ ବୋଲି ବିଶ୍ୱ ନେତାମାନେ ମତ ବ୍ୟକ୍ତ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *