ବଡ଼ଦାଣ୍ଡରେ ଶକ୍ତି ଦେଖାଇଲେ ମହେଶ୍ୱର
ପୁରୀ (ବୁ୍ୟରୋ): ଅକ୍ଟୋବର ୨ରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ଆରମ୍ଭ ହୋଇଥିବା ଜନସମ୍ପର୍କ ପଦଯାତ୍ରା ମଙ୍ଗଳବାର ପୁରୀରେ ଉଦ୍ୟାପିତ ହୋଇଛି । ମହାତ୍ମା ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ବାର୍ତ୍ତାର ପ୍ରଚାର ଓ ପ୍ରସାର ଏହି ପଦଯାତ୍ରାର ମୂଳଲକ୍ଷ୍ୟ ଥିଲା । ପୁରୀ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ପଦଯାତ୍ରାକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ । ଦୀର୍ଘ ଦେଢ଼ମାସ ଧରି ଚାଲିଥିବା ଏହି ପଦଯାତ୍ରା ପୁରୀ ସଦରର ୨୨ ଗୋଟି ପଞ୍ଚାୟତ ଓ ପୁରୀ ସହରର ୩୨ଟି ୱାର୍ଡରେ ପ୍ରବଳ ଉତ୍ସାହ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଥିଲା । ଏହି ପଦଯାତ୍ରା ଗୁଡ଼ିକରେ ବିଜେଡିର ଯୁବ, ଛାତ୍ର, ମହିଳା, କୃଷକ, ଶ୍ରମିକ, ସଂଖ୍ୟାଲଘୁ, ଆଇନଜୀବୀ, ବୁଦ୍ଧିଜୀବୀ, ପୂର୍ବତନ ପୌରସଦସ୍ୟ, ସ୍ଥାନୀୟ ନେତୃବର୍ଗ, ଦଳର ଶତାଧିକ କର୍ମୀ ଓ ସ୍ଥାନୀୟ ଜନସାଧାରଣ ବହୁମାତ୍ରାରେ ସ୍ୱଇଚ୍ଛାରେ ସାମିଲ୍ ହୋଇଥିଲେ ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସରକାରର ଜନହିତକର ଲୋକାଭିମୁଖୀ ଯୋଜନାଗୁଡ଼ିକ ରାଜ୍ୟରେ କିପରି ସଫଳ ରୂପାୟନ ହୋଇଛି ତାହାର ବାର୍ତ୍ତା ଘରେ ଘରେ ପହଞ୍ଚାଇଥିଲେ । ଏହି ସମୟରେ ରକ୍ତଦାନ, ଅଙ୍ଗଦାନ ପଞ୍ଜୀକରଣ, ବୃକ୍ଷରୋପଣ ଆଦି ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜନସମ୍ପର୍କ ପଦଯାତ୍ରାର ଉଦ୍ୟାପନୀ ଦିବସରେ ନରେନ୍ଦ୍ରକୋଣ ସ୍ଥିତ ପୁରୀ ଜିଲ୍ଲା ବିଜେଡି ମୁଖ୍ୟ କାର୍ଯ୍ୟାଳୟ ଠାରୁ ୧୫ ହଜାରରୁ ଊଦ୍ଧ୍ୱର୍ ଜନତାଙ୍କୁ ନେଇ ବିଶାଳ ଶୋଭାଯାତ୍ରା ବାହାରିଥିଲା । ଶୋଭାଯାତ୍ରା ବଡ଼ଦାଣ୍ଡ ଦେଇ ଗୁଣ୍ଡିଚାଘର ସନ୍ନିକଟ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ପହଞ୍ଚôଥିଲା । ପୁରୀ ଜିଲ୍ଲା ସଭାପତି ମହେଶ୍ୱର ମହାନ୍ତି ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାରେ ଶୁଭାରମ୍ଭ କରି ପଦଯାତ୍ରାର ସଫଳତା ବିଷୟରେ ସଭାରେ ଉଦ୍ବୋଧନ ଦେଇଥିଲେ । ରାଜ୍ୟ ସଭାପତି ଶ୍ରୀ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ମହେଶ୍ୱର ମହାନ୍ତି ଉପସ୍ଥିତ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ଓଡ଼ିଶାବାସୀଙ୍କ ସେବାରେ ନିଜକୁ ପୁନଃଉତ୍ସର୍ଗ କରିବା ସହିତ ରାଜ୍ୟର ଉନ୍ନତି ଓ ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ନିରନ୍ତର ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବା ପାଇଁ ‘ସମୂହ ଶପଥ’ ପାଠ କରାଇ ଦୀର୍ଘ ଦେଢ଼ମାସ ଧରି ଚାଲିଥିବା ଏହି ପଦଯାତ୍ରାକୁ ଆନୁଷ୍ଠାନିକ ଭାବେ ସମାପ୍ତ ଘୋଷଣା କରି ଉଦ୍ୟାପିତ କରିଥିଲେ ।