ପ୍ରସ୍ତାବିତ ଜଙ୍ଗଲ ସଂରକ୍ଷଣ ନୀତିକୁ ବିରୋଧ

ଆଦିବାସୀ ଭାରତ ମହାସଭା ପକ୍ଷରୁ ସଭା, ଶୋଭାଯାତ୍ରା
ଭଞ୍ଜନଗର,(ଆପ୍ର): ବିପ୍ଳବୀ ବିର୍ସା ମୁଣ୍ଡାଙ୍କ ୧୪୭ତମ ଜନ୍ମ ଜୟନ୍ତୀରେ ଆଦିବାସୀ ଭାରତ ମହାସଭା ପକ୍ଷରୁ ଭଞ୍ଜନଗରଠାରେ ଆଦିବାସୀ ମେଳି ହୋଇଥିଲା । ଏଥିରେ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ଏକାଠି ହୋଇ ଭଞ୍ଜନଗର ବସ୍ଷ୍ଟାଣ୍ଡଠାରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚôଥିଲା । ପରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ସ୍ମାରକପତ୍ରରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଜଙ୍ଗଲ ସଂରକ୍ଷଣ ନିୟମାବଳୀ ୨୦୨୨ ପ୍ରତ୍ୟାହାର, ଜଙ୍ଗଲ ଅଧିକାର ଆଇନ ୨୦୦୫ ଅନୁଯାୟୀ ଆଦିବାସୀଙ୍କୁ ତୁରନ୍ତ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିବା, ଆଦିବାସୀଙ୍କ ନାମରେ ଥିବା ଜମିକୁ ଚିହ୍ନଟ କରିବା, ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ହେଉଥିବା ସଂଘର୍ଷର ସ୍ଥାୟୀ ସମାଧାନ, ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କୁ ନିଜ ହକ୍ ପ୍ରଦାନ କରିବା ସହ ଜଙ୍ଗଲ ଓ ପରିବେଶ ଧ୍ୱଂସ କରି ଆଇନ ଶୃଙ୍ଖଳାକୁ ବିପର୍ଯ୍ୟସ୍ତ କରୁଥିବା ଜମିମାଫିଆଙ୍କୁ ଦୃଢ଼ ହସ୍ତରେ ଦମନ କରିବା ସହ ଫର୍ଜି ପଟ୍ଟାକୁ ରଦ୍ଦ କରି ଆଦିବାସୀଙ୍କ ନାମରେ ପଟ୍ଟା ପ୍ରଦାନ କରିବା ଆଦି ଦାବିରେ ଏହି ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଳ୍ଲାର ଶହ ଶହ ଏକର ଆଦିବାସୀଙ୍କ ଜମିକୁ ଆନ୍ଧ୍ର ଓ ଗୁଜରାଟ ଜମି ମାଫିଆ ସରକାରୀ କଳକୁ ହାତେଇ ଫର୍ଜି ପଟ୍ଟା କରି ଆଦିବାସୀଙ୍କୁ ତଳି ତଳାନ୍ତ କରୁଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଜଗନ୍ନାଥପ୍ରସାଦ ତହସିଲ ଅନ୍ତର୍ଗତ ଏକଘରିଆ ପଲ୍ଲୀ, ଢ଼ିମିରିପଲ୍ଲୀ, ବରବରା ଆଦି ଅଞ୍ଚଳ ଶହ ଶହ ଆଦିବାସୀଙ୍କ ଜମି କରାୟତ ସେହିପରି ବୁଗୁଡ଼ା ତହସିଲର ବେଲଗୁମା, କଣ୍ଡରାଇ, ନିମପଲୀ, ସମଲାଇର ଶହ ଶହ ଏକର ଜମି ଆନ୍ଧ୍ର ଓ ଗୁଜରାଟ ଜମି ମାଫିଆଙ୍କ ଫର୍ଜି ପଟ୍ଟା ୍ବାରା ନିୟନ୍ତ୍ରିତ । ଏହା ବିରୋଧରେ ନିରନ୍ତର ଆଦିବାସୀମାନେ ୍ ସ୍ୱର ଉତ୍ତୋଳନ କରି ଆସୁଥିଲେ ସୁଦ୍ଧା ସରକାରଙ୍କ ଆନ୍ତରିକତା ଅଭାବରୁ ଜମି ଦଲାଲ, ଆନ୍ଧ୍ର ଓ ଗୁଜରାଟ ଜମି ମାଫିଆମାନେ ପ୍ରବେଶ କରି ଆଦିବାସୀଙ୍କ ଅଧିକାରକୁ ହଡ଼ପ କରୁଛନ୍ତି । ମହାସମାର ରାଜ୍ୟ ଆବାହକ ଟୁନା ମଳିକ, ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ବୁଗୁଡ଼ା ବ୍ଳକ ସଭାପତି ବଳଭଦ୍ର ମଳିକ, ରାମ୍ପୋର ଚିତ୍ରସେନ ଜାନି, କଣ୍ଡରାଇର ନିଧିଆ ପ୍ରଧାନ, କ୍ରାନ୍ତିକାରୀ ମହିଳା ସଂଘର ନେତ୍ରୀ ସନ୍ଧ୍ୟା ରାଣୀ ପ୍ରଧାନ, କାର୍ତ୍ତିକ ପ୍ରଧାନ, ବିପ୍ର ଜାନି, ସନ୍ତୋଷ ପ୍ରଧାନ, ସିପିଆଇ(ଏମ୍ଏଲ୍) ରେଡ଼ ଷ୍ଟାରର ଜିଲ୍ଲା ସମ୍ପାଦକ ଶଙ୍କର ସାହୁ, ଶ୍ରମିକ କର୍ମଚାରୀ ସମନ୍ୱୟ ସମିତିର ନେତା ହରେକୃଷ୍ଣ ସାହୁ, ଯୁବ ନେତା ଦିଲୀପ ସମେତ ବହୁ ଆଦିବାସୀ ମହିଳା ପୁରୁଷ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *