୮ଠଠ କୋଟି ଛୁଇଁଲା ବିଶ୍ୱ ଜନସଂଖ୍ୟା
ନୂଆଦିଲ୍ଲୀ (ଏଜେନ୍ସି): ସମଗ୍ର ବିଶ୍ୱର ଜନସଂଖ୍ୟା ୮ଠଠ କୋଟି ଛୁଇଁଛି । ଏ ନେଇ ମିଳିତ ଜାତିସଂଘ ଔପଚାରିକ ଭାବେ ଘୋଷଣା କରିଛି । ମାନବ ଇତିହାସରେ ଏହା ଏକ ମାଇଲଖୁଣ୍ଟ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଏହି ମାଇଲଖୁଣ୍ଟ ଆମକୁ ମାନବର ବିବିଧତା ଓ ବିକାଶକୁ ନେଇ ଆନନ୍ଦ ମନାଇବାର ସୁଯୋଗ ଆଣିଦେଇଛି, କିନ୍ତୁ ଏହା ମଧ୍ୟ ପୃଥିବୀ ପ୍ରତି ଆମର ଦାୟିତ୍ୱକୁ ସ୍ମରଣ କରାଇଦେଇଛି ।
ଜାତିସଂଘର ଆକଳନ ଅନୁସାରେ ବିଶ୍ୱର ଜନସଂଖ୍ୟା ୨୦୩୦ ସୁଦ୍ଧା ପ୍ରାୟ ୮୫୦ କୋଟି ଓ ୨୦୫୦ ସୁଦ୍ଧା ୯୭୦ କୋଟିରେ ପହଞ୍ଚିବ ଏବଂ ତା’ପରେ ୨୦୮୦ ଦଶକରେ ପ୍ରାୟ ୧୦୪୦ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି ଏବଂ ତା’ପରେ ବିଶ୍ୱର ଜନସଂଖ୍ୟା ସ୍ଥିର ହୋଇଯିବ ଓ ୨୦୮୦ରୁ ୨୧୦୦ ପର୍ଯ୍ୟନ୍ତ ଜନସଂଖ୍ୟା ସ୍ଥିର ରହିବ । ବର୍ତ୍ତମାନ ଚୀନ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହୋଇଥିବାବେଳେ ୨୦୨୩ରେ ଭାରତ ଚୀନ୍କୁ ଟପି ବିଶ୍ୱର ସବୁଠାରୁ ଜନବହୁଳ ଦେଶରେ ପରିଣତ ହେବ ।