ବସ୍ତି ବାସିନ୍ଦାଙ୍କୁ ପଟ୍ଟା ପ୍ରଦାନ ପାଇଁ ଡ୍ରୋନ୍ ସର୍ଭେ

ବ୍ରହ୍ମପୁର (ବୁ୍ୟରୋ): ରାଜ୍ୟ ସରକାର ବସ୍ତି ବାସିନ୍ଦାଙ୍କୁୂ ପଟ୍ଟା ପ୍ରଦାନ ପାଇଁ ନେଇଥିବା ନିଷ୍ପତ୍ତି ପ୍ରକାରେ ଗୁରୁବାରଠାରୁ ସର୍ଭେ କାର୍ଯ୍ୟ ଆରମ୍ଭ ହେବ । ଏଥିନିମନ୍ତେ ସହରାଞ୍ଚଳରେ ଜାଗା ମିଶନ ଯୋଜନା ଖୁବ୍ଶୀଘ୍ର କାର୍ଯ୍ୟକାରୀ ହେବ । ଏହା ମାଧ୍ୟମରେ ବସ୍ତି ବାସିନ୍ଦାଙ୍କୁ ମୌଳିକ ସୁବିଧା ପ୍ରଦାନ କରାଯାଇପାରିବ । ବର୍ତ୍ତମାନ ବସ୍ତି ଅଞ୍ଚଳରେ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଉଛି । ପୂର୍ବରୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌରାପାଳିକା ଗୁଡିକରେ ବାସ କରୁଥିବା ବସ୍ତି ବାସିନ୍ଦାଙ୍କୁ ସରକାର ପଟ୍ଟା ପ୍ରଦାନ କରିବା ନିମନ୍ତେ ସର୍ଭେ ଆରମ୍ଭ କରିଛନ୍ତି । ରାଜ୍ୟରେ ୫ଟି ମହାନଗର ନିଗମରେ ବସ୍ତିବାସିନ୍ଦାଙ୍କୁ ପଟ୍ଟା ପ୍ରଦାନ ପାଇଁ ଗୁରୁବାରଠାରୁ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ଡ୍ରୋନ୍ ସର୍ଭେ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୫ଟି ମହାନଗର ନିଗମରେ ଏହି ସର୍ଭେ କାର୍ଯ୍ୟର ଶୁଭାରମ୍ଭ କରିବେ ।
ଏହି କ୍ରମରେ ମହାନଗର ନିଗମ ଅଧୀନ ଆଇନାବନ୍ଧ ସାହି ବସ୍ତିରେ ଏହି କାର୍ଯ୍ୟକ୍ରମ କରିବା ପାଇଁ ମହାନଗର ନିଗମ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ମେୟର ସଂଘମିତ୍ରା ଦଳେଇ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଭର୍ଚୁଏଲ ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ୧୭୫ ସ୍ଲମ୍ ଡେଭଲପ୍ମେଣ୍ଟ ଆସୋସିଏସନ୍ ସଦସ୍ୟଙ୍କ ସମେତ ବ୍ରହ୍ମପୁର ବିଧାୟକ, ମହାନଗର ନିଗମର ମେୟର, ଡେପୁଟି ମେୟର, ଜିଲ୍ଲାପାଳ, ମହାନଗର ନିଗମ କମିଶନରଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସମେତ ନିଗମର ସମସ୍ତ କର୍ପୋରେଟର କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବସ୍ତିବାସିନ୍ଦାଙ୍କ ପାଇଁ ଉନ୍ନତମାନର ସେବା ଯୋଗାଇ ଦେବାକୁ ପ୍ରୟାସ କରିଥିବା ବିଏମ୍ସି ଏବେ ଜାଗା ମିଶନରେ ପଟ୍ଟା ପ୍ରଦାନ କରୁଥିବାରୁ ରାଜ୍ୟ ସରକାରଙ୍କୁ ବସ୍ତି ବାସିନ୍ଦା କୃତଜ୍ଞତା ଜଣାଇଛନ୍ତି । ଏହା ମାଧ୍ୟମରେ ବସ୍ତି ବାସିନ୍ଦାଙ୍କୁ ଲ୍ୟାଣ୍ଡ ରାଇଟ୍ ସାର୍ଟିଫିକେଟ୍ ପ୍ରଦାନ କରାଯିବ ବୋଲି ନିଗମ ପକ୍ଷରୁ ସୂଚନା ମିଳିଛି । ଏହାପରେ ସର୍ଭେ ହେବ । ପରେ ତହସିଲ କାର୍ଯ୍ୟାଳୟରେ ଏଥିନିମନ୍ତେ ନଥିପତ୍ର ପ୍ରସ୍ତୁତ ହେବ ବୋଲି ନିଗମର ଅତିରିକ୍ତ କମିଶନର ନୀଳମାଧବ ଭୋଇ ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *