ଦିଲ୍ଲୀରେ ମିନି ଲକ୍ଡାଉନ୍

ନୂଆଦିଲ୍ଲୀ, ୪ା୧୧: ରାଜଧାନୀ ଦିଲ୍ଲୀ ତଥା ସମଗ୍ର ରାଷ୍ଟ୍ରୀୟ ରାଜଧାନୀ ଇଲାକା (ଏନ୍ସିଆର୍)ରେ ବାୟୁ ପ୍ରଦୂଷଣ ବିପଦଜ୍ଜନକସ୍ତରରେ ପହଞ୍ଚôଛି । ଏଭଳି ସ୍ଥିତି ଦେଖି ଦିଲ୍ଲୀର ଅରବିନ୍ଦ କେଜରିୱାଲ୍ ସରକାର ଆକ୍ସନ ମୋଡ୍କୁ ଆସି ପ୍ରଦୂଷଣ ନିୟନ୍ତ୍ରଣ ଉଦେ୍ଦଶ୍ୟରେ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ସବୁ ପ୍ରାଇମେରୀ ସ୍କୁଲ୍କୁ ନଭେମ୍ବର ୫ରୁ ବନ୍ଦ ରଖିବା ଲାଗି ନିଦେ୍ର୍ଦଶ ଦିଆଯାଇଛି । ସେହିପରି ସରକାରୀ କାର୍ଯ୍ୟାଳୟର ୫୦ ପ୍ରତିଶତ କର୍ମଚାରୀଙ୍କ ପାଇଁ ୱାର୍କ ଫ୍ରର୍ମ ହୋମ୍ ନିୟମ ଲାଗୁ କରାଯାଇଛି । ରାଜଧାନୀକୁ ଟ୍ରକ୍ ପ୍ରବେଶ ଉପରେ ଲାଗିଛି କଟକଣା । କେବଳ ସିଏନ୍ଜି ଓ ବ୍ୟାଟ୍ରିଚାଳିତ ଟ୍ରକ୍ଗୁଡିକୁ ମିଳିବ ଏଣ୍ଟି୍ର ଅନୁମତି । ଏହାକୁ ମିନି ଲକ୍ଡାଉନ୍ କୁହାଯାଉଛି । ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, ଏହିସବୁ କଟକଣା କଡାକଡିଭାବେ ଲାଗୁ କରିବା ପାଇଁ ୬ ଜଣିଆ ଟିମ୍ ଗଢାଯାଇଛି । ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି । ହସ୍ପିଟାଲରେ ପ୍ରଦୂଷଣ ଯୋଗୁଁ ରୋଗୀ ସଂଖ୍ୟା ବଢିବାରେ ଲାଗିଛି । ଅଧିକ ପ୍ରଭାବିତ ଇଲାକାଗୁଡିକରେ ବାୟୁ ପ୍ରଦୂଷଣ ରୋକିବା ପାଇଁ ସ୍ୱତନ୍ତ୍ର ବାହିନୀ ଗଢାଯିବ । ରାଷ୍ଟ୍ରୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆର୍ସି) ପ୍ରଦୂଷଣ ନେଇ ଉଦ୍ବେଗ ପ୍ରକାଶ କରିବା ସହ ପଞ୍ଜାବ, ହରିଆଣା, ୟୁପି ଓ ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କୁ ୧୦ ତାରିଖ ଦିନ ହାଜର ହେବା ଲାଗି କହିଛନ୍ତି । ପ୍ରଦୂଷଣ ରୋକିବା ସମ୍ବନ୍ଧୀୟ ପିଟିସନ୍ର ଶୁଣାଣି ପାଇଁ ସୁପ୍ରିମ୍କୋର୍ଟ ରାଜି ହୋଇଛନ୍ତି । ପ୍ରଧାନ ବିଚାରପତି ୟୁୟୁ ଲଳିତ ଓ ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀଙ୍କ ପୀଠ ୧୦ ତାରିଖରେ ଶୁଣାଣି କରିବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *