ଡ୍ରାଇଭର ସସଂଘର ଦଣ୍ଡବତ ଯାତ୍ରା
ଦାବି ପୂରଣ ପାଇଁ ଅଭିନବ ପ୍ରୟାସ
ଢେଙ୍କାନାଳ (ଆପ୍ର): ରାଜ୍ୟ ଡ୍ରାଇଭର ମହାସଙ୍ଘର ବିଭିନ୍ନ ଦାବି ପୂରଣ ପାଇଁ ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ସମ୍ବଲପୁର ସମଲେଇ ମନ୍ଦିରରୁ ଦଣ୍ଡବତ ପ୍ରତିବାଦ ସହିତ ଶହ ଶହ ଡ୍ରାଇଭର ନବୀନ ନିବାସ ଅଭିମୂଖେ ଯାତ୍ରା କରିଛନ୍ତି । ଡ୍ରାଇଭରଙ୍କୁ ସୁରକ୍ଷା ସହିତ ବିଭିନ୍ନ ସୁବିଧା ପ୍ରଦାନ ପାଇଁ ଦିର୍ଘ ଦିନ ହେବ ପ୍ରତିବାଦ ଏବଂ ଆନେ୍ଦାଳନ ଜାରି ରହିଥିଲା । କିନ୍ତୁ ସରକାର ଦାବି ପୂରଣ ନ କରିବାରୁ ସଙ୍ଘ ପକ୍ଷରୁ ଏପରି ଉପାୟ ଗ୍ରହଣ କରାଯାଇଛି । ଦଣ୍ଡବତ ପ୍ରତିବାଦ ସହିତ ସମ୍ବଲପୁର ସମଲେଇ ମନ୍ଦିରରୁ ଦଣ୍ଡବତ ପ୍ରଣାମ ପ୍ରତିବାଦ ଯାତ୍ରା ଆରମ୍ଭ ହୋଇଛି । ମଙ୍ଗଳବାର ଏହି ଶୋଭଯାତ୍ରା ଢେଙ୍କାନାଳ ସହରରେ ପହଞ୍ଚି ଥିଲା ।
ଡ୍ରାଇଭର ମାନଙ୍କ ଦାବି ଅନୁସାରେ ପ୍ରାଣ ହରାଉଥିବା ଡ୍ରାଇଭର ମାନଙ୍କ ପାଇଁ ୨୦ଲକ୍ଷ ଟଙ୍କାର ବୀମା ସହିତ ଦୁର୍ଘଟଣାରେ ଅକର୍ମଣ୍ୟ ହେଉଥିବା ଡ୍ରାଇଭର ମାନଙ୍କ ପାଇଁ ୧୦ଲକ୍ଷ ଟଙ୍କାର ବୀମା, ଚିକି୍ତ୍ସା ପାଇଁ ୫ଲକ୍ଷ, ୫୫ ବର୍ଷ ବୟସରେ ପେନ୍ସନ୍ ପ୍ରଦାନ, ସାମାଜିକ ସୁରକ୍ଷାପାଇଁ ସ୍ୱତନ୍ତ୍ର ଆଇନ ବ୍ୟବସ୍ଥା, ପାର୍କିଂ ଏବଂ ବିଶ୍ରାମ ପାଇଁ ବିଶ୍ରାମାଗାର, ଶୌଚାଳୟ ସ୍ଥାପନ, ପ୍ରଶାସନ ତରଫରୁ ଡ୍ରାଇଭରଙ୍କୁ ଅଯଥାରେ ହଇରାଣ କରା ନ ଯିବା, ଲାଇସେନ୍ସ ଫି ହ୍ରାସ କରାଯିବା ସହିତ ଡ୍ରାଇଭରଙ୍କୁ ଦ୍ୱିତୀୟ ସୈନିକର ମାନ୍ୟତା ଦେବା ପାଇଁ ଦାବି କରାଯାଇଛି । ଦାବି ପୂରଣ ନ ହେଲେ ୫୦ ହଜାର ଡ୍ରାଇଭର ଆନେ୍ଦାଳନକୁ ଓହ୍ଲାଇବା ସହିତ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣଭାବରେ ବନ୍ଦ କରିବାକୁ ଚେତାବନି ଦେଇଛନ୍ତି ।