ଓଡ଼ିଶାର ବିକାଶ କଂଗ୍ରେସର ସଂକଳ୍ପ

ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ
ଭୁବନେଶ୍ୱର (ବୁ୍ୟରୋ): ଭୁବନେଶ୍ୱର ସ୍ଥିତ ଇନ୍ଦିରା ପାର୍କରୁ ସୋମବାର ଭାରତ ଯୋଡୋ ଓଡ଼ିଶା ପରିବର୍ତ୍ତନ ଯାତ୍ରା ଆରମ୍ଭ ହୋଇଛି । ପାର୍କରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସର୍ବଧର୍ମ ପ୍ରାର୍ଥନା କରାଯାଇ ଯାତ୍ରା ଆରମ୍ଭ ହୋଇଥିଲା । ପ୍ରଭାରୀ ଡ. ଏ ଚେଲା କୁମାର ପତାକା ହଲାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଥିଲେ, ଏହି ଭାରତ ଯୋଡ଼ ଓଡ଼ିଶା ପରିବର୍ତ୍ତନ ଯାତ୍ରା ଓଡ଼ିଶାର ୨୭ ଜିଲ୍ଲା ୧୯ ସଂସଦୀୟ କ୍ଷେତ୍ର ଦେଇ ୨୨୫୦ କି.ମି. ଅତିକ୍ରମ କରିବ । ପାଖାପାଖି ୧୦୦ ଦିନରୁ ଅଧିକ ଧରି ଏହି ଯାତ୍ରା ଚାଲୁ ରହିବ ।
ଆଜି ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନ ସବୁ ଦିନକୁ ଦିନ ଦୁର୍ବଳ ହୋଇଯାଉଛି । ପ୍ରତିଦିନ ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ, ହତ୍ୟା ଏ ସବୁ ନିତିଦିନିଆ ଘଟଣା ହୋଇଗଲାଣି । ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥା ଆଜି ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ଦୀର୍ଘ ୨୨ ବର୍ଷର ଶାସନ ଭିତରେ ଯେତେଗୁଡ଼ିଏ ପ୍ରତିଶୃତି ଦେଇଥିଲେ ଗୋଟିଏ ବି ପ୍ରତିଶୃତି ପୂରଣ ହୋଇପାରିଲା ନାହିଁ । ୨୦୧୪ ମସିହା ପାଖରୁ ନରେନ୍ଦ୍ର ମୋଦି ଭାରତ ବର୍ଷର ଯୁବକଙ୍କ ଠାରୁ ଆରମ୍ଭ କରି ମହିଳାଙ୍କ ପର୍ଯ୍ୟନ୍ତ ଯେତେସବୁ ପ୍ରତିଶୃତି ଦେଇଥିଲେ ଆଜି ସେସବୁ ବୃଥା ଆସ୍ପାଳନ ବୋଲି ଲୋକମାନେ ଜାଣିସାରିଲେଣି । ଧର୍ମ, ଜାତି ମଧ୍ୟରେ ବିଭେଦ ସୃଷ୍ଟିକରି ଆଜି ବିଜେପି ଏବଂ ଆରଏସଏ ଭାରତ ବର୍ଷକୁ ଦୁର୍ବଳ କରିବାପାଇଁ ଚେଷ୍ଟା କରୁଛି । ତାଙ୍କର ଏହି ଚେଷ୍ଟାକୁ କେବେହେଲେ ସଫଳ କରିବାକୁ ଦିଆଯିବ ନାହିଁ । ଯାତ୍ରା ସମୟରେ ଭୁବନେଶ୍ୱର ସ୍ଥିତ ରାମ ମନ୍ଦିରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ, ଡ. ଏ ଚେଲା କୁମାର ଏବଂ ଅନ୍ୟ ନେତୃବୃନ୍ଦ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ ଏବଂ ରସୁଲଗଡ଼ ଛକଠାରେ ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।
କଂଗ୍ରେସ ଭବନଠାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଶହ ଶହ କଂଗ୍ରେସ କର୍ମୀ ଓ ନେତୃଗଣ ପିସିସି ସଭାପତିଙ୍କ ନେତୃତ୍ୱରେ ପଦଯାତ୍ରାରେ ସାମିଲ ହୋଇଥିଲେ । ଯାତ୍ରା ଫୁଲନଖରା ନିକଟସ୍ଥତ ଲଖେଶ୍ୱର ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିଥିଲା । ଆସନ୍ତା ୧ ଓ ୨ ତାରିଖ ପଦଯାତ୍ରା ଧାମନଗର ଉପନିର୍ବାଚନ ପାଇଁ ବନ୍ଦ ରହିଛି । ନଭେମ୍ବର ୩ ସକାଳେ ଏହି ପଦଯାତ୍ର ଲଖେଶ୍ୱର ମନ୍ଦିରରୁ ଆରମ୍ଭ ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *