ପିସ୍ତଲ ଦେଖାଇ ହତ୍ୟା ଧମକ

ସରପଞ୍ଚଙ୍କ ଦାଦାଗିରି
ନରସିଂହପୁର (ଆପ୍ର): କାନପୁର ଥାନା ଅଧୀନ ଋଷିପଡ଼ାଛକ ନିକଟରେ ରବିବାର ଦିନ ଘଟିଛି ଏକ ହୃଦୟବିଦାରକ ଘଟଣା । କାନପୁର ଥାନା ଅଧାନ ବାସେଳିହତା ଗ୍ରାମର ଅର୍ଜ୍ଜୁନ ପ୍ରତିହାରୀଙ୍କର ପୁଅ ପ୍ରଶାନ୍ତ କୁମାର ପ୍ରତିହାରୀ ନିଜ ଅସୁସ୍ଥ ମା’ଙ୍କୁ ଚିକିତ୍ସା କରିବା ନିମନ୍ତେ କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଉଥିବା ବେଳେ ସରପଞ୍ଚ କଳିଙ୍ଗ କେଶରୀ ମହାଳିକ (ଶିବ) ଋଷିପଡ଼ା ଛକରେ ଯୁବକଙ୍କୁ ଅଟକାଇ ଥିଲେ । ପୂର୍ବରୁ ଥିବା ରାଜନୈତିକ ଆକ୍ରୋଶରୁ ଯୁବକଙ୍କ ଉପରେ ସରପଞ୍ଚ ଶ୍ରୀ ମହାଳିକ ଏକ ବାଉଁଶ ଦ୍ୱାରା ଆକ୍ରମଣ କରି ତାଙ୍କୁ ଭୟଙ୍କର ଭାବେ ମାଡ଼ ମାରି ମୁଣ୍ଡ, ଗୋଡ଼ ଓ ହାତକୁ ପିଟିଥିଲେ । ସରପଞ୍ଚଙ୍କ ଆକ୍ରମଣରେ ଯୁବକ ରକ୍ତାକ୍ତ ହୋଇଥିବା ବେଳେ ସରପଞ୍ଚ କିନ୍ତୁ ଖୁଲମଖୁଲା ବୁଲୁଛନ୍ତି । ଏହି ମାଡ଼ ଘଟଣାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।
ଏପରି ଏକ ଅଭାବନୀୟ ଘଟଣା କଟକ ଜିଲ୍ଲା ନରସିଂହପୁର ବ୍ଲକ ଋଷିପଡା ଛକରେ ଘଟିଛି । କେବଳ ସେତିକି ନୁହେଁ ଯୁବକଙ୍କର ମୁଣ୍ଡରେ ସରଞ୍ଚ ପିସ୍ତଲ ଲଗାଇଥିବା ବେଳେ ତାଙ୍କ ସହଯୋଗୀ ରତାପାଟ ଗାଁର ଜଣେ ନକଲି ୱେବ ସାମ୍ବାଦିକ ସୁବାସ ପଣ୍ଡା ମଧ୍ୟ ଏକ ମାଉଜର ଦେଖାଇ ସେହି ସ୍ଥାନରେ ହତ୍ୟା କରିବାକୁ ଧମକ ଦେଇଥିଲେ । ଏପରିକି ଯୁବକଙ୍କର ରୋଗିଣୀ ମା’ ଶାନ୍ତିଲତା ପ୍ରତିହାରୀ ପ୍ରତିବାଦ କରିବାରୁ ତାଙ୍କ ଶାଢ଼ୀକୁ ଟାଣି ଉଲଗ୍ନ କରିବାକୁ ଉଦ୍ୟମ କରିଥିଲେ । ତାଙ୍କୁ ମାଡ଼ ମାରି ସେଠାରୁ ଜବରଦସ୍ତ ଧକା ମାରି ମାରି ନେଇ ନିକଟସ୍ଥ ଏକ ହୋଟେଲରେ ଅଟକ ରଖି ମୁଣ୍ଡରେ ବନ୍ଧୁକ ଲଗାଇ ସରପଞ୍ଚ ଓ ନକଲି ୱେବ ସାମ୍ବାଦିକ ସୁବାସ ପଣ୍ଡା ଏବଂ ତାଙ୍କର କିଛି ସହଯୋଗୀ ଉକ୍ତ ଯୁବକଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିବା ସହ ସିଧା ମର୍ଡର କରିଦେବି ବୋଲି ତାକୁ ଧମକ ଦେଇଥିଲେ । ପ୍ରକାଶ ଥାଉ କି କାନପୁର ଥାନାର ଜନୈକ ଏସଆଇ ମଧ୍ୟ ଏହିଭଳି କିଛି ଅସାମାଜିକ ବ୍ୟକ୍ତିଙ୍କ ସହ ପ୍ରତ୍ୟେକ ସମୟରେ ମିଳାମିଶା କରିବା ଓ ସାଙ୍ଗ ହୋଇ ଭୋଜିଭାତ ମଦ ଆଦି ଆସରରେ ସାମିଲ ହେଉଥିବାରୁ ଅପରାଧୀମାନେ ସକ୍ରିୟ ହେଉଛନ୍ତି ବୋଲି ଚର୍ଚ୍ଚା ହେଉଛି । କାନପୁର ଥାନାରେ ଉଭୟଙ୍କ ପକ୍ଷରୁ ମାମଲା ରୁଜୁ ହୋଇଛି । ଆକ୍ରମଣର ଶିକାର ପ୍ରଶାନ୍ତ କାନପୁର ଥାନାରେ ଏକ ଏତଲା ଦେଇଥିବା ବେଳେ ସରପଞ୍ଚ ଶିବ କାଉଣ୍ଟର ଏତଲା ଦେଇଛନ୍ତି । ଉଭୟଙ୍କର ମାମଲା ଆଧାରରେ କାନପୁର ଥାନା ଅଧିକାରୀ ୧୫୯/୨୨ ଓ ୧୬୦/୨୨ ରେ ଦୁଇଟି ମାମଲା ରୁଜୁକରି ତଦନ୍ତ କରୁଥିବା ଥାନା ଅଧିକାରୀ ରବୀନ୍ଦ୍ର ଭୁଜବଳ ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *