ସେପ୍ଟେମ୍ବର ୩ଠ ସୁଦ୍ଧା ୫୬୧୪୫ ରେକର୍ଡ ଡିଜିଟାଇଜ୍ଡ
କଟକ (ବୁ୍ୟରୋ): ଓଡ଼ିଶା ହାଇକୋର୍ଟ ଓ ଜିଲ୍ଲାର ତଳ କୋର୍ଟ ଗୁଡ଼ିକରେ ବିଚାରଧୀନ ମାମଲା ସଂଖ୍ୟା ବୃଦ୍ଧି ପାଉଛି । ଏହା ସତ୍ତ୍ୱେ ନ୍ୟାୟ ପ୍ରଦାନ ପ୍ରକ୍ରିୟା ରାଜ୍ୟରେ ବେଶ୍ ତ୍ୱରାନ୍ୱିତ ହୋଇପାରିଛି । ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ, ବିଭିନ୍ନ ବିଭାଗର ରେଜିଷ୍ଟ୍ରାର ଓ ଜିଲ୍ଲା କୋର୍ଟ ରେଜିଷ୍ଟାରଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ରାଜ୍ୟର ବିଭିନ୍ନ ଅଦାଲତରେ ବିଚାରଧୀନ ଓ ବିଚାର ସରିଥିବା ମାମଲାର ସଂଖ୍ୟା ଅନ୍ଲାଇନରେ ଅପଲୋଡ଼ ବ୍ୟବସ୍ଥା ଆରମ୍ଭ କରାଯାଉଛି । ଏଣିକି ପ୍ରତି ତିନି ମାସରେ ଥରେ ଏହି ସଂଖ୍ୟା ଅନ୍ଲାଇନରେ ଅପଲୋଡ଼ କରାଯିବ ବୋଲି ରେଜିଷ୍ଟ୍ରାର ପକ୍ଷରୁ କୁହାଯାଇଛି । ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ପ୍ରାୟ ୫ ଲକ୍ଷ ୬ ହଜାର ୧୪୫ ରେକର୍ଡ଼ ଡ଼ିଜିଟାଇଜେଡ଼ ହୋଇଛି । ଏଥିରେ ୨ଲକ୍ଷ ୨୦୬ ସିିଭିଲ ଏବଂ ୩ ଲକ୍ଷ ୫ ହଜାର ୯୩୯ ଅପରାଧିକ ରେକର୍ଡ ଡ଼ିଜିଟାଇଜେଡ଼ କରାଯାଇଛି ।
ସେହିପରି ୨ ଲକ୍ଷ ୩୫ ହଜାର ୧୦୪ ଡ଼ିଜିଟାଇଜେଡ଼ ରେକର୍ଡ଼ଗୁଡ଼ିକ ବିଭକ୍ତ କରାଯାଇଛି । ଯେଉଁଥିରେ ୧ ଲକ୍ଷ ୨୧୬ ସିଭିଲ ଏବଂ ୧ ଲକ୍ଷ ୩୪୮୮୮ ଅପରାଧୀକ ରେକର୍ଡ଼ ଅନୁର୍ଭୁକ୍ତ କରାଯାଇଛି । ରେଜିଷ୍ଟ୍ରାରଙ୍କ ତଥ୍ୟ ଅନୁସାରେ ୨୦୧୬ ମସିହାରେ ହାଇକୋର୍ଟରେ ୭୦ ହଜାର ୫୯୪ ମାମଲା ରୁଜୁ ହୋଇଥିବା ବେଳେ ୭୦ ହଜାର ୭୨୮ ମାମଲାର ବିଚାର ଶେଷ ହୋଇଛି । ୨୦୧୭ ମସିହାରେ ୭୫ ହଜାର ୩୮୭ ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ୭୪ହଜାର ୭୯୮ ମାମଲାର ବିଚାର ଶେଷ ହୋଇଛି । ୨୦୧୮ରେ ୬୨ ହଜାର ୫୬୬ ମାମଲା ରୁଜୁ ହୋଇଥିବା ବେଳେ ୬୩ ହଜାର ୨୩୬ ମାମଲାର ବିଚାର ଶେଷ ହୋଇଛି । ୨୦୧୯ ରେ ୮୧୧୨୧ ମାମଲା ଦାଏର ହୋଇଥିବା ବେଳେ ୯୩୨୪ ମାମଲାର ବିଚାର ଶେଷ ହୋଇଛି । ୨୦୨୦ ମସିହାରେ ହାଇକୋର୍ଟରେ ୮୩ ହଜାର ୪୯୯ଟି ମାମଲା ଦାଏର ହୋଇଥିବା ବେଳେ ୬୧ ହଜାର ୩୩୫ଟି ମାମଲା ବିଚାର ସରିଛି । ସେହିପରି ୨୦୨୧ ମସିହାରେ ୧ ଲକ୍ଷ ୨୮ ହଜାର ୭୮୬ ମାମଲା ଦାଏର ହୋଇଥିବା ବଳେ, ୧ ଲକ୍ଷ ୫ ହଜାର ୧୮୨ଟି ମାମଲା ବିଚାର ହୋଇପାରିଥିଲା । ୨୦୨୨ ମସିହା ସେପ୍ଟେମ୍ବର ୩୦ ସୁଦ୍ଧା ୭୮ ହଜାର ୨୪୫ଟି ମାମଲା ଦାଏର ହୋଇଥିବା ବେଳେ ୧ ଲକ୍ଷ ୪ ହଜାର ୫୬୦ଟି ମାମଲାର ବିଚାର ଶେଷ ହୋଇଛି । ସେହିପରି ଜିଲ୍ଲା କୋର୍ଟ ଗୁଡ଼ିକରେ ଚଳିତ ବର୍ଷ ରେକର୍ଡ଼ ସଂଖ୍ୟକ ୩ ଲକ୍ଷ ୩୧ ହଜାର ୬୬୬ଟି ମାମଲା ବିଚାର ଶେଷ ହୋଇଛି । ୨୦୨୨ରେ କେସ୍ ଶୁଣାଣି ଶେଷ କରିବା ହାର ପୂର୍ବ ବର୍ଷ ତୁଳନାରେ ୩୯ ପ୍ରତିଶତ ଅଧିକ ରହିଛି । ସାମ୍ବାଦିକ ସମ୍ମିଳନୀରେ ରେଜିଷ୍ଟ୍ରାର ସମୂହ ପକ୍ଷରୁ ଏହି ସୂଚନା ଦିଆଯାଇଛି ।