ଥାଇଲାଣ୍ଡକୁ ହରାଇଲା ଭାରତ

ଏସିଆ କପ୍ ଟି-ଟ୍ୱେଣ୍ଟିରେ ଭାରତୀୟ ମହିଳା ଦଳର କମାଲ
ଢାକା: ଏସିଆ କପ୍ ଟି-୨୦ରେ କମାଲ କରିଛି ଭାରତୀୟ ମହିଳା ଟିମ୍ । ଗ୍ରପ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ରେ ଭାରତୀୟ ମହିଳା ଟିମ୍ ଥାଇଲ୍ୟାଣ୍ଡ ବିପକ୍ଷରେ ଏକତରଫା ବିଜୟ ହାସଲ କରିଛି । ପାକିସ୍ତାନକୁ ହରାଇଥିବା ଥାଇଲ୍ୟାଣ୍ଡ ପ୍ରଥମେ ଭାରତୀୟ ବୋଲରଙ୍କ ଯାଦୁରେ ଫସି ଯାଇଥିଲା । ପୂରା ଟିମ୍ ମାତ୍ର ୩୭ ରନ କରି ଅଲ୍ଆଉଟ୍ ହୋଇଥିଲା ।
ଭାରତ ଏହି ୩୮ ରନର ଟାର୍ଗେଟକୁ ମାତ୍ର ୬ ଓଭରରେ ହାସଲ କରି ୯ ୱିକେଟରେ ମ୍ୟାଚ୍ ଜିତି ନେଇଥିଲା । ବିଜୟ ସହ ଭାରତୀୟ ମହିଳା ଦଳ ଏସିଆ କପ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ନିଜକୁ ଆହୁରି ମଜବୁତ କରି ନେଇଛି । ଗ୍ରୁପ୍ ପର୍ଯ୍ୟାୟରେ ଭାରତୀୟ ମହିଳା ଦଳ ୬ଟି ମ୍ୟାଚ୍ ଖେଳି ୫ଟିରେ ଜିତିଛି । ଭାରତ ଏକମାତ୍ର ମ୍ୟାଚ୍ ପାକିସ୍ତାନଠାରୁ ହାରିଥିଲା । ଏବେ ଦଳ ୧୦ ପଏଣ୍ଟ ପାଇଥିବାରୁ ସେମିରେ ନିଜ ସ୍ଥାନ ପକ୍କା କରିଛି । ଭାରତ ପଛକୁ ପାକିସ୍ତାନ ଓ ଶ୍ରୀଲଙ୍କା ରହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *