ଥାନା ସ୍ଥାନାନ୍ତରକୁ ନେଇ ପ୍ରତିବାଦ

ଛେଣ୍ଡିପଦା (ଆପ୍ର): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଧୀନସ୍ଥ ବାଗଡିଆ ବିଟ୍ ହାଉସକୁ ଏକ ନୂତନ ଥାନାରେ ରୂପାନ୍ତରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବା ସହ ଶୀଘ୍ର ଥାନା ନିର୍ମାଣ କରି ସକ୍ଷମ କରାଯିବ ବୋଲି ନିଦେ୍ର୍ଦଶ ଦେଇଛନ୍ତି । କିନ୍ତୁ ପ୍ରସ୍ତାବିତ ବାଗଡିଆ ଥାନାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ପ୍ରତିବାରେ ରବିବାର ବାଗଡିଆ ପୁରୁଣା ହାଟପଦା ନିକଟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଟାଙ୍ଗିର ଗ୍ରାମ ପଞ୍ଚାୟତର ସରପଞ୍ଚ ଅମରେଶ ନାଥଙ୍କ ଅଧକ୍ଷତାରେ ଆୟୋଜିତ ବୈଠକରେ ୫ଟି ପଞ୍ଚାୟତର ସରପଞ୍ଚ, ଗ୍ରାମସଭାପତି ଓ ସମ୍ପାଦକମାନେ ଯୋଗଦେବା ସହିତ ବାଗଡିଆ ଥାନାକୁ ବାଗଡିଆରେ କରାଯିବା ପାଇଁ ଦାବି କରିଥିଲେ । ବୈଠକରେ ପ୍ରସ୍ତାବିତ ଥାନାକୁ ବାଗଡିଆରେ କରିବା ପାଇଁ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଥିଲା । ଏହି କମିଟର ସଭାପତି ସରୋଜ କୁମାର ସାହୁ, ସମ୍ପାଦକ ବିରଞ୍ଚô ଗଡନାୟକ, ଉପ ସଭାପତି ଉମାକାନ୍ତ ପ୍ରଧାନ, ସହ ସମ୍ପାଦକ କରୁଣାକର ବିଶ୍ୱାଳଙ୍କ ସମେତ ଉପଦେଷ୍ଟା ଭାବେ ବାଗଡିଆ, ବରସାହି, ଶିମିଳିପାଳ, ବସନ୍ତପୁର, ଟାଙ୍ଗିର ଓ ପାଟକମୁଣ୍ଡା ପଞ୍ଚାୟତର ସରପଞ୍ଚ ଏବଂ ୩୦ରୁ ଊର୍ଦ୍ଧ୍ୱ ଗ୍ରାମ ସଭାପତି ଓ ସମ୍ପାଦକଙ୍କୁ ଉପଦେଷ୍ଟା ଭାବେ ମନୋନିତ କରାଯାଇଥିଲେ ।
ବୈଠକରେ ବାଗଡିଆ ଥାନା ପ୍ରତିଷ୍ଠା ନିମନ୍ତେ ପୋଲିସ ମହାନିଦେ୍ର୍ଦଶକ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଆଜି ଛେଣ୍ଡିପଦା ଥାନା, ତହସିଲଦାରଙ୍କୁ ଏକ ଦାବିପତ୍ର ଦେବା ନିମନ୍ତେ ନିଷ୍ପତ୍ତି ନେବା ସହିତ ୧୭ ତାରିଖ ମଧ୍ୟରେ ବାଗଡିଆରେ ଥାନା ହେବାପାଇଁ ପ୍ରଶାସନ ପକ୍ଷରୁ କୈଣସି ପ୍ରତିଶ୍ରୁତି ନମିଳିଲେ ୬ ପଞ୍ଚାୟତର ଅଧିବାସୀଙ୍କୁ ନେଇ ରାଜରାସ୍ତାକୁ ଉହ୍ଲାଇବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ ଯେ ବାଗଡିଆ ବିଟ ହାଉସ ଅଧୀନରେ କଣଲୋଇ, ନୂଆଗାଁ, ପାତ୍ରପଡ଼ା, ବରସାହି, ବାଗଡିଆ, ସିମିଳିପାଳ, ବସନ୍ତପୁର ଟାଙ୍ଗିରି, ପାଟକୁମୁଣ୍ଡା ପଞ୍ଚୟତର ୪୮ଟି ରାଜସ୍ୱ ଗ୍ରାମ ରହିଛି । ତେବେ ବାଗଡିଆରୁ ଥାନା ଅନ୍ୟତ୍ର ସ୍ଥାନାନ୍ତର କରାଗଲେ ପାଟକମୁଣ୍ଡା ପଂ·ୟତର କେରଜାଙ୍ଗ, ତେବୁଡ ଟାଙ୍ଗିର ପଞ୍ଚାୟତର ନୂଆପଡା, ବସନ୍ତପୁର ପଞ୍ଚାୟତର ଘୁଣ୍ଟୁଳିପଶି, ବସନ୍ତପୁର, ଶିମିଳିପାଳ ପଞ୍ଚାୟତର ଚରାକାନି, ଘଡ, ଶିମିଳିପାଳ ଆଦି ଗ୍ରାମ ପ୍ରାୟ ୩୨ରୁ ଉର୍ଦ୍ଧ୍ୱ ରାଜସ୍ୱ ଗ୍ରାମ ନାହିଁ ନଥିବା ଅସୁବିଧା ଭୋଗ କରିବେ । ଫଳରେ ପ୍ରସ୍ତାବିତ ବାଗଡିଆ ଥାନାକୁ ୬ଟି ପଞ୍ଚାୟତର ମଧ୍ୟସ୍ଥଳ ବାଗଡିଆରେ ପ୍ରତିଷ୍ଠା କରାଗଲେ ଜନସାଧାରଣ ନ୍ୟାୟିକ ସୁବିଧାରେ ପାଇପାରିବେ ବୋଲି ବୈଠକରେ ଅଞ୍ଚଳବାସୀ ମତ ପ୍ରକାଶ କରିଥିଲେ । ଏଣୁ ନୂତନ ଥାନାକୁ ଗଡମଣ୍ଡଳରେ କରାନଯାଇ ବାଗଡିଆ ଗ୍ରାମରେ କରିବା ପାଇଁ ସାଧାରଣ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *