ଆଡ଼ଭାନୀଙ୍କୁ ୨୫ତମ ବିଶ୍ୱ ମୁକୁଟ

୧୫୦ ଅପ୍ ବିଲିଆର୍ଡ୍ସ ଫାଇନାଲ୍ରେ କୋଠାରିଙ୍କୁ ହରାଇଲେ
କୁଆଲା ଲମ୍ପୁର, ୮ା୧୦ (ଏଜେନ୍ସି): ଭାରତର ତାରକା ଖେଳାଳି ପଙ୍କଜ ଆଡ଼ଭାନୀ ଶନିବାର ବିଶ୍ୱ ଚାମ୍ପିଅନ୍ସିପ୍ସରେ ୧୫୦ ଅପ୍ ବିଲିଆର୍ଡ୍ସ ଫାଇନାଲ୍ରେ ନିଜ ଦେଶର ସୌରଭ କୋଠାରିଙ୍କୁ ୪-୦ରେ ମାତ୍ ଦେଇଛନ୍ତି । ଏଥି ସହିତ ପଙ୍କଜ କ୍ୟାରିଅର ୨୫ତମ ବିଶ୍ୱ ମୁକୁଟ କରାୟତ୍ତ କରିଛନ୍ତି ।
ଆଡ଼ଭାନୀଙ୍କ ଯାଦୁକରୀ ପ୍ରଦର୍ଶନ ଦର୍ଶକଙ୍କ ମନୋରଞ୍ଜନ କରିଥିଲା । ପ୍ରଥମ ଫ୍ରେମ୍ରେ ଆଡ଼ଭାନୀ ତାଙ୍କ ଉଦେ୍ଦଶ୍ୟ ସ୍ପଷ୍ଟ କରିଦେଇଥିଲେ ଯେ ମୁକୁଟ ତାଙ୍କର । ସେ ୧୪୯ ବ୍ରେକ୍ ସହିତ ପ୍ରଥମ ଫ୍ରେମ୍ ଜିତିଥିଲେ ।
ଦ୍ୱିତୀୟ ଫ୍ରେମ୍ରେ ମଧ୍ୟ ଏ ଯାବତ୍ ଆଇବିଏସ୍ଏଫ୍ ବିଶ୍ୱ ମୁକୁଟ ଜିତିପାରି ନ ଥିବା କୋଠାରି ପ୍ରତ୍ୟାବର୍ତ୍ତନ କରିବାରେ ବିଫଳ ହୋଇଥିଲେ । ୭୭ ବ୍ରେକ୍ ସହ ଆଡ଼ଭାନୀ ୨-୦ରେ ଅଗ୍ରଣୀ ହୋଇଥିଲେ । ତୃତୀୟ ଫ୍ରେମ୍ରେ ସେ ୧୫୩ର ଟୁର୍ଣ୍ଣାମେଣ୍ଟର ସର୍ବୋଚ୍ଚ ବ୍ରେକ୍ ହାସଲ କରିଥିଲେ । ଚତୁର୍ଥ ଫ୍ରେମ୍ ମଧ୍ୟ ଆଡ଼ଭାନୀଙ୍କ ସପକ୍ଷରେ ଯାଇଥିଲା ।
କୋଠାରିଙ୍କ ପାଇଁ ଏହା ଏକ ପାସୋରା ଫାଇନାଲ୍ ଥିଲା, ଯେଉଁଠି ସେ ମୋଟ୍ ୭୨ ପଏଣ୍ଟ ପାଇଥିଲେ । ଅନ୍ୟପଟେ, ଆଡ଼ଭାନୀ ୬୦୦ରୁ ଅଧିକ ପଏଣ୍ଟ ପାଇ କ୍ରମାଗତ ପଞ୍ଚମ ବର୍ଷ ମୁକୁଟ ବଞ୍ଚାଇଥିଲେ । କରୋନା ମହାମାରୀ ଯୋଗୁଁ ତିନି ବର୍ଷ ପରେ ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା । ଆଡ଼ଭାନୀ ଶେଷ ଥର କାତାରରେ ବିଶ୍ୱ ମୁକୁଟ ଜିତିଥିଲେ, ଯେଉଁଠି ସେ ଆଇବିଏସ୍ଏଫ୍ ୬-ରେଡ୍ ସ୍ନୁକର୍ ବିଶ୍ୱକପ୍ ହାସଲ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *