ଆୟୁର୍ବେଦ ଚିକିତ୍ସା ପ୍ରଭାବଶାଳୀ

ନିଯୁକ୍ତ ହେଲେ ୧୪୩ ଆୟୁର୍ବେଦିକ୍ ଚିକିତ୍ସକ
ଭୁବନେଶ୍ୱର, ୭ା୧୦ (ବୁ୍ୟରୋ): ଆୟୁର୍ବେଦର ପାରମ୍ପାରିକ ଜ୍ଞାନ ଆଧୁନିକ ସ୍ୱାସ୍ଥ୍ୟସେବା ସହ ଆମ ସ୍ୱାସ୍ଥ୍ୟସେବାକୁ ଅଧିକ ପ୍ରଭାବଶାଳୀ କରିବାରେ ସହାୟକ ହୋଇଛି । ନବନିଯୁକ୍ତ ଆୟୁର୍ବେଦିକ ଚିକିତ୍ସକଙ୍କ ଯୋଗ ଦାନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହା କହିଛନ୍ତି । ଲୋକ ସେବା ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋଟ ୧୪୩ ଆୟୁର୍ବେଦିକ ଚିକିତ୍ସକ ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଯୋଗ ଦେଇଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଆୟୁର୍ବେଦ ହେଉଛି ଜୀବନ ବିଜ୍ଞାନର ଏକ ପୁରୁଣା ଜ୍ଞାନ । ଯାହା ପାରମ୍ପାରିକ ଭାବରେ ଭାରତର ଲକ୍ଷ ଲକ୍ଷ ଲୋକଙ୍କୁ ଭଲ ସ୍ୱାସ୍ଥ୍ୟ ବଜାୟ ରଖିବା ଏବଂ ରୋଗ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଆସୁଛି । ବର୍ତ୍ତମାନ ଏହି ଜ୍ଞାନ, ଆଧୁନିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସହ ସମାଜକୁ ଅଧିକ ପ୍ରଭାବଶାଳୀ କରିବାରେ ସାହାଯ୍ୟ କରିବା ପାଇଁ ସଂରଚନା ଅଧ୍ୟୟନ ସହ ପୁନର୍ଜୀବିତ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟସେବାର ପରିବର୍ତ୍ତନଶୀଳ ଯାତ୍ରାକୁ ବଢ଼ାଇବା ପାଇଁ ୫ଟି ପଦକ୍ଷେପ ଅନୁସରଣ କରିବାକୁ ମୁଖ୍ୟମନ୍ତ୍ରୀ ନବନିଯୁକ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଏହି ପଦକ୍ଷେପ ଦ୍ୱାରା ସେମାନେ ନିଜ କାମରେ ଟିମୱାର୍କ, ସ୍ୱଚ୍ଛତା, ପ୍ରଯୁକ୍ତିବିଦ୍ୟା ଏବଂ ସମୟର ପରିବର୍ତ୍ତନକୁ ପ୍ରୟୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସୁସ୍ଥ ଓଡ଼ିଶା, ସୁଖୀ ଓଡିଶା ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ହୋଇଆସିଛି । ପ୍ରତ୍ୟେକ ଜୀବନ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି । ଏହି ମୂଳ ମୂଲ୍ୟ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି, ଏହା ଆମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ପ୍ରତ୍ୟେକ ବ୍ୟକ୍ତି ଅନୁସରଣ କରିବା ଉଚିତ୍ ବୋଲି ସେ କହିଛନ୍ତି । ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସେବାରେ ସର୍ବଭାରତୀୟ ସୁବିଧା ଯୋଗାଇବା ତଥା ଲୋକଙ୍କ ଖର୍ଚ୍ଚକୁ ହ୍ରାସ କରିବା ପାଇଁ ରାଜ୍ୟର ପ୍ରତିବଦ୍ଧତା ସମ୍ପର୍କରେ ସେ କହିଛନ୍ତି, ବର୍ଷ ବର୍ଷ ଧରି ସ୍ୱାସ୍ଥ୍ୟ ବିଭାଗର ବଜେଟର ଆକାର ବୃଦ୍ଧି ପାଉଛି । ଆମର ସ୍ୱାସ୍ଥ୍ୟସେବା ବଜେଟ୍ ଆକଳନକୁ ଅଧିକ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ୧୨ ହଜାର କୋଟିର ବଜେଟ୍ ରଖାଯାଇଥିବାବେଳେ ଏହା ତିନି ବର୍ଷ ପୂର୍ବର ପ୍ରାୟ ଦୁଇ ଗୁଣ ।
ଏତେ ସଂଖ୍ୟକ ଆୟୁର୍ବେଦିକ ମେଡିକାଲ ଅଫିସରଙ୍କ ଯୋଗଦାନ ସ୍ୱାସ୍ଥ୍ୟସେବା ସହାୟତା ବ୍ୟବସ୍ଥାରେ ଉନ୍ନତି ଆଣିବ ଏବଂ ଏହାଦ୍ୱାରା ଲୋକମାନେ ଅଧିକ ସନ୍ତୁଷ୍ଟ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶଙ୍କା ବ୍ୟକ୍ତ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ କହିଛନ୍ତି, ରାଜ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏକ ମିଶନରେ ଅଛନ୍ତି । ଯାହାକି କୋଭିଡ୍ ପରି·ଳନା, ଅମ୍ଳଜାନ ଯୋଗାଣ, ନୂତନ ମେଡିକାଲ୍ କଲେଜ ଖୋଲିବା ଏବଂ ଡାକ୍ତର ଏବଂ ପାରାମେଡିକାଲ୍ ନିଯୁକ୍ତିରେ ପ୍ରତିଫଳିତ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭି.କେ ପାଣ୍ଡିଆନ୍, କମିଶନର୍-କମ-ସେକ୍ରେଟେରୀ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସ୍ମୃତି ଶାଲିନୀ ପଣ୍ଡିତ ଏବଂ ନିଦେ୍ର୍ଦଶକ ଆୟୁଷ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *