ଜ୍ଞାନବାପୀ ମାମଲା: ୧୧ରେ ଫଇସଲା

ନୂଆଦିଲ୍ଲୀ (ଏଜେନ୍ସି): ଜ୍ଞାନବାପୀ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଶୁକ୍ରବାର ବାରାଣସୀ କୋର୍ଟ ଏହି ମାମଲାର ଶୁଣାଣି କରିବାର ଥିବା ବେଳେ ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ୧୧କୁ ତାରିଖ ନିର୍ଘଣ୍ଟ କରିଛନ୍ତି । ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ ମସ୍ଜିଦ୍ କାର୍ବନ୍ ଡେଟିଂ କରାଇବାକୁ କୋର୍ଟରେ ଆବେଦନ କରାଯାଇଥିବା ବେଳେ ଏହା ଉପରେ କୋର୍ଟଙ୍କ ରାୟକୁୂ ସମସ୍ତଙ୍କ ଅପେକ୍ଷା ରହିଛି ।
ପ୍ରକାଶ, ମସ୍ଜିଦ୍ ପରିସର ଖନନ ସମୟରେ ଶିବଲିଙ୍ଗ ମିଳିଥିବା ହିନ୍ଦୁପକ୍ଷ ଦାବି କରୁଥିବା ବେଳେ ମୁସଲିମ୍ ପକ୍ଷ ଏହାକୁ ଜଳ ଫୁଆରା ବୋଲି ଦାବି କରୁଛନ୍ତି । ଏହାକୁ ନେଇ ବିବାଦ ତୀବ୍ରତର ହେବା ପରେ ମାମଲା କୋର୍ଟ ଦ୍ୱାରସ୍ଥ ହୋଇଛି । ଏସବୁ ମଧ୍ୟରେ ୪ ହିନ୍ଦୁ ମହିଳା ଜ୍ଞାନବ୍ୟାପୀ ମସ୍ଜିଦ୍କୁ ନେଇ ବୈଜ୍ଞାନିକ ଯାଞ୍ଚ୍ କରାଇବାକୁ ମଧ୍ୟ ଦାବି କରିଛନ୍ତି । ଅନ୍ୟପକ୍ଷେ ଏହି ମାମଲାର ଶୁଣାଣି କାଳରେ କୋର୍ଟ ପରିସରକୁ କଡା ସୁରକ୍ଷା ବଳୟରେ ଛାଉଣୀ କରିଦିଆଯାଉଛି । ତେବେ କୋର୍ଟ ଜ୍ଞାନବ୍ୟାପୀ ଶୃଙ୍ଗାର ଗୌରୀ ମାମଲାରେ ସେପ୍ଟେମ୍ବର ୨୯ ତାରିଖରେ ରାୟ ସ୍ଥଗିତ ରଖିଥିଲେ ।
ସୂଚନାଯୋଗ୍ୟ, କାର୍ବନ ଡେଟିଂ ହେଉଛି ଏକ ବୈଜ୍ଞାନିକ ପ୍ରକ୍ରିୟା ଯେଉଁଥିରେ ପ୍ରତ୍ନତାତ୍ତ୍ୱିକ ନିର୍ମାଣର ବାସ୍ତବିକ ସମୟ ଜଣାପଡ଼ିଥାଏ । ଜ୍ଞାନବାପୀରେ ହିନ୍ଦୁ ପକ୍ଷ ଯାହାକୁ ଶିବଲିଙ୍ଗ ବୋଲି ଦାବି କରୁଛନ୍ତି ତାହାର କାର୍ବନ ଡେଟିଂ କରାଇବାକୁ ସେପ୍ଟେମ୍ବର ୨୨ ତାରିଖରେ ହିନ୍ଦୁ ପକ୍ଷ କୋର୍ଟରେ ଦାବି କରିଥିଲେ । ଏହାକୁ ମୁସଲମାନ ପକ୍ଷ ଅଞ୍ଜୁମନ ଇନାଜାନିୟା ମସଜିଦ୍ କମିଟି ପକ୍ଷରୁ ବିରୋଧ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *