ଶିଶୁ ମୃତୁ୍ୟର ୨୪ ଘଣ୍ଟା ନ ପୂରୁଣୁ ଆଖିବୁଜିଲା ମା’

ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣା
ଘୁ ଉଦୟଗିରି (ଆପ୍ର): ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଗୁମ୍ମା ପଞ୍ଚାୟତର ସେପାରି ଗ୍ରାମର ୭ମ ଶ୍ରେଣୀ ଛାତ୍ରୀ ମୃତ ସନ୍ତାନ ଜନ୍ମକରିବାର ୨୪ ନ ପୂରୁଣୁ ପ୍ରାଣ ହରାିଛି । ଉକ୍ତ ଛାତ୍ରୀ ଏକ ଆବାସିକ ବିଦ୍ୟାଳୟରେ ରହି ପାଠ ପଢ଼ୁଥିଲେ । ସେ ଗର୍ଭବତୀ ହୋଇଥିବା ଜାଣି ସ୍କୁଲ୍ କର୍ତୃପକ୍ଷ ବେଲଘର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜ୍ଜୁ କରି ତଦନ୍ତ ଚଳାିଥିଲା ।
ଶିଶୁ ସୁରକ୍ଷା କମିଟି ପକ୍ଷରୁ ତାଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲ ନିଆଯାଇ ଚିକିତ୍ସା କରାଯାଉଥିଲା । ଛାତ୍ରୀଙ୍କୁ ଘୁ.ଉଦୟଗିରିରେ ଥିବା ସୁଭଦ୍ରା ମହତାବ ସେବା ସଦନରେ ସେପ୍ଟେମ୍ବର ୩୦ ତାରିଖରେ ରଖାଯାଇଥିଲା । ବୁଧବାର ରାତି ପ୍ରାୟ ୧୧.୪୫ରେ ଅଣ୍ଟା ବ୍ୟଥା ହେବାରୁ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନେବା ଲାଗି ଉଦ୍ୟମ ହୋଇଥିଲା । କିନ୍ତୁ ଆମ୍ବୁଲାନ୍ସ ପହଞ୍ଚିବା ପୂର୍ବରୁ ଉକ୍ତ ବାଳିକା ଏକ ପୁତ୍ର ଜନ୍ମ ଦେଇଥିଲେ । ମା’ ପୁଅଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରରାଯାଇଥିଲା । ସେଠାରେ ଉଭୟଙ୍କୁ ଚିକିତ୍ସା କରାଯାଇଥିଲା ଓ ନବଜାତକକୁ ମୃତ ଘୋଷଣା କରିଥିଲେ ଡାକ୍ତର । ସ୍ଥାନୀୟ ପୁଲିସୁ ନବଜାତକର ଶବ ଜବତ କରି ମାମଲା ରୁଜୁ କରିଛି । ଶିଶୁଟି ୮ ମାସର ହୋଇଥିଲା । କିନ୍ତୁ ନାବାଳିକାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଫୁଲବାଣୀ ଜିଲ୍ଲା ଡାକ୍ତରଖାନା କିମ୍ବା ବ୍ରହ୍ମପୁର ବଡ ମେଡିକାଲ ନିଆ ନ ଯାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଥିଲା । ଦୁର୍ଭାଗ୍ୟର ବିଷୟ ପୁଅ ମୃତୁ୍ୟର ୨୪ ଘଣ୍ଟା ନପୂରୁଣୁ ଗୁରୁବାର ରାତି ପ୍ରାୟ ୧୧ଟାରେ ନାବାଳିକାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏ କ୍ଷେତ୍ରରେ ଚିକିତ୍ସା ଅବହେଳା ଅଭିଯୋଗ ହୋଇଛି ।
ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଅତିରିକ୍ତ ତହସିଲଦାର ଘଟଣାର ତଦନ୍ତ କରୁଛନ୍ତି । ପୁଲିସ ଅଧିକାରୀ ଅଜୟ କୁମାର ସ୍ୱାଇଁ ଓ ବେଲଘର ପୁଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚô ଘୁ. ଉଦୟଗିରି ଥାନାରେ ମାମଲା ରୁଜ୍ଜୁ କରି ଶବ ପଞ୍ଚନାମା କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏହି ଘଟଣାରେ ସାଧାରଣରେ ସନେ୍ଦହ ପ୍ରକାଶ ପାଇଛି । ବିଭାଗୀୟ ଅଧିକାରୀଙ୍କ ଅବହେଳାକୁ ଦାୟି କରିଛନ୍ତି ଜନସାଧାରଣ ।
ମୃତୁ୍ୟ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଏନ୍ଏସି ଅଧ୍ୟକ୍ଷା ତଥା ମହିଳା ବିଜୁ ଜନତା ଦଳର ସଭାନେତ୍ରୀ ଭାନୁପ୍ରଭା ମିଶ୍ର ପୀଡ଼ିତା ପରିବାରକୁ ଭେଟି ସମବେଦନା ଜଣାଇବା ସବିଶେଷ ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେ ପରିବାରକୁ ଆର୍ଥିକ ସହାୟତା କରିଥିଲେ । ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ତଥା ପିସିସି ସଦସ୍ୟ ଯାକେଶ କୁମାର ପ୍ରଧାନ ଦୁଃଖ ପ୍ରକାଶ କରିବା ସହ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି । ଏହି ଅବସରରେ ଘୁ.ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଲିଥିବା ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ପାଇଁ ମଧ୍ୟ ସେ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *