ପହଞ୍ଚôବ ସଫଳତା ବାର୍ତ୍ତା

ବିଜେଡି ଜନସମ୍ପର୍କ ପଦଯାତ୍ରା ଆରମ୍ଭ
ଭୁବନେଶ୍ୱର, ୨ା୧ଠ (ବୁ୍ୟରୋ): ଗାନ୍ଧୀ ଜୟନ୍ତୀରେ ବିଜେଡି ଆରମ୍ଭ କରିଛି ଜନସମ୍ପର୍କ ପଦଯାତ୍ରା । ଖୋଦ୍ ମୁଖ୍ୟମନ୍ତ୍ରୀ ତଥା ଦଳର ମୁଖ୍ୟ ନବୀନ ପଟ୍ଟନାୟକ ନେତା ଓ ବିଧାୟକଙ୍କ ସହ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି । ପ୍ରାୟ ଏକ ମାସ ଧରି ପଦଯାତ୍ରା ଚାଲିବ । ଏଥିପାଇଁ ଜନସାଧାରଣ ଓ ସମର୍ଥକଙ୍କ ସହଯୋଗ ଲୋଡ଼ିଛନ୍ତି ନବୀନ ପଟ୍ଟନାୟକ । ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀସ୍ଥିତ କାର୍ଗିଲ୍ ବସ୍ତିରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଗତ ୨୨ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ଯେଭଳି ରାଜ୍ୟବାସୀଙ୍କ ପାଇଁ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି, ତାହା ସେ ନିଜ ଦଳର ନେତା ଓ କର୍ମୀଙ୍କଠାରୁ ମଧ୍ୟ ଆଶା ରଖିଛନ୍ତି । ତା ସହ ବିଜେଡିର ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଏହି ଜନସମ୍ପର୍କ ପଦଯାତ୍ରାର ଅନ୍ୟତମ ଉଦେ୍ଦଶ୍ୟ । ଘରେ ଘରେ ବିଜେଡିର ସଫଳତାର ବାର୍ତ୍ତା ପହଞ୍ଚାଇବେ ବିଜେଡି କର୍ମୀ ।
ଦୁଇ ବର୍ଷର କୋଭିଡ ମହାମାରୀ ପରେ ପ୍ରଥମ ଥରପାଇଁ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଆୟୋଜନ ହୋଇଛି । ବିଜେଡି ରାଜ୍ୟ ସରକାରଙ୍କ ସଫଳତା ସହ କେନ୍ଦ୍ର ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି । ପଦଯାତ୍ରାବେଳେ ସ୍ୱାଧୀନତା ସଂଗ୍ରାମୀଙ୍କ ମାଟିରେ ସେମାନଙ୍କ ବଳିଦାନ ମନେ ପକାଇବାକତୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ । ପଦଯାତ୍ରାର ଶେଷ ଦିନରେ ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଞ୍ଚାୟତରେ ଦଳର ପ୍ରତ୍ୟେକ ସଦସ୍ୟ ଜନସେବା ପାଇଁ ସାମୂହିକ ସଂକଳ୍ପ ନେବେ ।
ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ର୍ନିବାଚନ ମଣ୍ଡଳୀରେ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏବେ ଗାଁରୁ ଗାଁ, ଜିଲ୍ଲାରୁ ଜିଲ୍ଲା ଓ ପ୍ରତି ବ୍ଲକରେ ପଦଯାତ୍ରା କରି ଲୋକଙ୍କୁ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ବିଷୟରେ ବୁଝାଇବ ଦଳ । ଘରେ ଘରେ ପହଞ୍ଚିବେ ବିଜେଡି କର୍ମୀ ଓ ନେତା । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମେତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଫଟୋ ରଖାଯାଇ ପଦଯାତ୍ରା କରାଯିବ । ଯେଉଁ ଅଞ୍ଚଳ ଦେଇ ପଦଯାତ୍ରା ଯିବ, ସେହି ସ୍ଥାନର ବରପୁତ୍ର, ଶହୀଦ ଓ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବ ।
ଏହି ପଦଯାତ୍ରାର ଆଭିମୁଖ୍ୟ ଏବଂ ଏହାର ସଫଳ କାମନା କରି କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଦଳର ସମସ୍ତ ପଦାଧିକାରୀଙ୍କୁ ପତ୍ର ଲେଖିଥିଲେ । ସେହିପରି ଦୁଇ ଦିନିଆ ପ୍ରଶିକ୍ଷଣ କର୍ମଶାଳାରେ ମଧ୍ୟ ଦଳର ବରିଷ୍ଠ ନେତୃବୃନ୍ଦ, ମନ୍ତ୍ରୀ, ବିଧାୟକ, ସାଂସଦମାନେ ଯୋଗଦେଇ କର୍ମୀଙ୍କ ମାର୍ଗଦର୍ଶନ କରିଥିଲେ । କ୍ରମାଗତ ଭାବେ କେନ୍ଦ୍ର ସରକାରଙ୍କର ଅବହେଳା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା କିପରି ଗୋଟିଏ ପରେ ଗୋଟିଏ ସଫଳତା ପାଇ ଚାଲିଛି ତାହାର ବାର୍ତ୍ତା ସେମାନେ ଲୋକଙ୍କ ନିକଟରେ ପହଞ୍ଚାଇବେ । ଶେଷ ଦିନରେ ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଞ୍ଚାୟତରେ ଦଳର ପ୍ରତ୍ୟେକ ସଦସ୍ୟ ଜନସେବା ପାଇଁ ସାମୂହିକ ସଙ୍କଳ୍ପ ନେବେ । ପଦଯାତ୍ରା ସମୟରେ ରକ୍ତଦାନ, ବୃକ୍ଷରୋପଣ, ଦରିଦ୍ର ନାରାୟଣ ସେବା ଭଳି କାର୍ଯ୍ୟକ୍ରମ ହାତକୁ ନିଆଯିବ ।
ବିଜେଡିର ଏହି ହାଇଭୋଲ୍ଟେଜ୍ ପଦଯାତ୍ରା ପୂର୍ବରୁ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଥିଲା । ସେପଟେ ବଜେପି ସମାନ୍ତରାଳ ଭାବେ କରୁଥିବା ପଦଯାତ୍ରାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେପିର କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଦଳୀୟ ନେତା କହିଛନ୍ତି । ଏହାକୁ ନେଇ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ବିଜେପି ରାଜନୈତିକ ଉଦେ୍ଦଶ୍ୟ ନେଇ ପଦଯାତ୍ରା କରୁଛି । ଆମେ ନିରନ୍ତର ଭାବେ ଓଡିଶା ବାସୀଙ୍କ ସେବା କରିଆସିଛୁ । ତାହାକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ ବୋଲି ସେ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *