ଛାତ୍ର କଂଗ୍ରେସର ହଲ୍ଲାବୋଲ୍
ଭୁବନେଶ୍ୱର (ବୁ୍ୟରୋ): ପୁରୀ ଜିଲ୍ଲା ୧୧ ନମ୍ବର ଜିଲ୍ଲା ପରିଷଦ ଜୋନ୍ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତୁ୍ୟ ମାମଲାକୁ ନେଇ ଆନେ୍ଦାଳନ ତେଜିବାରେ ଲାଗିଛି । ଧର୍ମେନ୍ଦ୍ରଙ୍କ ମୃତୁ୍ୟ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ଦାୟୀ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଘଟଣାରେ ସମୀର ଦାଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ବାସଭବନକୁ ଟମାଟୋ ଓ ଅଣ୍ଡା ମାଡ଼ କରାଯାଇଛି । ବୁଧବାର ୟୁନିଟ-୧ସ୍ଥିତ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖ କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଥିବା ନଜରକୁ ଆସିଛି । ଶତାଧିକ ଛାତ୍ର କଂଗ୍ରେସ କର୍ମୀ ସେଠାରେ ପହଞ୍ଚô ମନ୍ତ୍ରୀଙ୍କ ବିରୋଧରେ ନାରା ଦେଇଥିଲେ । ପରେ ସେମାନେ ମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଲକ୍ଷ୍ୟ କରି ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ । ପୁଲିସ୍ ପହଞ୍ଚô ସମସ୍ତ ବିକ୍ଷୋଭକାରୀଙ୍କୁ ଅଟକ ରଖିଛି ।
ଆସନ୍ତା ୭ ଦିନ ମଧ୍ୟରେ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନେ୍ଦାଳନକୁ ଅଧିକ ଜୋରଦାର କରାଯିବା ସହ ନବୀନ ନିବାସ ଘେରାଉ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି । ଏନେଇ ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି, ପ୍ରଥମେ ମନ୍ତ୍ରୀ ଶ୍ରୀ ଦାଶ ଇସ୍ତଫା ଦିଅନ୍ତୁ । ଏହାପରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । କାରଣ ସମୀର ଦାଶ ମନ୍ତ୍ରୀପଦରେ ଥିବା ପର୍ଯ୍ୟନ୍ତ ଉଚିତ ତଦନ୍ତ ହୋଇପାରିବନି । ମନ୍ତ୍ରୀଙ୍କ ଏପରି କାଣ୍ଡର କୁପ୍ରଭାବ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଉପରେ ପଡ଼ିବ । ତେଣୁ ତୁରନ୍ତ ତାଙ୍କୁ ବହିଷ୍କାର କରାଯାଉ ବୋଲି ଛାତ୍ର କଂଗ୍ରେସ ଦାବି କରିଛି ।
ସେପଟେ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତୁ୍ୟର ତନାଘନା ପାଇଁ କମିଶନରେଟ୍ ପୁଲିସ୍ ଗୋପ ଯିବ ବୋଲି ଜଣଶପଡ଼ିଛି । ମୃତୁ୍ୟ ପୂର୍ବରୁ ଯେଉଁମାନଙ୍କ ସହ ଧର୍ମେନ୍ଦ୍ର କଥା ହୋଇଥିଲେ, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ । ଅଧିକ ଖୋଳତାଡ ପାଇଁ ଜଣେ ଏସିପିଙ୍କ ନେତୃତ୍ୱରେ ତଦନ୍ତକାରୀ ଟିମ୍ ତାଙ୍କ ଗାଁ ଗୋପର ଖଣ୍ଡିଆକୁଦ ଯିବ । ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯିବ । ପୂର୍ବରୁ ଧର୍ମେନ୍ଦ୍ରଙ୍କ ସ୍ମାର୍ଟୱାଚ୍ ଓ ସିସିଟିଭି ହାର୍ଡ ଡିସ୍କ ଷ୍ଟେଟ୍ ଫରେନସିକ୍ ଲାବକୁ ପଠାଯାଇଥିଲା । ସେହିପରି ତାଙ୍କର ୨ ମୋବାଇଲର ଯାଞ୍ଚ ପାଇଁ ପଠାଯାଇଛି । ସୂଚନାଯୋଗ୍ୟ, ପୁରୀ ଜିଲ୍ଲା ୧୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଭୁବନେଶ୍ୱର ଶିଶୁପାଳଗଡ଼ ସ୍ଥିତ ଘରୁ ଉଦ୍ଧାର ହୋଇଥିଲା । ଶ୍ୱାସରୁଦ୍ଧରୁ ତାଙ୍କର ମୃତୁ୍ୟ ହୋଇଛି । ପାରିବାରିକ କଳହ ନା ଆଉ କିଛି କାରଣ ରହିଛି ପୁଲିସ୍ ତାର ଖୋଳତାଡ କରୁଛି । ମୃତୁ୍ୟ ପୂର୍ବରୁ ତାଙ୍କର ସୋସିଆଲ୍ ମିଡିଆ ପୋଷ୍ଟ ମୃତୁ୍ୟ ରହସ୍ୟକୁ ବଢ଼ାଇଛି ।