ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଉପରେ ଗୁରୁତ୍ୱ
ଆସିକା (ଆପ୍ର): ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର ତୃତୀୟ କାଉନ୍ସିଲ ବୈଠକ ବୁଧବାର ନଗରପାଳିକା ବିନେତା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏନ୍ଏସିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଧାୟିକା ମଞ୍ଜୁଳା ସ୍ୱାଇଁ, ସାଂସଦଙ୍କ ଆସିକା ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ, ଉପନଗରପାଳିକା ଜୟନ୍ତୀ ବିଷୋୟୀ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକାନାଥ ବେଜ୍ ପ୍ରମୁଖ ମଞ୍ଚାସୀନ ଥିଲେ । କାଉନସିଲରମାନେ ନିଜନିଜ ୱାର୍ଡର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଉପରେ ପ୍ରସ୍ତାବ ଦେଇଥିଲେ । ଏଥିରେ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ମହିଳା ଓ ଶିଶୁ ବିକାଶ କାର୍ଯ୍ୟକ୍ରମ, ଖାଦ୍ୟ ସୁରକ୍ଷା (ସାଧାରଣ ବଣ୍ଟନ ବ୍ୟବସ୍ଥା), ସାମାଜିକ ସୁରକ୍ଷା, ପରିମଳ ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଷୟରେ ଜନପ୍ରତିନିଧିମାନେ ଆଲୋଚନା କରିଥିଲେ ।
ବୈଠକରେ କାଉନସିଲର ନିଗମାନନ୍ଦ ରାଉତ, ଭାସ୍କର ବେହେରା, ପ୍ରଦୀପ କୁମାର ଗୌଡ, ସରୋଜ କୁମାର ଭଞ୍ଜ, ରାଘବ ସିୟ, ରୀନା ବେହେରା, ବନ୍ଦିତା ପ୍ରଧାନ, ସୁଜାତା ପରିଡା, ଦୁର୍ଗାବାଇ ବୈଠାରୁ, ନିରଞ୍ଜନ ଜେନା, ମଦନମୋହନ ନାୟକ, ବିଜୟଲକ୍ଷ୍ମୀ ବେହେରା, ନିଳୀମା ପାତ୍ର, ମମତା ପାତ୍ର, ବାସନ୍ତି ପାତ୍ର, ସଞ୍ଜୁକ୍ତା ଶତପଥି ପ୍ରମୁଖ ଉପସ୍ଥିତ ଥିଲେ । ଆସିକା ସହରବାସୀଙ୍କ ଆଶା ଓ ଭରସା ପୂରଣ କରିବା ପ୍ରତ୍ୟେକ ଜନପ୍ରତିନିଧିଙ୍କ ପ୍ରଥମ ଲକ୍ଷ୍ୟ ହେବା ଉଚିତ ବୋଲି ବିଧାୟିକା ମଞ୍ଜୁଳା ସ୍ୱାଇଁ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଏନଏସି କର୍ମଚାରୀ ସୁମନ୍ତ କୁମାର ସେନାପତି, ସ୍ମିତାଲତା ଦଳେଇ, ଶୁଭମ କୁମାର ପାଢୀ, ଇଂ. ଲକ୍ଷ୍ମୀ ସିଂ, ସୁଚିତ୍ରାରାଣୀ ଦାଶ, ଶିବ ଶଙ୍କର ପ୍ରଧାନ, ସିଦ୍ଧାର୍ଥ ଶଙ୍କର ଦାଶ, ଜଗନ୍ନାଥ ବେହେରା ପ୍ରମୁଖ ସହଯୋଗ କରିଥିଲେ ।