ଶୁଣିଲାନି ପ୍ରଶାସନ, ଛାତ୍ରଛାତ୍ରୀଙ୍କ ରାସ୍ତା ଅବରୋଧ

ଆଣ୍ଠୁଏ ପାଣିରେ ସ୍କୁଲ ଯିବାକୁ ପଡୁଛି
ରାଜକନିକା (ଆପ୍ର): ଆୟତନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଗରେ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତାରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହୁଥିବାରୁ ଛାତ୍ର ଛାତ୍ରୀମାନେ ବିଦ୍ୟାଳୟକୁ ଯାଉଥିବା ବେଳେ ଅନେକ ହଇରାଣ ହେଉଛନ୍ତି । ଅନେକ ସମୟରେ ପିଲାମାନେ ପାଣିରେ ପଡ଼ି ଓଦା ହେବା ସହିତ ଜ୍ୱର ଥଣ୍ଡାରେ ପଡୁଛନ୍ତି । ଏ ସମ୍ପର୍କରେ ଗ୍ରାମବାସୀ ଏବଂ ଅବିଭାବକମାନେ ପଲ୍ଲୀରେ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା ।
ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀର ଶତାଧିକ ଛାତ୍ରଛାତ୍ରୀଙ୍କ ସହିତ ଅବିଭାବକ, ଗ୍ରାମବାସୀମାନେ ମଙ୍ଗଳବାର ଆୟତନ-କାଟଣା ରାସ୍ତା ଅବରୋଧ କରିଥିଲେ । ଖବର ପାଇ କନିକା ତହସିଲଦାର ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ସହିତ ରାସ୍ତା ମରାମତି ସହିତ ପାଣି ନିଷ୍କାସନ ହେବାର ପ୍ରତିଶୃତି ଦେବା ପରେ ରାସ୍ତାଅବରୋଧ ହଟିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *