୨ଠ କୋଟି ନେଇ ବିଲ୍ଡର୍ ଛୁ
ଭୁବନେଶ୍ୱର, ୨୩ା୯ (ବୁ୍ୟରୋ): ବିଲ୍ଡରଙ୍କ ବିରୋଧରେ ଲୁକ୍ଆଉଟ୍ ସର୍କୁଲାର । ଓଡ଼ିଶା ହୋମ୍ ଆଣ୍ଡ୍ କମର୍ସିଆଲ ପ୍ରାଇଭେଟ୍ ଲିମିଟେଡ୍ର ନିଦେ୍ର୍ଦଶକ ମନୋଜ ପଣ୍ଡାଙ୍କ ବିରୋଧରେ ଲୁକଆଉଟ ସର୍କୁଲାର ଜାରି ହୋଇଛି । ୨୦ କୋଟି ଟଙ୍କା ଠକେଇ ଅଭିଯୋଗରେ ଇଓଡବ୍ଲୁ୍ୟ ଏହି ସର୍କୁ୍ୟଲାର ଜାରି କରିଛି । ଭୁବନେଶ୍ୱର ସାଂପୁର ଗଣପତି ମୌଜାରେ ଆପାର୍ଟମେଣ୍ଟ ଓ ଫ୍ଲାଟ୍ ଯୋଗାଇଦେବାକୁ କହି ମନୋଜ ଲୋକଙ୍କ ଠାରୁ ୨୦ କୋଟି ଟଙ୍କା ଠକିଥିବା ଅଭିଯୋଗ ଥିଲା । ୨୦୧୩ରୁ ୨୦୧୬ ମଧ୍ୟରେ ୪୨ଜଣଙ୍କଠାରୁ ୨୦ କୋଟି ଟଙ୍କା ନେଇଥିଲା ସଂସ୍ଥା । ୨୦୧୮ ସୁଦ୍ଧା ଫ୍ଲାଟ ଯୋଗାଇଦେବାକୁ କହିଥିଲେ । ପରବର୍ତ୍ତୀ ସମୟରେ ଟଙ୍କା ନଦେଇ ଛୁ’ ମାରିଥିଲେ ମନୋଜ ପଣ୍ଡା । ଏନେଇ ଜମାକାରୀମାନେ ଅଭିଯୋଗ ପରେ ଇଓଡବୁ୍ଲ୍ୟ ତଦନ୍ତ ଆରମ୍ଭ କରିଥିଲା । ସମ୍ପୃକ୍ତ ବିଲ୍ଡରଙ୍କୁ ଧରିବା ପାଇଁ ଶୁକ୍ରବାର ତା ନାଁରେ ଲୁକ୍ଆଉଟ୍ ସର୍କୁଲାର ଜାରି କରାଯାଇଛି । ମନୋଜଙ୍କ ବ୍ୟତୀତ ତାଙ୍କ ଭାଇ ସରୋଜ ପଣ୍ଡା ମଧ୍ୟ ଏହି ଠକେଇରେ ସମ୍ପୃକ୍ତ ଅଛନ୍ତି । ସେ ମଧ୍ୟ ଫେରାର ଥିବା ଜଣାପଡିଛି । ତେବେ ଏହି ଠକେଇର ଆଉ ଜଣେ ଅଭିଯୁକ୍ତ ଏମ୍ଡି ଅରବିନ୍ଦ ସାନ୍ତରାଙ୍କୁ ପୂର୍ବରୁ ଗିରଫ କରାଯାଇ କୋର୍ଟକୁ ପଠାଯାଇଥିଲା । ଏମାନେ ତିନି ଜଣ ମିଶି ଠକେଇ ସଂସ୍ଥା ଚଳାଇବା ସହ ଗୋଟିଏ ଫ୍ଲାଟ୍କୁ ବାରମ୍ବାର ବିଭିନ୍ନ ଲୋକଙ୍କୁ ବିକ୍ରି କରିଥିବା ଅଭିଯୋଗ ରହିଛି । ମନୋଜ ପଣ୍ଡାଙ୍କ ନାଁରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଛି । ସେ ବିଭିନ୍ନ ଲୋକଙ୍କଠାରୁ ଠକେଇ କରିଥିବା ନେଇ ଇଓଡବ୍ଲୁ ଏସ୍ପି ଦିଲ୍ଲୀପ ତ୍ରିପାଠୀ କହିଛନ୍ତି ।