ବୈତରଣୀ ଧୋବାବିଲରେ ୨୦୧ କୋଟି ଅର୍ଥରେ ନିର୍ମାଣ ହେବ ଆନିକଟ

ଯାଜପୁର (ଆପ୍ର): ଦଶରଥପୁର ବ୍ଲକ୍ ବୈତରଣୀ ନଦୀ ଧୋବାବିଲ ଠାରେ ୨୦୧ କୋଟି ଟଙ୍କା ଅର୍ଥରେ ନିର୍ମାଣ ହେବ ଆନିକଟ୍ । ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପାର୍ବତିଗିରି ବୃହତ୍ ଉଠାଜଳସେଚନ ଯୋଜନା ପାଇଁ ୩୯୬ କୋଟି ୨୭ଲକ୍ଷ ଅର୍ଥ ଗୁରୁବାର ରାଜ୍ୟ କ୍ୟାବିନେଟ୍ରେ ଅନୁମୋଦନ କରାଯାଇଛି । ପାର୍ବତିଗିରି ବୃହତ୍ ଉଠାଜଳସେଚନ ଯୋଜନାକୁ ଅନୁମୋଦନ କରାଯିବା ପରେ ଏହି ଯୋଜନା ମାଧ୍ୟମରେ ନଦୀ, ଜଳଭଣ୍ଡାର ଏବଂ କେନାଲରୁ ଜଳ ଉତ୍ତୋଳନ କରାଯାଇ ୨, ୬୩, ୮୦୧ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ । ଏହାକୁ ୩୬ ମାସରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ପ୍ରଦାନ କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ବିଂଝାରପୁର ବ୍ଲକ୍ ବରୀ ନିର୍ବାଚନ ମଣ୍ଡଳୀର ଯାଜପୁର ବ୍ଲକ୍, କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ୍ ଏବଂ ରାଜକନିକା ବ୍ଲକ୍ର କୃଷକ ଉପକୃତ ହେବା ସହିତ ଏହାର ମାଇକ୍ରୋ ଜଳସେଚନ ସୁବିଧା ଉପଯୋଗ କରି ପାରମ୍ପାରିକ ଧାନ ଫସଲ ବଦଳରେ ଅର୍ଥକାରୀ ଫସଲ କରିବା ପାଇଁ ସୁବିଧା ଯୋଗାଇବ । ଏହା ବ୍ୟତିତ ପ୍ରକଳ୍ପଟି ଚାଷୀମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତିରେ ମଧ୍ୟ ସହାୟକ ହେବ । ସେହିପରି ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ୍ ଅଧିନସ୍ଥ କୁଟୁରିଆ ଗ୍ରାମ ନିକଟରେ ଓ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଅଧିନସ୍ଥ ଧୋବାବିଲ ଗ୍ରାମ ନିକଟରେ ବୈତରଣୀ ନଦୀରେ ଏକ ଆନିକଟ୍ ନିର୍ମାଣର ପ୍ରସ୍ତାବ ରହିଛି । ଏହି ନିର୍ମାଣ କାର୍ଯ୍ୟ ନିମନ୍ତେ ୨୦୧ କୋଟି ଟଙ୍କା ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଥିବା ବେଳେ ଏହାକୁ ୩୦ ମାସ ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ପ୍ରଦାନ କରିଛନ୍ତି । ଏହ ପ୍ରକଳ୍ପଟି କୋଚିଳା ନଦୀରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ସହିତ ବୈତରଣୀ ନଦୀକୁ ପୁର୍ନଜୀବିତ କରିବାରେ ସହାୟକ ହେବ । ଏହା ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଓ ଯାଜୁପର ଜିଲ୍ଲା ଦଶରଥପୁର ବ୍ଲକ୍ ଲୋକମାନଙ୍କର ପାନୀୟଜଳ ଓ ଘରୋଇ ବ୍ୟବହାର ନିମନ୍ତେ ପର୍ଯ୍ୟାପ୍ତ ଜଳ ଉପଲବ୍ଧ କରାଇବା ସହିତ ସେମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତି ଦିଗରେ ସାହାଯ୍ୟ କରିବ । ଏହି ପ୍ରକଳ୍ପ ୨ଟି ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବା ପରେ ସାଧାରଣରେ ଉତ୍ସାହ ପରିଲକ୍ଷିତ ହେବାସହ ମୁଖ୍ୟମନ୍ତ୍ରୀଙ୍କୁ କୃଷଜ୍ଞତା ଜ୍ଞାପନ କରାଯାଇଛି । ଏଥି ପାଇଁ ଶୁକ୍ରବାର ଦିନ ସ୍ଥାନୀୟ ସର୍କିଟ୍ ହାଉସ ଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *