ଚାଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ରାସ୍ତାରୋକ
କୁକୁଡ଼ା କମ୍ପାନୀ କବ୍ଜାରେ ପୁଲିସ
ଢେଙ୍କାନାଳ:ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ହିନେ୍ଦାଳରୋଡ ଫାଣ୍ଡି ଅଧିକାରୀ କୁକୁଡା କମ୍ପାନୀଙ୍କ ଇଙ୍ଗିତରେ ଉଠବସ ହେଉଥିବାର ଅଭିଯୋଗ ହୋଇଛି । କୁକୁଡା ଚାଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ କୁକୁଡା ଚାଷୀ ମାନେ ଫାଣ୍ଡି ଅଧିକାରୀଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାସହିତ ୫୫ ନମ୍ବର ଜାତୀୟରାଜପଥକୁ ଅବରୋଧ କରିଥିବାର ଜଣାପଡିଛି ।
କୁକୁଡା ଚାଷୀଙ୍କ ଅଭିଯୋଗ ଅନୁସାରେ କୁକୁଡା କମ୍ପାନୀ ଦ୍ୱାରା ଯୋଗାଣ ହେଉଥିବା ଚିଅାଁଏବଂ ଦାନା ଅତି ନିମ୍ନମାନର ହୋଇଥିବାରୁ ଠିକ ସମୟରେ କୁକୁଡାଙ୍କର ଅଭିବୃଦ୍ଧି ଘଟୁନାହିଁ । ଫଳରେ ଚାଷୀ ମାନେ କ୍ଷତିସହୁୂଛନ୍ତି । ଏହାକୁ ନେଇ କୁକୁଡାଚାଷୀ ମାନେ କମ୍ପାନୀଠାରୁ ଚିଅାଁକିମ୍ବା ଦାନା ନେବେ ନାହିଁ ବୋଲି ଆନେ୍ଦାଳନ କରିବା ସହିତ ବାରମ୍ବାର ଦାବୀ କରିଆସୁୂଛନ୍ତି । କିନ୍ତୁ ପଶୁପତି ଫିଡସ ଚାଷୀମାନଙ୍କ ଅଗୋଚର ଏବଂ ଗୋପନରେ କୁକୁଡା ଚିଅାଁ ଯୋଗାଉଥିବା ଜଣାପଡିଛି । ଏହି ଘଟଣା ଜଣାପଡିବା ପରେ କୁକୁଡା ଚାଷୀ ମାନେ ଏକତ୍ରିତ ହୋଇ ବୁୂଧବାର ରାତିରେ କୁକୁଡା ଚିଅାଁ ନେଉଥିବା ୪ଟି ପିକ ଅପ ଭ୍ୟାନକୁ ୫୫ ନମ୍ବର ଜାତୀୟ ରାଜପଥର ଗୁଣୁଦେଇ ନିକଟରେ ଗାଡିକୁ ଅଟକାଇଥିଲେ । ଏହି ଘଟଣାରେ ହିନେ୍ଦାଳ ରୋଡ ଫାଣ୍ଡି ଅଧିକାରୀ ବିଶ୍ୱଜିତ କରଣ ଓ ସୁବ୍ରତ ଲେଙ୍କା ନାମକ ଦୁଇଜଣ କୁକୁଡା ଚାଷୀଙ୍କୁଥାନାକୁ ନେଇଥିଲେ ।ଏହାର ପ୍ରତିବାଦରେକୁକୁଡା ଚାଷୀ ମାନେ ଏକତ୍ରିତ ହୋଇ ଫାଣ୍ଡି ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ବୁଝିବାକୁ ଯାଇଥିବା ବେଳେ ଫାଣ୍ଡି ଅଧିକାରୀ କୁକୁଡା ଚାଷୀଙ୍କୁ ଦୁର୍ବବ୍ୟହାର କରିଥିଲେ । ଫଳରେ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରିବାସହିତ ନ୍ୟାୟ ଦାବୀ ଅପରାହ୍ନ ୪ଟା ସମୟରେ ୫୫ନମ୍ବର ଜାତୀୟରାଜପଥକୁ ଫାଣ୍ଡି ସମ୍ମୁଖରେ ଅବରୋଧ କରିଥିଲେ । ଖବର ପାଇ ଓଡାପଡା ଅତିରିକ୍ତ ତହସିଲାଦାରସୁମନ୍ତକୁମାର ବେହେରା ହିନେ୍ଦାଳରୋଡ ଫାଣ୍ଡିରେ ପହଞ୍ଚô ଆନେ୍ଦାଳନକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ଏ ସଂକ୍ରାନ୍ତରେ ଫାଣ୍ଡି ଅଧିକାରୀ ବିକାଶ କୁମାର ବେହେରାଙ୍କକହିବା ଅନୁସାରେ କୁକୁଡା କମ୍ପାନୀର ଅଭିଯୋଗ ଆଧାରରେ ସେମାନଙ୍କୁ ଗିରଫ କରାଯାଇଥିଲା । ସେହପରି କୁକଡାଫାର୍ମ ସଦର ସଭାପତି ସୁନିଲ କୁମାର ବେହେରା ଏବଂ ସମ୍ପାଦକ ଦେବୀ ପ୍ରସାଦ ଦାସଙ୍କସହିତ କର୍ମକର୍ତ୍ତାମାନେ ପଶୁପତି ଫିଡସ ବିରୁଦ୍ଧରେ ଅଭିଯୋଗ କରିଥିବାର ଜଣାପଡିଛି । ଏବେ ଫାଣ୍ଡି ଅଧିକାରୀ କମ୍ପାନୀ ନାମରେ ହୋଇଥିବା ଅଭିଯୋଗ ଅନୁସାରେ ତାଙ୍କୁ ଗିରଫ କରୁଛନ୍ତି ନା କମ୍ପାନୀ ଇସାରାରେ ଉଠବସ ହୋଇ ନିରୀହ କୁକୁଡା ଚାଷୀ ମାନଙ୍କ ଉପରେ ଦାଉସାଜୁଛନ୍ତି ତାକୁ ନେଇ କୁକୁଡା ଚାଷୀ ମାନେ ଅପେକ୍ଷାକରିଛନ୍ତି ।