ଅଧ୍ୟକ୍ଷାଙ୍କ ନିଦେ୍ର୍ଦଶ ପରେ ବିଡିଓଙ୍କ ଚିଠି
ସରକାରୀ କ୍ୱାର୍ଟସରେ ରହୁନାହାନ୍ତି କର୍ମଚାରୀ
କଣ୍ଟାପଡ଼ା (ଆପ୍ର): କଣ୍ଟାପଡ଼ା ବ୍ଲକ୍ କାର୍ଯ୍ୟାଳୟର ସମସ୍ତ କର୍ମ·ରୀ ବିଳମ୍ବରେ ଆସିବାକୁ ନେଇ କଣ୍ଟାପଡ଼ା ବ୍ଲକ୍ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ପତି ଗତ ୯ ତାରିଖରେ ଚିଠିକରି ବ୍ଲକର ସମସ୍ତ କର୍ମଚାରୀଙ୍କୁ ତାଗିଦ୍ କରିଛନ୍ତି । ପ୍ରତିଦିନ ବ୍ଲକର କର୍ମଚାରୀମାନେ ସକାଳ ୧୦ ଟା ପୂର୍ବରୁ କାର୍ଯ୍ୟାଳୟରେ ଯୋଗଦେବାକୁ ନିଦେ୍ର୍ଦଶ ମଧ୍ୟ କରିଛନ୍ତି । ଏଠାରେ ସୂଚନା ଥାଉକି, ପ୍ରତ୍ୟେକ ସରକାରୀ କର୍ମ·ରୀ ସକାଳ ୧୦ଟା ସମୟ ପୂର୍ବରୁ କାର୍ଯ୍ୟାଳୟରେ ଯୋଗଦେବାକୁ ନିୟମ ଥିବାବେଳେ କଣ୍ଟାପଡ଼ା ବ୍ଲକର କର୍ମ·ରୀମାନେ ଶରକାରୀ ନିୟମକୁ ଫୁ କରିଦେଇ ମନଇଛା ଦିବା ୧୧ଟା ପୂର୍ବରୁ କାର୍ଯ୍ୟାଳୟକୁ ଆସୁନାହାନ୍ତି । ଏନେଇ ସ୍ଥାନୀୟ ଜନସାଧାରଣ କୌଣସି କାମ ପାଇଁ ୧୦.୪୫ମି.ରେ ବ୍ଲକକୁ ଆସିଥିବାବେଳେ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ସମେତ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ, ଆକାଉଣ୍ଟ ଅଫିସର୍ ଓ ଅନ୍ୟାନ୍ୟ ଅଧିକାଂଶ କର୍ମ·ରୀମାନେ ଆସିନଥିଲେ । କିଛି ଲୋକେ ଏହାର ଭିଡିଓ କରିବା ସମୟରେ ମଣ୍ଡଳ ଉନ୍ନୟନ ଅଧିକାରୀ ଓ ଆକାଉଣ୍ଟ ଅଫିସର୍ କାର୍ଯ୍ୟାଳୟରେ ପହଞ୍ଚôଥିଲେ ଏବଂ ସେହି ବ୍ୟକ୍ତିମାନଙ୍କୁ କାହିଁକି ଫଟୋ ଉଠାଉଛ କହି ଉପସ୍ଥିତ ଥିବା ମଣ୍ଡଳ ଉନ୍ନୟନ ଅଧିକାରୀ ଓ କିଛି କର୍ମ·ରୀ ଘେରିଯାଇଥିଲେ । ଏପରିକି ସମ୍ପୃକ୍ତ ଯୁବକଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ଆସିଛି ।
ପ୍ରକାଶଥାଉ କି ମଣ୍ଡଳ ଉନ୍ନୟନ ଅଧିକାରୀ ଓ ସହକାରୀ ଯନ୍ତ୍ରୀଙ୍କ ସହିତ ବ୍ଲକ କର୍ମ·ରୀମାନଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଘର ନିର୍ମାଣ ହୋଇଥିବା ବେଳେ ଏଠାରେ କେହି ରହୁନାହାନ୍ତି । ଏହାଦ୍ୱାରା ବାହାର ଲୋକେ ଏହି ଘରକୁ ଦଖଲ କରି ରହୁଛନ୍ତି ଏବଂ ଅନ୍ୟ କେତେକ କର୍ମ·ରୀମାନେ କଣ୍ଟାପଡ଼ା ଏରିଆରେ ଘର ଭଡ଼ାନେଇ ରହୁଥିବା ଦର୍ଶାଇ ସରକାର ତହବିଲରୁ ଘରଭଡ଼ା ନେଉଛନ୍ତି । କିନ୍ତୁ ସେମାନେ ବ୍ଲକ୍ କାର୍ଯ୍ୟାଳୟର ନିୟମ ମୁତାବକ ବ୍ଲକ ନିକଟରେ କୌଣସି ଭଡ଼ା ଘର କିମ୍ବା କ୍ୱାଟରରେ ନନେଇ ଭୂବନେଶ୍ୱର ଓ କଟକରେ ରହୁଛନ୍ତି । ଯାହାଫଳରେ କାର୍ଯ୍ୟରେ ସଠିକ୍ ସମୟରେ ଯୋଗଦେଉ ନାହାନ୍ତି । ଏହି ଅଭିଯୋଗ ହେବାପରେ ଅଧ୍ୟକ୍ଷା ଶୁଶ୍ରୀ ଜିନା ଭୋଇ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ଭବିଷ୍ୟତରେ ଆଉ କୌଣସି କର୍ମ·ରୀ ଡେରିରେ ନଆସିବାକୁ ବିଡିଓଙ୍କୁ ପରାମର୍ଶ ଦେଇଥିଲେ । ଏହାପରେ ମଣ୍ଡଳ ଉନ୍ନୟନ ଅଧିକାରୀ ଚିଠିକରି ସମସ୍ତ କର୍ମ·ରୀଙ୍କୁ ସଠିକ୍ ସମୟରେ କାର୍ଯ୍ୟରେ ଯୋଗ ଦେବାକୁ ତାଗିଦ୍ କରିଛନ୍ତି । ବାଇଓ ମେଟି୍ରକ ଶିଷ୍ଟମ ବ୍ଲକରେ ଦୀର୍ଘଦିନ ହେବ ଅଚଳ ପଡ଼ିଥିବାବେଳେ ଏହାକୁ ବ୍ଲକ ପ୍ରଶାଶନ ସଜାଡ଼ୁ ନାହାନ୍ତି । ଏହାଦ୍ୱାରା ଡେରିରେ ଆସୁଥିବା କର୍ମ·ରୀମାନେ କାଳେ ଧରାପଡ଼ିଯିବେ ଏହାକୁ ସଜଡ଼ା ନଯାଇ ଗୋଟେ କୋଣରେ ଲୁଚାଇ ରଖାଯାଇଛି ।