ବିଦେଶକୁ ରପ୍ତାନୀ ହେବ ସୂକ୍ଷ୍ମ କାରୁକାର୍ଯ୍ୟ ନିର୍ମିତ ପଥର

ପୁରୀ (ବୁ୍ୟରୋ): ଭାରତ ସରକାରଙ୍କ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ସହାୟତାରେ ଚାଲିଥିବା ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ମହଲପଡ଼ାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ‘ସମ୍ପର୍କ’ କାର୍ଯ୍ୟାଳୟର ସୂକ୍ଷ୍ମ କଳା କାରୁକାର୍ଯ୍ୟ ନିର୍ମିତ ପଥର ବିଦେଶକୁ ରପ୍ତାନୀ କରାଯିବ । ଇଡିଆଇଆଇ ସ୍ମୃତି କାର୍ଯ୍ୟକ୍ରମର ନିଦେ୍ର୍ଦଶକ ଡଃ ରାଜେଶ ଗୁପ୍ତା, ଶ୍ରୁତି ସୁରେନ ଓ ଇଡିଆଇଆଇ ଭୁବନେଶ୍ୱର ରାମଚନ୍ଦ୍ର ବେହେରା ପ୍ରମୁଖ ଓଡ଼ିଶା ଗସ୍ତରେ ଆସି ମହଲପଡ଼ାଠାରେ ପହଞ୍ଚି ପଥର ଖୋଦେଇ କଳା କାରୁକାର୍ଯ୍ୟକୁ ଦେଖି ପ୍ରଶଂସା କରିବା ସହିତ ଏହି କାରୁକାର୍ଯ୍ୟ ବିଦେଶକୁ ରପ୍ତାନୀ କରାଯିବ ବୋଲି କହିଥିଲେ । ସେଠାରେ କାର୍ଯ୍ୟରତ ଗୋପ, କୋଣାର୍କ, ନିମାପଡ଼ା, କାକଟପୁର, ଅସ୍ତରଙ୍ଗ ଅଞ୍ଚଳର ୩୧୧ କାରିଗରଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିବା ସହିତ ଏହାର ବ୍ୟବସାୟ କିପରି ଚାଲିଛି ପଚାରି ବୁଝିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଶିଳ୍ପ ନିୟୋଜନ ସଂସ୍ଥା, ଅତିରିକ୍ତ ନିଦେ୍ର୍ଦଶକ ହସ୍ତଶିଳ୍ପ ପୁରୀ, ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରତ୍ୟେକ୍ଷ ତଦାରଖ କରାଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *