ନରସିଂହପୁର ମୁଖ୍ୟ ବଜାରରେ ଡ୍ରେନେଜ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ
ନରସିଂହପୁର (ଆପ୍ର): ନରସିଂହପୁରର ସୌନ୍ଦର୍ଯ୍ୟ ହେଉଛି ବିପର୍ଯ୍ୟସ୍ତ ଡ୍ରେନ । ବଜାରକୁ ଆସୁଥିବା ଲୋକ ମାନଙ୍କର ଡେଙ୍ଗୁ ରୋଗ ଭୟୟ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସଫା ହେଉନି ଡ୍ରେନ୍ । ନରସିଂହପୁରର ସବୁଠାରୁ ଜନଗହଳି ପୂର୍ଣ୍ଣ କ୍ଳବ ଛକ, ତ୍ରିନାଥ ବଜାର ପରିବା ମାର୍କେଟ ନିକଟରେ ବର୍ଷ ବର୍ଷ ଧରି ଡ୍ରେନ୍ର ଆବର୍ଜନା ପାଣି ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି । ତେବେ ରାତି ପାହିଲେ ଏଠି ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯିବା ଆସିବା କରିଥାନ୍ତି । ଛାତ୍ରଛାତ୍ରୀମାନେ ଏହି ରାସ୍ତାରେ ଗଲାବେଳେ ନାକରେ ଚୁଁଟା ଦେଇ ଯିବା ଆସିବା କରିଥାନ୍ତିୟଏଠି ବାଇଶି ବର୍ଷର ଶାସନ ବ୍ୟବସ୍ତା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି ବୋଲି ଆଲୋଚନା ହେଉଛି । ପ୍ରଶାସନ ପୂରା ଚୁପ । ସରକାର କୋଠଘର ଓ ଚଉରା ପିଣ୍ଡି କରିବାରେ ବ୍ୟସ୍ତ । ସବୁ ଜାଣି ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ଲୋକେ ଅଭିଯୋଗ କରିଛନ୍ତି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ନାଁ ପୂର୍ବବିଭାଗ ନାଁ ପଞ୍ଚାୟତ ନାଁ ବ୍ଲକ ପ୍ରଶାସନ କେହି ହେଲେ ଗୁରୁତ୍ୱ ଦେଉ ନାହାନ୍ତି ସମସ୍ତେ ନିଜ ନିଜ ଦୋଷ ଛଢାଇ ଦେଉଛନ୍ତି । ନରସିଂହପୁର ବ୍ଲକରେ ବର୍ତ୍ତମାନ ଡେଙ୍ଗୁ ୫ ଜଣଙ୍କୁ ହୋଇଥିବା ବେଳେ ଆତଙ୍କ ଖେଳାଇଲାଣି କିନ୍ତୁ ପ୍ରଶାସନର ନିଦ ଭାଙ୍ଗୁନି ଯଦି ଡେଙ୍ଗୁ ବ୍ୟାପେ ତାହେଲେ କିଏ ରହିବ ଦାୟୀ ତାକୁ ନେଇ ଉଠୁଛି ପ୍ରଶ୍ନ ତୁରନ୍ତ ଡ୍ରେନ୍ ମରାମତି କାର୍ଯ୍ୟ କରିବା ପାଇଁ ସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।