ମଦ ଦୋକାନ ଆଗରେ ମଦ୍ୟପଙ୍କ ଦୌରାତ୍ମ୍ୟ

ରାଜନଗର (ଆପ୍ର): ରାଜନଗର ବ୍ଲକ୍ ସାନବଡଗୋପାଳପୁରର ବୀଣାପାଣି ବଜାରର ମୁଖ୍ୟ ରାସ୍ତାକୁ ଲାଗି ଠିପି ବନ୍ଦ ମଦ ଦୋକାନ ରହିଥିବା ବେଳେ ଦୋକାନ ଆଗରେ ଖୁଲମଖୁଲା ଲୋକେ ମଦ ପିଉଛନ୍ତି । ସକାଳୁ ରାତି ଯାଏଁ ମଦୁଆଙ୍କ ଦ୍ରୌରାତ୍ମ୍ୟରେ ସ୍ଥାନୀୟ ଲୋକେ ଓ ଏହି ରାସ୍ତା ଦେଇ ଯାଆସ କରୁଥିବା ଛାତ୍ରଛାତ୍ରୀ ନାନା ଗଞ୍ଜଣା ସହୁଥିା ଅଭିଯୋଗ ହେଉଛି । ମଦ ଦୋକାନର ୨ଶହ ମିଟର ମଧ୍ୟରେ ସରକାରୀ ନୋଡାଲ ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର, ଦୁଇଟି ବେସରକାରୀ ବିଦ୍ୟାଳୟ ସହିତ ଦୁଇଟି ମନ୍ଦିର ରହିଛି । ସରକାରୀ ନିୟମ ଉଲ୍ଲଂଘନ କରି ମଦ ଦୋକାନକୁ ସ୍ୱୀକୃତି ଦିଆଯାଇଥିବା ଜଣାପଡ଼ିଛି । ସରକାରୀ ରେକର୍ଡରେ ଏହା ଠିପିବନ୍ଦ ହୋଇଥିଲେ ମଧ୍ୟ ଦିନ ରାତି ମଦ ଦୋକାନ ସମ୍ମୁଖ ବେଆଇନ ବାର୍ରେ ଏକ ପ୍ରକାର ପରିଣତ ହୋଇଛି । ମଦୁଆମାନେ ମଦ କିଣି ମଦ ଦୋକାନ ଆଗରେ ମଦ ପିଇବା ସହ ସେହି ରାସ୍ତା ଦେଇ ଯାଉଥିବା ଛାତ୍ରଛାତ୍ରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରୁଛନ୍ତି । ଏପରିକି ବାରଣ ସତ୍ତ୍ୱେ ଗ୍ରାହକମାନେ ମଦ କିଣି ସେହିଠାରେ ହିଁ ପିଇବା ଆରମ୍ଭ କରି ଦେଉଛନ୍ତି ।
ପ୍ରତିବାଦରେ ଛାତ୍ର ସୁରକ୍ଷା ମଞ୍ଚ ଓ ବିଭିନ୍ନ କଲେଜ ଛାତ୍ରଛାତ୍ରୀମାନେ କେନ୍ଦ୍ରାପଡା ଜିଲ୍ଲାପାଳ, ରାଜନଗର ତହସିଲଦାର, ରାଜନଗର ଆଇଆଇସି ଓ ଅବକାରୀ ଇନ୍ସପେକ୍ଟରଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ ସ୍ୱରୂପ ମଦ ଦୋକାନକୁ ଚେତାବନୀ ଏବଂ ଜରିମାନା ଭୟ ଦେଖାଇବା ନିହାତି ଆବଶ୍ୟକ ବୋଲି ଦାବି କରାଯାଇଛି । ଯଦି ଆଗାମୀ ଦିନରେ ଏଭଳି ସ୍ଥିତି ଲାଗି ରହେ ତେବେ ଛାତ୍ର ମଞ୍ଚ ସମେତ ସମସ୍ତ କଲେଜ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଅଭିଭାବକମାନେ ଆନେ୍ଦାଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *