ପାଇଖାନା ଟାଙ୍କିରୁ ସ୍ତ୍ରୀର କଙ୍କାଳ ଉଦ୍ଧାର

ସୈତାନ ସ୍ୱାମୀର ନାରକୀୟ କାଣ୍ଡ
କୋରାପୁଟ (ଆପ୍ର): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କାକିରିଗୁମା ଥାନା ଅଞ୍ଚଳରେ ସୈତାନ ସ୍ୱାମୀର ନାରକୀୟ କାଣ୍ଡକୁ ନେଇ ଅଞ୍ଚଳରେ ·ଞ୍ଚଲ୍ୟ ଖେଳିଯାଇଛି । ସ୍ତ୍ରୀକୁ ହତ୍ୟାକରି ଲାଟିନ୍ ଟାଙ୍କିରେ ଲୁଚାଇ ଦେଇଥିଲା ସ୍ୱାମୀ । ୪ ମାସ ପରେ ଏ ଘଟଣା ପଦାକୁ ଆସିବା ପରେ ଅଞ୍ଚଳ ଲୋକେ ହତଚକ୍କିତ ହୋଇଛନ୍ତି । ମୃତ ମହିଳା ଜଣକ ଏହି ଥାନା ଅଧୀନ ଗୌଡଗୁଡାର ଦଶରଥ ସାହୁଙ୍କ ପତ୍ନୀ ଗୌରୀ ସାହୁ ବୋଲି ଜଣାପଡ଼ିଛି ।
ଘଟଣା ଅନୁସାରେ ଗୋରୀଙ୍କ ପିତା ଡମ୍ବରୁଧର ସାହୁ ଅଗଷ୍ଟ ୨ରେ ଝିଅ ଘରକୁ ଯାଇଥିବା ବେଳେ ଜ୍ୱାଇଁ ଦଶରଥ ସିଏ କୁଆଡେ ପାଗଳି ହେଇ ତିନି ମାସ ହେଲାଣି ·ଲିଯାଇଛି ବୋଲି କହିଥିଲେ ଏବଂ କାକିରିଗୁମ୍ମା ଥାନାରେ ଏ ସମ୍ପର୍କିତ ନିଖୋଜ ଏତଲା ଦେଇଥିବା କହିଥିଲେ । ହେଲେ ଡମ୍ବୁରୁଙ୍କ ଏନେଇ ସନେ୍ଦହ ପ୍ରକଟ ହେବାରୁ ଏବଂ ପୁଲିସ୍ ନିଖୋଜ ସମ୍ପର୍କରେ ତଦନ୍ତ କରୁନଥିବାରୁ ଗୌରୀଙ୍କ ବାପଘର ଲୋକ ବାରମ୍ବାର ଦଶରଥଙ୍କୁ ଜେରା କରିଥିଲେ । ଶେଷରେ ସ୍ତ୍ରୀ ମାରି ଲାଟିନ୍ ଗାତରେ ପୋତି ଦେଇଥିବା ସ୍ୱୀକାର କରିଥିଲା ଦଶରଥ । ଗୌରୀଙ୍କ ପରିବାର ଏ ସମ୍ପର୍କରେ କାକିରିଗୁମା ଥାନାରେ ଜଣାଇବା ପରେ ରବିବାର ମଧ୍ୟାହ୍ନରେ ଗୌରୀଙ୍କ କଙ୍କାଳକୁ ପୁଲିସ ଲାଟିନ ଟାଙ୍କିରୁ ଉଦ୍ଧାର କରିଛି । ଲକ୍ଷ୍ମୀପୁର ତହସିଲଦାର ବନବିହାରି ଦିଣ୍ଡାଙ୍କ ଉପସ୍ଥିତିରେ ପୁଲିସ୍ ଗୌରୀଙ୍କ ସ୍ୱାମୀ ଓ ତାଙ୍କ ଝିଅ ପୁଅକୁ ଥାନାରେ ଅଟକ ରଖିଛନ୍ତି ।
ପ୍ରକାଶଥାଉକି ଗୌରୀଙ୍କ ବାପ ଘର ଲକ୍ଷ୍ମୀପୁର ଥାନା ବନ୍ଦିକାର ଅଞ୍ଚଳରେ । ୧୯୯୮ରେ ଡେବରାଗୁଡାର ଦଶରଥ ସାହୁଙ୍କୁ ସେ ବୈଦିକ ରୀତିରେ ବିବାହ କରିଥିଲେ । ଆଜକୁ ୫ ମାସ ତଳେ ଦଶରଥ ଗୌଡଗୁଡା ରାସ୍ତା କଡ଼ରେ ଏକ ନୂଆ ଘର କରି ସପରିବାର ରହିଥିଲେ । ହେଲେ ସେଠାରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବା ସହ ଏହାକୁ କେନ୍ଦ୍ର କରି ଦଶରଥ ଏଭଳି ନାରକୀୟ କାଣ୍ଡ ଘଟିଥିବା ଅଞ୍ଚଳଲୋକେ କହୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *