ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣର ପ୍ରତିବାଦ

ପୁରୀ (ବୁ୍ୟରୋ): ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବା ସୂଚନା ଅଧିକାର କର୍ମୀ ସନ୍ତୋଷ ମହାନ୍ତିଙ୍କୁ ଗତକାଲି ଯେଭଳି ଆକ୍ରମଣ କରାଗଲା; ଏହାର ପ୍ରତିବାଦରେ ସୋମବାର ସୂଚନା ଅଧିକାର କର୍ମୀମାନେ ସଦରଥାନାରେ ଏକତ୍ରିତ ହୋଇ ଆକ୍ରମଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏମାନଙ୍କ ସହ ଶ୍ରୀ ମହାନ୍ତିଙ୍କ ପତ୍ନୀ ମଧ୍ୟ ଯୋଗ ଦେଇ ପୂର୍ବାହ୍ନ ୧୧.୩୦ରେ ସଦର ଥାନାରେ ଅଭିଯୋଗ କରିବା ସହ ଆମର ଆଶା ଓ ଭରସା ଆପଣମାନେ । ଏ ଲଢେଇରେ ଆମମାନଙ୍କ ସହ ସହଯୋଗ କରିବାକୁ ଅନୁରୋଧ କରିଥିଲେ ।
ସୂଚନା ଅଧିକାର ଆଇନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ମଧ୍ୟ ଏଥିରେ ଯୋଗଦେଇ ସନ୍ତୋଷଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏହାସହ ଏସ୍ପିଙ୍କୁ ଭେଟିବାକୁ ଯାଇ ତାଙ୍କ ଅନୁପସ୍ଥିତିରେ ଉପ ଆରକ୍ଷୀଅଧୀକ୍ଷକଙ୍କୁ ଭେଟି ଘଟଣା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଏହାସହ ମୁଖ୍ୟ ଅଭିଯୁକ୍ତ ସମ୍ପୃକ୍ତ ସରପଞ୍ଚ (ଛଇତନା ପଞ୍ଚାୟତ) ଓ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାୁଷ୍ଠାନ ପାଇଁ ଦାବି କରିଥିଲେ । ସୂଚନା ଅଧିକାର କର୍ମୀ ପବିତ୍ର ଦଳାଇ, ଅବିନାଶ ମିଶ୍ର, ବଟ ପ୍ରଧାନ, ପ୍ରସନ୍ନ ସାହୁ, ବାବିନ ଜେନା, ଅନିଲ ସ୍ୱାଇଁ, ବିରଞ୍ଚି ସ୍ୱାଇଁଙ୍କ ସମେତ ଅନ୍ୟମାନେ ପ୍ରମୁଖ ଉପସ୍ଥିତ ଥିଲେ । ତିନିଦିନ ମଧ୍ୟରେ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯର୍୍ୟାନୁଷ୍ଠାନ ନହେଲେ ଥାନା ଘେରାଉ କରିବାକୁ ଚେତାବନୀ ଦିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *