ପିଡ଼ିତାଙ୍କୁ ନ୍ୟାୟ ଦାବି: ଥାନା ଆଗରେ ଧାରଣା
ରଘୁନାଥପୁର (ଆପ୍ର): ରଘୁନାଥପୁର ଥାନା ରେଢୁଅର ଗ୍ରାମର ଦୁଷ୍କର୍ମ ଶିକାର ହୋଇଥିବା ପିଡିତା ମହିଳାଙ୍କ ନ୍ୟାୟ ଦାବିରେ ପୁଲିସ ପ୍ରଶାସନର ପକ୍ଷପାତିତା ବିରୁଦ୍ଧରେ ମିଳିତ ଓଡିଶା ମହିଳା ମହାମଞ୍ଚ ଧାରଣା ଦେଇଥିଲା । ମହିଳାମାନେ ଧାରଣା ଦେବା ପରେ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଆଇଆଇସି ରାଜକିଶୋର ବେହେରା ସେମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ଅଭିଯୋଗ ଶୁଣିଥିଲେ । ସେ ନୂଆ ଜଏନ କରିଥିବା ଏବଂ କେଶ୍ ସମ୍ପର୍କରେ ଅବଗତ ନ ଥିବା ହେତୁ କିଛିଦିନ ସମୟ ଦେଲେ ମହିଳାଙ୍କୁ ନିଶ୍ଚିତ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଅଭିଯୋଗକାରୀ ଲିପ୍ସା ପ୍ରିୟଦର୍ଶିନୀ ସ୍ୱାଇଁଙ୍କ ଅଭିଯୋଗ ଅନୁଯାଇ, ଏହି ଥାନା ଅନ୍ତର୍ଗତ ଜଗନାଥପୁର (ଖରୀପଡିଆ) ଗ୍ରାମର ପ୍ରଭାସ ଚନ୍ଦ୍ର ସ୍ୱାଇଁ ତାଙ୍କୁ ଭଲ ପାଉଥିଲେ । ଥରେ ଏକୁଟିଆର ସୁଯୋଗ ନେଇ ତାଙ୍କୁ ବଳାକ୍ରାର କରିବା ସହ ଲିପ୍ସାଙ୍କୁ ବିଭାହ ପାଇଁ ପ୍ରତିଶ୍ରୁତି ବିବାହ କଥାକୁ ପ୍ରତ୍ୟାଖାନ କରିଥିଲେ ବୋଲି ଲିପ୍ସା ଅଭିଯୋଗ କରିଛନ୍ତି ।
ଏ ସମ୍ପର୍କରେ ସେ ଥାନାର ଦ୍ୱାରସ୍ଥ ହୋଇ ଦୁଇଥର ଫେରିବା ପରେ ତୃତୀୟ ଥର ପୁଲିସ ଅଭିଯୋଗ ରଖିଥିଲା ଏବଂ ଆପୋଷ ମତରେ ଗ୍ରାମରେ ସମାଧାନ କରିବା ପାଇଁ ପୋଲିସ ବାଧ୍ୟ କରିଥିବା ଲିପ୍ସା ପ୍ରକାଶ କରିଛନ୍ତି । ଗତ ଜୁଲାଇ ୧୦ ତାରିଖରେ ପଞ୍ଚାୟତରେ ସରପଞ୍ଚଙ୍କ ଉପସ୍ଥିତରେ ସମାଧାନ ହୋଇଥିଲା । ତେବେ ପ୍ରଭାସ ଏହାକୁ ନ ମାନିବାରୁ ଲିପ୍ସା ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଏକ ମାମଲା ରୁଜୁ କରି ପ୍ରଭାସଙ୍କୁ ଥାନାକୁ ଡାକି ଛାଡ଼ି ଦେଇଥିଲେ । ପିଡିତାଙ୍କ ପ୍ରତି ହେଉଥିବା ଅନ୍ୟାୟ ପ୍ରତିବାଦରେ ପୂର୍ବରୁ ଧାରଣା ଦିଆଯିବା ସମ୍ପର୍କରେ ଜିଲ୍ଲା ଏସ୍ପିଙ୍କୁ ଲିଖିତ ଅଭିଯୋଗ କରାଯାଇଛି ।