ଯୁବବର୍ଗଙ୍କୁ ମିଳିବ ପ୍ରୋତ୍ସାହନ

ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ୨.୦ର ଶୁଭାରମ୍ଭ
ଭୁବନେଶ୍ୱର, ୨୬ା୮ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାର୍ଟଅପ୍ ଓଡିଶାର ଫ୍ଲାଗସିପ୍ ପଦକ୍ଷେପ ଷ୍ଟାର୍ଟଅପ୍ ଓଡିଶା ଯାତ୍ରା ୨.୦ ଆରମ୍ଭ କରିଛନ୍ତି । ୨୬ ତାରିଖ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୬୦ ଦିନ ମଧ୍ୟରେ ୩୦ ଜିଲ୍ଲାର ୧୦୦ରୁ ଅଧିକ ଶିକ୍ଷାନୁଷ୍ଠାନକୁ ଅନ୍ତର୍ଭୁକ୍ତ କରିବ । ଏହା ତୃଣମୂଳ ସ୍ତରର ଉଦ୍ଭାବକ, ମହିଳା ଉଦ୍ୟୋଗୀଙ୍କୁ ସ୍କାଉଟ୍ କରିବା ଏବଂ ଯୁବକଙ୍କ ମଧ୍ୟରେ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛି । କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଯୁବବର୍ଗଙ୍କ ମନକୁ ଉଦ୍ୟୋଗୀ ହେବାର ପ୍ରେରଣା ଯୋଗାଇବ । ୨୦୨୫ ସୁଦ୍ଧା ରାଜ୍ୟରେ ୫୦୦୦ ଷ୍ଟାର୍ଟଅପ୍ ମିଶନ୍ ଅଛି ଏବଂ ଅଭିନବ ଚିନ୍ତାଧାରାକୁ ସାମ୍ନାକୁ ଆଣିବାରେ ଷ୍ଟାର୍ଟଅପ୍ ଓଡିଶା ଯାତ୍ରା ୨.୦ ପ୍ରମୁଖ ଭୂମିକା ଗ୍ରହଣ କରିବ । ରାଜ୍ୟରେ ବର୍ତ୍ତମାନ ୧୩୦୦ରୁ ଅଧିକ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ସହାୟତାରେ ୧୦,୦୦୦ ନିଯୁକ୍ତି ସୃଷ୍ଟି ହୋଇଛି । ଷ୍ଟାର୍ଟଅପ୍ର ୪୦% ମହିଳା ଉଦ୍ୟୋଗୀଙ୍କ ଦ୍ୱାରା ପରିଚାଳିତ ହେଉଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ଯାତ୍ରା ସମୟରେ, ଉଦ୍ୟୋଗର ଆତ୍ମାକୁ ବିକଶିତ କରିବା ପାଇଁ ରାଜ୍ୟର ବିଭିନ୍ନ ଅନୁଷ୍ଠାନରେ ବୁଟକ୍ୟାମ୍ପ ଆୟୋଜନ କରାଯିବ । ଓଡ଼ିଶା ପ୍ରତିଭାବାନ ଏବଂ ଅଭିନବ ପ୍ରତିଭାଙ୍କ ହବ୍ ହୋଇଥିବାରୁ ଷ୍ଟାର୍ଟଅପ୍ ଓଡିଶା ଯାତ୍ରା ୨.୦ ସମଗ୍ର ରାଜ୍ୟରେ ଧାରଣା ଏବଂ ଉଦ୍ଭାବକଙ୍କୁ ଚିହ୍ନଟ କରିବାରେ ଏକ ଅନୁକ୍ରମଣିକା ହେବ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ୫-ଟି ସଚିବ ଭି କେ ପାଣ୍ଡିଆନ୍ଙ୍କ ସମେତ ୫୦ରୁ ଊଦ୍ଧ୍ୱର୍ ଯୁବ ଷ୍ଟାର୍ଟଅପ୍ ପ୍ରତିଷ୍ଠାତା ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *