ଶରଧାବାଲିରେ ନଳା ପାଣି

‘ଶ୍ରୀକ୍ଷେତ୍ର ପୁରୀ ଗର୍ବ ଆମରି’ ଯୋଜନା ଫେଲ୍
ପୁରୀ (ବୁ୍ୟରୋ): କୋଟି କୋଟି ଓଡ଼ିଆଙ୍କର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ । ମହାପ୍ରଭୁଙ୍କୁ ଟିକେ ଦର୍ଶନ ଲାଗି ପ୍ରତ୍ୟେକ ଦିନ ରାଜ୍ୟର କୋଣଅନୁକୋଣରୁ ଆରମ୍ଭ କରି ବାହାର ରାଜ୍ୟର ଭକ୍ତଙ୍କ ସୁଅ ଶ୍ରୀକ୍ଷେତ୍ରକୁ ଛୁଟିଥାଏ । ସେମାନେ ବସ୍ ଓ ଟ୍ରେନ୍ ଯୋଗେ ପୁରୀରେ ପହଞ୍ଚôଲା ପରେ ବଡ଼ଦାଣ୍ଡରେ ବାଲିକୁ ମୁଣ୍ଡରେ ମାରିଥାନ୍ତି, କାରଣ ଏଠାରେ ବିଶ୍ୱନିୟନ୍ତା ଅବସ୍ଥାନ କରିଛନ୍ତି । ତତ୍ସହିତ ମହାପ୍ରଭୁଙ୍କ ପବିତ୍ର ଶରଧାବାଲି ଅନ୍ୟତମ । ଉକ୍ତ ବାଲିକୁ ଭକ୍ତମାନେ ଶ୍ରଦ୍ଧାରେ ମୁଣ୍ଡରେ ମାରିବା ସହ ଦେହରେ ବୋଳି ହୋଇଥାନ୍ତି । ଏପରିକି ରଥଯାତ୍ରା ସମୟରେ ହଜାର ହଜାର ଶ୍ରଦ୍ଧାଳୁ ଖୋଲାଆକାଶ ତଳେ ଏହି ପବିତ୍ର ଶରଧାବାଲିରେ ରାତ୍ରିଯାପନ କରନ୍ତି ।
ଏହି ପବିତ୍ର ଶରଧାବାଲି ଏବେ ଅବହେଳିତ ଓ ଦୁର୍ଗନ୍ଧମୟ । ଯେଉଁସ୍ଥାନକୁ ଅଗଣିତ ଭକ୍ତ ପ୍ରଣାମ କରିଥା’ନ୍ତି ସେହି ସ୍ଥାନ ଆଜି ନଳାପାଣିର ଦୁର୍ଗନ୍ଧରେ ଫାଟିପଡୁଛି । ଏପରିକି ସେହି ସ୍ଥାନରୁ ଆରମ୍ଭ କରି ଗୁଣ୍ଡିଚାମନ୍ଦିରର ନାକଚଣା ଦ୍ୱାର ପର୍ଯ୍ୟନ୍ତ ନଳାପାଣି ଭାସୁଛି । ନଳାପାଣିର ଦୁର୍ଗନ୍ଧରେ ଅତିଷ୍ଠ ହୋଇପଡ଼ିଲେଣି ସ୍ଥାନୀୟ ବାସିନ୍ଦା, ଭକ୍ତ ଓ ପର୍ଯ୍ୟଟକ । ପୂର୍ବରୁ ଶରଧାବାଲିକୁ ବସ୍ ମାଲିକମାନେ ବସ୍ଷ୍ଟାଣ୍ଡରେ ପରିଣତ କରି ଦେଇଥିଲେ । ଏପରିକିକି ସେମାନେ ବସ୍କୁ ମଧ୍ୟ ସେଠାରେ ପାଣିରେ ଧୋଉଥିଲେ । ଏନେଇ ଅଭିଯୋଗ ହେବା ପରେ ତାହା ବନ୍ଦ ହେବାର କିଛିଦିନ ପରେ ପୁଣି ନଳା ପାଣି ଭାସିଲାଣି ଶରଧାବାଲିରେ । ଉକ୍ତ ଦୃଶ୍ୟକୁ ଦେଖି ଭକ୍ତ ଓ ପର୍ଯ୍ୟଟକଙ୍କ ମହଲରେ ଘୋର ଅସନ୍ତୋଷ ଦେଖାଦେଇଛି । ସ୍ଥାନୀୟ ପୌରପାଳିକା ଓ ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ ଶରଧାବାଲିର ଗାରିମା ଦିନକୁ ଦିନ ନଷ୍ଟ ହେବାରେ ଲାଗିଛି ।
ସୂଚନାଥାଉକି, ପବିତ୍ର ଧାମ ଶ୍ରୀକ୍ଷେତ୍ରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ଲାଗି ଶ୍ରୀକ୍ଷେତ୍ର ଗର୍ବ ଆମରି ଯୋଜନା କାର୍ଯ୍ୟକାରୀ ହେଉଛି । ଏଥିଲାଗି ମଧ୍ୟ ପ୍ରତ୍ୟେକ ମାସରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ସହରର ମୁଖ୍ୟ ସିଂହଦ୍ୱାର ଠାରୁ ଆରମ୍ଭ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ସଂଯୋଗ କରୁଥିବା ବଡ଼ଦାଣ୍ଡ ସହ ସହରର ପ୍ରତ୍ୟେକ ଗଳିକନ୍ଦିକୁ ସ୍ୱଚ୍ଛ ରଖିବା ଲାଗି ଯୋଜନା ରହିଛି । ଉକ୍ତ ଯୋଜନା ଲାଗି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଥିଲେ ସୁଦ୍ଧା ତାହାକୁ ଦେଖିବାକୁ କେହି ନାହାନ୍ତି । ଫଳରେ ପୁରୀ ଆମରି ଗର୍ବ ଯୋଜନା ଫେଲ୍ ମାରିଛି ବୋଲି ଗବେଷକମାନେ ମତପ୍ରକାଶ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *