ଚାଷ ଜମିରୁ ଶୀଘ୍ର ଜଳ ନିଷ୍କାସନ ଲାଗି ନିଦେ୍ର୍ଦଶ
ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ସ୍ଥିତି ପରଖିଲେ ପୂର୍ବତନ ମନ୍ତ୍ରୀ
ପୁରୀ (ବୁ୍ୟରୋ): ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ପୁରୀ ସଦର ବ୍ଲକ୍ ଭାଇଲିପୁର ପଞ୍ଚାୟତ ଗସ୍ତ କରି ଅନ୍ତିକେରା, ରୁଆ, ଆରିହଁ, ଆରଳ ଓ ନୁଆପାଟଣା ମୌଜାର ଚାଷୀଙ୍କ ସହିତ ଜଳବନ୍ଦୀ ହୋଇଥିବା ଅଞ୍ଚଳର ଚାଷ କ୍ଷୟକ୍ଷତି ଆକଳନ ଏବଂ ମୌଜାରୁ ବନ୍ୟା ଜଳ ନିଷ୍କାସନ ପାଇଁ ଜଳସମ୍ପଦ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହା ସହିତ ଭାଇଲିପୁର ପଞ୍ଚାୟତ ଓ ଗେଉଡ଼କେରା ପଞ୍ଚାୟତର ଜଳବନ୍ଦୀ ହୋଇଥିବା ୧୨ଟି ଗାଁରୁ ବନ୍ୟା ଜଳନିଷ୍କାସନ ପାଇଁ ବେଦରପଡ଼ା ଠାରେ ଉପସ୍ଥିତ ଥିବା ଜଳସମ୍ପଦ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।
ପରେ ବ୍ରହ୍ମଗିରି ବ୍ଲକ୍ କାଣ୍ଡଗୋଦା ପଞ୍ଚାୟତ ଗସ୍ତକରି ଗୋବିନ୍ଦପୁର ମୌଜା, କାଣ୍ଡଗୋଦା ମୌଜା, ଲୁଣା ବାମପଟ ବନ୍ଧ ଜାଣମୁହଁ ଶଙ୍ଖ, ମାର୍କଣ୍ଡପଡ଼ା ଠାରୁ ମାଝୀପଡ଼ା ବନ୍ଧର ବନ୍ୟା ଜଳ ନିଷ୍କାସନ ନହେବା ପର୍ଯ୍ୟନ୍ତ ବନ୍ଧର ସୁରକ୍ଷା, କରମଳା ବ୍ରିଜ୍ ଠାରେ ଲାଗି ରହିଥିବା ଦଳକୁ ସଫା କରିବା ପାଇଁ ଡ୍ରେନେଜ୍ ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ରତ୍ନଚିରା ନଦୀକୁ ସଂଯୋଗ କରୁଥିବା ଘଟକୁଦି ପଞ୍ଚାୟତର ଭାଙ୍ଗି ଯାଇଥିବା ଗେଉଡ଼ ରଣପଡ଼ା ଶଙ୍ଖ ମରାମତି, ଚାଇଗିଣିଆ ଶଙ୍ଖ ମରାମତି ଏବଂ କୃଷ୍ଣସରଣପୁର ସାତକେରାରୁ ପୁରୀ ସଦର ବ୍ଲକ୍ କହ୍ନେଇବିଦ୍ୟାଧରପୁର ପଞ୍ଚାୟତକୁ ସଂଯୋଗ କରୁଥିବା ଖମାର ବ୍ରିଜ୍ ଠାରେ ବନ୍ୟା ଜଳ ନିଷ୍କାସନ ପାଇଁ ଉପସ୍ଥିତ ଥିବା ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରଭାତ ହୋତା ଓ କାଳୁ ଚରଣ ପଲାଇଙ୍କୁ ଶ୍ରୀ ଦାସବର୍ମା ପରାମର୍ଶ ଦେଇଛନ୍ତି । ଏହି ଗସ୍ତ ସମୟରେ ପୁରୀ ସଦର ବ୍ଲକ୍ ଭାଇଲିପୁର ପଞ୍ଚାୟତ ସମିତିସଭ୍ୟ କୀର୍ତ୍ତବିଯ୍ୟ ସ୍ୱାଇଁ, ଗଉଡ଼କେରା ସରପଞ୍ଚ ରମେଶ ପ୍ରଧାନ, ଘଟକୁଦି ସରପଞ୍ଚ ଆଲୋକ କୁମାର ବିଶ୍ୱାଳ ଓ ସମିତି ସଭ୍ୟ ରାଜା ଭଟ୍ଟ ପ୍ରମୁଖ ଉପସ୍ଥିତ ଥିଲେ ।