ଆଜି ପିକ୍ ଫ୍ଲଡ୍

ଫୁଲୁଛି ସୁବର୍ଣ୍ଣରେଖା
ଭୁବନେଶ୍ୱର, ୨୧ା୮ (ବୁ୍ୟରୋ): ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜରେ ୬ ଲକ୍ଷ କୁ୍ୟସେକ ପାଣି ଆସୁଛି । ଯାହାଫଳରେ ସୁବର୍ଣ୍ଣରେଖା ଅବବାହିକାରେ ପ୍ରବଳ ବନ୍ୟା ହେବାର ସମ୍ଭାବନା ରହିଛି । ମୟୂରଭଞ୍ଜର କିଛି ସ୍ଥାନ ସହ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ଉକ୍ରଟ ହେବ । ବାଲେଶ୍ୱରର ଭୋଗରାଇ, ଜଳେଶ୍ୱର, ନୀଳଗିରୀ ଓ ବସ୍ତା ଆଦି ଅଞ୍ଚଳ ବ୍ୟାପକ ଭାବେ ପ୍ରଭାବିତ ହେବ । ଏହି ସ୍ଥିତିରେ ବନ୍ୟା ପରିଚାଳନା ପାଇଁ ବାଲେଶ୍ୱର ଜିଲ୍ଲାପାଳ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନେ୍ଦଙ୍କୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି)ଙ୍କ କ୍ଷମତା ମିଳିଛି । ଜିଲ୍ଲାପାଳ ଶ୍ରୀ ସିନେ୍ଦଙ୍କୁ ସ୍ୱତନ୍ତ୍ର କ୍ଷମତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଦଶ ଦେଇଥିବା ଏସ୍ଆର୍ସି ପ୍ରଦୀପ ଜେନା ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳଙ୍କୁ ଗୋଟିଏ ହେଲିକପ୍ଟର ରଖିବାକୁ ମଧ୍ୟ ନିଦେ୍ର୍ଦଶ ଦିଆଯାଇଛି । ଯାହା ସ୍ଥିତି ମୁକାବିଲା କରିବା ସହ ଆବଶ୍ୟକ ପଡ଼ିଲେ ବନ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାରେ ବ୍ୟବହୃତ ହୋଇପାରିବ ।
ବାଲେଶ୍ୱରରେ ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ବନ୍ୟାର ପ୍ରଭାବ ରହିବାକୁ ଥିବାବେଳେ ମଧ୍ୟାହ୍ନ ୧୨ଟା ସମୟରେ ସୁବର୍ଣ୍ଣରେଖାରେ ପିକ୍ ଫ୍ଲଡ୍ ଅତିକ୍ରମ କରିବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି । ବଡ଼ ବନ୍ୟାକୁ ଦୃଷ୍ଟିରେ ରୂଖି ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୪ ବ୍ଲକରେ ପଦକ୍ଷେପ ନେବା ଆରମ୍ଭ ହୋଇଛି । ଜିଲ୍ଲାରେ ଗୋଟିଏ ଏନ୍ଡିଆର୍ଏଫ୍, ଗୋଟିଏ ଓଡ୍ରାଫ୍ ଓ ୧୨ ଅଗ୍ନିଶମ ବାହିନୀ ମୁତୟନ ରହି ତଳି ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର ଜାରି ରଖିଥିବାବେଳେ ଆବଶ୍ୟକତା ଦୃଷ୍ଟିରୁ ଜିଲ୍ଲା ବାହାରୁ ଆଉ ୩ ଏନ୍ଡିଆରଏଫ୍, ୨ ଓଡ୍ରାଫ୍ ଏବଂ ୮ ଅଗ୍ନିଶମ ଟିମ୍ ଅଣାଯାଇ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ସମସ୍ତେ ଏବେ ଉଊଦ୍ଧାର କାର୍ଯ୍ୟରେ ଲାଗିଥିବାବେଳେ ଝାରଖଣ୍ଡରୁ ଏବେ ଇନ୍ ଫ୍ଲୋ କମିଛି । ବନ୍ୟା ପରିଚାଳନାରେ ଝାରଖଣ୍ଡ ସରକାର ସହଯୋଗ କରିବା ସହ ସମସ୍ତ ତଥ୍ୟ ପ୍ରଦାନ କରୁଛନ୍ତି । ଗାଲୁଡିହି ବ୍ୟାରେଜ୍ର ୧୬ ଗେଟ୍ ଖୋଲାଯିବା ପରେ ଅଧିକ ଜଳ ଆସୁଥିଲା, କିନ୍ତୁ ରବିବାର ସନ୍ଧ୍ୟା ସୁଦ୍ଧା ଏହାର ଇନ୍ ଫ୍ଲୋ କମିଥିବା ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।
ସେପଟେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ତରଫରୁ ୪ ପ୍ରଭାବିତ ବ୍ଲକ ପାଇଁ ୫ ଜଣ ନୋଡାଲ ଅଫିସର ନିୟୋଜିତ ହୋଇଛନ୍ତି । ଉଦ୍ଧାର କରାଯାଉଥିବା ଲୋକମାନଙ୍କ ପାଇଁ ପ୍ରଭାବିତ ଅଞ୍ଚଳରେ ଥିବା ସମସ୍ତ ବହୁମୂଖୀ ଆଶ୍ରୟସ୍ଥଳୀ ସମେତ ଦୁଇମହଲା ବିଶିଷ୍ଟ ସରକାରୀ ସ୍କୁଲ ଏବଂ ସରକାରୀ ଘରଗୁଡ଼ିକ ପ୍ରସ୍ତୁତ ରଖାଯାଇଛି । ଅପରାହ୍ଣ ୪ଟା ସୁଦ୍ଧା ୫ ହଜାର ଲୋକଙ୍କୁ ଉପରମୁଣ୍ଡକୁ ଅଣାଯାଇଥିବାବେଳେ ଆସନ୍ତାକାଲି ସୁଦ୍ଧା ଦେଢ଼ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଜଣାଯାଇଛି । ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଆଡଭାନ୍ସ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି । ସିଏଚସି ଏବଂ ପିଏଚ୍ସିରେ ୧୪ ଜଣ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ଆଲର୍ଟ ହୋଇ ରହିଛନ୍ତି ।
ସେହିପରି ବାଲିଆପାଳ ବ୍ଲକରେ ୨ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍ ଯେଉଁଥିରେ ଡାକ୍ତର, ଷ୍ଟାଫ୍ ନର୍ସ ଓ ଫାର୍ମାସିଷ୍ଟଙ୍କୁ ମିଶାଇ ୪ ଜଣ ଅଛନ୍ତି ଏବଂ ବସ୍ତା ବ୍ଲକରେ ୨ ଭ୍ରାମ୍ୟମାଣ ମେଡିକାଲ ଟିମ୍କୁ ଉଦ୍ଧାରକାରୀ ଦଳ ସହ ରହିବାକୁ ନିଦେ୍ର୍ଦଶ ଦିଆଯାଇଛି ।
ବନ୍ୟାକୁ ନେଇ ପ୍ରତିକ୍ରିୟା ରଖି ଏସ୍ଆର୍ସି ଶ୍ରୀ ଜେନା କହିଛନ୍ତି, ବାଲେଶ୍ୱରରେ ୪୦ ଅପରେସନ ଟିମ ରହିବ । ବର୍ତ୍ତମାନ ରେସକୁ୍ୟ କାର୍ଯ୍ୟରେ ଲାଗିଛୁ, ଏହା ପରେ ରିଲିଫ୍ କାର୍ଯ୍ୟକୁ ଯିବୁ । ୨୦୦୮ଠୁ ବି ବଡ଼ ବନ୍ୟା ସୁବର୍ଣ୍ଣରେଖା ଅବବାହିକାରେ ହେବାକୁ ଯାଉଛି । ତେଣୁ ମନ୍ତ୍ରୀ ପ୍ରତାପ ଦେବଙ୍କୁ ରାଜ୍ୟ ସରକାର ସେହି ଅଞ୍ଚଳକୁ ପଠାଇଛନ୍ତି । ସେ ଅଞ୍ଚଳରେ ସମସ୍ତ ଜନ ପ୍ରତିନିଧିଙ୍କୁ ନେଇ ସ୍ଥିତିର ମୁକାବିଲା ଦିଗରେ କାମ ଜାରି ରହିଛି । ବୁଢ଼ାବଳଙ୍ଗରେ କିଛି ସ୍ଥାନରେ ପାଣି ଖସିବା ଆରମ୍ଭ ହୋଇଛି । ବୈତରଣୀ ବିପଦ ସଙ୍କେତଠୁ ଗୋଟିଏ ମିଟର ଅଧିକ ପାଣି ଅତିକ୍ରମ କରୁଛି, କିନ୍ତୁ ଏହା ଫଲିଂ ଟ୍ରେଣ୍ଡରେ ଅଛି । ଆଖୁଆପଦାରେ କିଛି ସମୟ ପରେ ପାଣି ଖସିବା ଆରମ୍ଭ ହେବ । କାଣି ନଦୀରେ ହୋଇଥିବା ଘାଇ ମରାମତି ହୋଇପାରିନଥିଲା । ଏଣୁ ବନ୍ୟା ପାଣି ପୁଣି ଆସିବାରୁ ସେଠାରେ ପାଣି ପଶିବା ଆରମ୍ଭ କରିଛି । ବୈତରଣୀ ପାଇଁ ଯାଜପୁର ଓ ଭଦ୍ରକକୁ ଆଲର୍ଟରେ ରଖାଯାଇଥିବା ଏସ୍ଆର୍ସି ଶ୍ରୀ ଜେନା କହିଛନ୍ତି ।
ସେପଟେ ମହାନଦୀରେ ଜଳସ୍ତର କମୁଛି । ହୀରାକୂଦର ଜଳସ୍ତର ୬୨୧.୩୫ ରହିଛି । ଆସନ୍ତାକାଲି ମଧ୍ୟ ମହାନଦୀକୁ ପାଣି ଅଧିକ ଆସିବାର ସମ୍ଭାବନା ନାହିଁ । ଏବେ ମହାନଦୀରେ ସିଷ୍ଟମରେ ଆଉ ବନ୍ୟା ଆଶଙ୍କା ନାହିଁ । କିନ୍ତୁ ସୁବର୍ଣ୍ଣରେଖା ପାଇଁ ବିପଦ ରହିଛି । ବନ୍ୟାର ପ୍ରକୋପ ଅପେକ୍ଷାକୃତ ଅଧିକ ରହିବ । ଜମଶୋଲା ଘାଟ ନିକଟରେ ସୁବର୍ଣ୍ଣରେଖା ଜଳସ୍ତର ବିପଦ ସଙ୍କେତଠାରୁ ୪ ମିଟର ଉପରେ ରହିଛି । ଯାହା ଚିନ୍ତା ଜନକ ହୋଇଥିବାବେଳେ ଲୋକଙ୍କ ଉଦ୍ଧାର କାର୍ଯ୍ୟକୁ ବ୍ୟାପକ କରିବାକୁ ନିଦେ୍ର୍ଦଶ ଦିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *