ଅଳିଆ ପକାଇବାକୁ ୱାର୍ଡବାସୀ ହନ୍ତସନ୍ତ

ଓଦା-ଶୁଖିଲା ପ୍ରକ୍ରିୟାକରଣ ବ୍ୟାଟେରୀ ଗାଡ଼ି ସେବା ବନ୍ଦ
ଜଗତସିଂହପୁର (ସ୍ୱପ୍ର): ଜଗତସିଂହପୁର ପୌରାପରିଷଦ ପକ୍ଷରୁ ୨୧ ଟି ୱାର୍ଡପାଇଁ ପ୍ରତ୍ୟେକ ଦିନ ସକଳ ୬ ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ୱାର୍ଡକୁ ଯାଇ ପୌରାଞ୍ଚଳବାସୀଙ୍କ ଠାରୁ ଓଦା ଓ ଶୁଖିଲା ଅଳିଆ ସଂଗ୍ରହ କରି ସ୍ଥାନୀୟ କଲେଜ ଛକ ନିକଟରେ ଥିବା ଓଦା-ଶୁଖିଲା ପ୍ରକ୍ରିୟା କରଣ ସ୍ଥାନରେ ପକାଇଥାନ୍ତି । ଏହି କାର୍ଯ୍ୟ ପାଇଁ ପୌରପରିଷଦ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ୧୨ ଟି ବ୍ୟାଟେରି ଚାଳିତ ଗାଡ଼ି ଏହି କାର୍ଯ୍ୟରେ ନିୟୋଜିତ ହୋଇଥାଏ ।
ବ୍ୟାଟେରୀ ଗାଡିକୁ ଚଳାଇବା ପାଇଁ ପୌରପରିଷଦର ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠିର ୯ ଜଣଙ୍କୁ ତାଲିମ ଦିଆଯାଇ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ତେବେ କିଛିଦିନ ଚାଲିବା ପରେ ଏହି ବ୍ୟାଟେରୀ ଗାଡି ଗୁଡିକ ଅଚଳ ହୋଇ ପଡି ରହିଛି । ତେବେ ଗାଡିÿ ଗୁଡିକ ନିମ୍ନମାନର ହୋଇଥିବାରୁ କିଛିଦିନ ଚାଲିବା ପରେ ବନ୍ଦ ହୋଇପଡିଛି । ଏପରିକି ଗାଡିÿ ଗୁଡିକ ଏବେ ପୌର ପରିଷଦରେ ପଡି ଖତ ହେବାକୁ ବସିଲାଣି । ଗାଡି ଚାଳକ ମାନେ ମଧ୍ୟ ପ୍ରତ୍ୟେକ ଦିନ ସକାଳ ୬ ଟାରେ ଆସି ଉପସ୍ଥାନ ପକାଇ ଘରକୁ ପଳାଇଯାଉଥିବା ଦେଖିବାକୁ ମିଳିଛି । ୱାର୍ଡବାସୀ ନିଜର ଅଳିଆ ଆବର୍ଜନା ପକାଇବାକୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି । ତେଣୁ ତୁରନ୍ତ ଗାଡି ମରାମତି କରି ୱାର୍ଡରୁ ଅଳିଆ ନେବାକୁ ୱାର୍ଡବାସୀ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *