ଖୁଚୁରା ମୁଦ୍ରାସ୍ଫୀତି ୬.୭୧%କୁ ହ୍ରାସ

ଆଶ୍ୱସ୍ତି: ୫ ମାସରେ ସର୍ବନିମ୍ନ ସ୍ତରରେ ମହଙ୍ଗା ହାର
ନୂଆଦିଲ୍ଲୀ (ଏଜେନ୍ସି): ଗତ ଜୁଲାଇ ମାସରେ ଦେଶବାସୀଙ୍କୁ ମହଙ୍ଗା ହାରରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ୬.୭୧%କୁ ହ୍ରାସ ପାଇଥିଲା । ଏସମ୍ପର୍କରେ ସରକାରୀ ସ୍ତରରେ ଜାରି କରାଯାଇଥିବା ଏକ ବିସ୍ତୃତ ରିପୋର୍ଟ ଏବେ ସାମ୍ନାକୁ ଆସିଛି । ଏଥିରେ ସରକାରୀ ତଥ୍ୟ ଆଧାରରେ କଞ୍ଜୁମର ପ୍ରାଇସ୍ ଇଣ୍ଡେକ୍ସ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ହାର ଜୁଲାଇରେ ହ୍ରାସ ପାଇ ୬.୭%ରେ ସ୍ଥିର ରହିଥିବା ଦର୍ଶାଯାଇଛି, ଯାହାକି ଗତ ୫ମାସ ମଧ୍ୟରେ ସର୍ବନିମ୍ନ ସ୍ତର ବୋଲି ବିବେଚନା କରାଯାଉଛି । ଏହାପୂର୍ବରୁ ଚଳିତ ବର୍ଷ ଫେବ୍ରୁଆରୀରେ ମୁଦ୍ରାସ୍ଫୀତି ହାର ୬.ଠ୭% ଥିଲା । ଅନ୍ୟପକ୍ଷେ ଜୁନ୍ରେ ଏହି ହାର ୭.ଠ୧% ରହିଥିଲା ବୋଲି ରିପୋର୍ଟ ଦର୍ଶାଇଛି । ଖାଦ୍ୟପେୟ ସାମଗ୍ରୀର ମୂଲ୍ୟ ହ୍ରାସ ପାଇବା କାରଣରୁ ଦେଶରେ ମହଙ୍ଗା ହାର ସାମାନ୍ୟ ହ୍ରାସ ପାଇଛି । ପରିଣାମସ୍ୱରୁପ ଜୁଲାଇରେ ଖାଦ୍ୟସ୍ଫୀତି ୬.୭୫%କୁ ଖସିଆସିଥିଲା ଯେତେବେଳେ କି ଜୁନ୍ରେ ଖାଦ୍ୟସ୍ଫୀତି ୭.୭୫% ରହିଥିଲା । ସେହିପରି ମେ’ ମାସରେ ଏହା ୭.୯୭% ଏବଂ ଏପ୍ରିଲରେ ଏହା ୮.୩୮% ରହିଥିଲା । ତେବେ ଯଦିଓ ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ହାର ହ୍ରାସ ପାଇଛି, କିନ୍ତୁ କ୍ରମାଗତ ୭ମ ଥର ପାଇଁ ଆରବିଆଇ (ଭାରତୀୟ ରିଜର୍ଭ ବ୍ୟାଙ୍କ୍)ର ପୂର୍ବାନୁମାନ (୬%) ଠାରୁ ଊଦ୍ଧ୍ୱର୍ରେ ରହିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ଜାନୁଆରୀରେ ଖୁୂଚୁରା ମୁଦ୍ରାସ୍ଫୀତି ୬.ଠ୧%, ଫେବ୍ରୁଆରୀରେ ୬.ଠ୭%, ମାର୍ଚ୍ଚରେ ୬.୯୫%, ଏପ୍ରିଲ୍ରେ ୭.୭୯% ଏବଂ ମେ’ ମାସରେ ୭.ଠ୪% ରହିବା ରେକର୍ଡ କରାଯାଇଥିଲା । ଅର୍ଥାତ୍ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଖୁଚୁରା ମୁଦ୍ରାସ୍ଫୀତି ୭%ରୁ ଊଦ୍ଧ୍ୱର୍ରେ ରହିଥିଲା । ପ୍ରକାଶ, ଏହା ପୂର୍ବରୁ ଜୁଲାଇରେ ଦରବୃଦ୍ଧି ହାର ୬.୬୫ ପ୍ରତିଶତ ରହିପାରେ ବୋଲି ଅନୁମାନ କରାଯାଉଥିଲା । ଖାଦ୍ୟ ପଦାର୍ଥ ମୂଲ୍ୟରେ ହ୍ରାସ ଏବଂ ଇନ୍ଧନ ଉପରେ ଟ୍ୟାକ୍ସ କମ କରାଯିବା ପରେ ଦରବୃଦ୍ଧି ହ୍ରାସ ହେବାର ସଂକେତ ମିଳିଥିଲା । ଲଗାତାର ଚିନ୍ତାର କାରଣ ପାଲଟିଥିବା ଖୁଚୁରା ମୁଦ୍ରାସ୍ଫୀତି ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ୨% ହ୍ରାସ ହୋଇ ୫%ରେ ପହଞ୍ଚôପାରେ । ଗତ ୩ ମାସ ମଧ୍ୟରେ ସରକାର ଏବଂ ଆରବିଆଇ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଯୋଗୁଁ ଦରବୃଦ୍ଧିରେ ସାମାନ୍ୟ ଆଶ୍ୱସ୍ତି ମିଳିଛି । ନିକଟରେ ଆର୍ବିଆଇ ରେପୋ ରେଟ୍ରେ ଠ.୫ଠ% ବୃଦ୍ଧି କରିଛନ୍ତି । ଏହାଦ୍ୱାରା ଦେଶରେ ରେପୋରେଟ୍ ୪.୪ଠ%ରୁ ବୃଦ୍ଧି ପାଇଁ ୪.୯ଠ% ହୋଇଯାଇଛି । ନାଇଟ୍ ଫ୍ରାଙ୍କ୍ ଇଣ୍ଡିଆ ରିସର୍ଚ୍ଚ ଡାଇରେକ୍ଟର ବିବେକ ରାଠୀ ଏସମ୍ପର୍କରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଇବାକୁ ନେଇ ବିଶେଷ ଆଶ୍ୱସ୍ତ ହେବାର କୌଣସି କାରଣ ନାହିଁ । କାରଣ ପେଟ୍ରୋଲ-ଡିଜେଲ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ କରାଯାଉଥିବା ସବୁ ପ୍ରୟାସ ବିଫଳ ସାବ୍ୟସ୍ତ ହେବାରେ ଲାଗିଛି । ଫଳରେ ଦେଶରେ ତୈଳସ୍ଫୀତି ଏବେ ବି ବର୍ଦ୍ଧିତ ସ୍ତରରେ ରହିଛି, ଯାହାକି ଚିନ୍ତାର କାରଣ । ପେଟ୍ରୋଲ-ଡିଜେଲ ମୂଲ୍ୟ ହ୍ରାସ ନପାଇବା ଦ୍ୱାରା ଖୁୂବ୍ କମ୍ ସମୟ ମଧ୍ୟରେ ଖୁଚୁରା ମୁଦ୍ରାସ୍ଫୀତିରେ ପୁଣିଥରେ ବୃଦ୍ଧି ଦେଖିବାକ୍ୁ ମିଳିପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *