ୱାଶିଂଟନ୍,୭ା୮: ତାଇୱାନ୍ଙ୍କୁ ଚୀନ୍ର ସେନାବାହିନୀ ପିଏଲ୍ ଚାରିଦିଗରୁ ଘେରିରହି ଯୁଦ୍ଧାଭ୍ୟାସ ଜାରି ରଖିଥିବା ବେଳେ ଡ୍ରାଗନ୍କୁ ନିୟନ୍ତ୍ରଣରେ ରଖିବା ଉଦେ୍ଦଶ୍ୟରେ ଆମେରିକା ତାର ମହାବିନାଶକ ୭ମ ଯୁଦ୍ଧପୋତ (ୟୁଏସ୍ଏସ୍ ରୋନାଲ୍ଡ ରିଗନ୍)କୁ ଦକ୍ଷିଣ ଚୀନ୍ ସାଗରରେ ସଜାଗ ରଖିଛି । ଏହାସହିତ ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନ ଚୀନ୍କୁ ଚେତାବନୀ କହିଛନ୍ତି ସଙ୍କଟ ସୃଷ୍ଟି କଲେ ପରିଣାମ ଭଲ ହେବ ନାହିଁ । ନାନ୍ସୀ ପେଲୋସୀ (ଆମେରିକା ସଂସଦ ସ୍ପିକର୍)ଙ୍କ ତାଇୱାନ୍ ଗସ୍ତକୁ ବିରୋଧ ବାହାନାରେ ତାଇୱାନ୍ ଷ୍ଟ୍ରେଟ୍ରେ ସାମରିକ କାର୍ଯ୍ୟାନୁଷ୍ଠାନ ବଢ଼ାଇବା ଉଚିତ ନୁହେଁ । ଆମେରିକାର ୭ମ ଯୁଦ୍ଧ ପୋତରେ ୫୦ରୁ ୭୦ ଜାହାଜ ଓ ବୁଡ଼ାଜାହାଜ ସାମିଲ୍ । ଏହାଛଡ଼ା ୧୫୦ ଯୁଦ୍ଧ ବିମାନ ଏଥିରେ ଅନ୍ତର୍ଭୁକ୍ତ । ପ୍ରାୟ ୨୦ ହଜାର ନୌସୈନିକ ଦିନରାତି ଏଥିରେ ମୁତୟନ ରହିଥାନ୍ତି । ୭୫ ବର୍ଷରୁ ଅଧିକ କାଳ ହେଲା ୭ମ ନୌବହର ଭାରତ ମହାସାଗରରେ ଉପସ୍ଥିତି ଜାରି ରଖିଆସିଛି । ପଶ୍ଚିମ ପ୍ରଶାନ୍ତ ଓ ଭାରତ ମହାସାଗର ଇଲାକାରେ ଏହାର ସକ୍ରିୟତା ପରିଲକ୍ଷିତ ହୁଏ । ୭ମ ଯୁଦ୍ଧପୋତର କାର୍ଯ୍ୟକ୍ଷେତ୍ର ୧୨.୪ କୋଟି ବର୍ଗ କିଲୋମିଟରରୁ ଅଧିକ । ଏହାର ସଞ୍ଚାଳନା କ୍ଷେତ୍ର ମଧ୍ୟରେ ଅଛି ୩୬ ଦେଶ ।