ପୁଣି ବଢ଼ିବ ପେଟ୍ରୋଲ-ଡିଜେଲ୍

ନୂଆଦିଲ୍ଲୀ(ଏଜେନ୍ସି): ଆଗାମୀ ଦିନରେ ପୁଣି ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି ପାଇବ । ଦେଶର ବରିଷ୍ଠ ଅର୍ଥନୀତିଜ୍ଞ ତଥା ବିଶେଷଜ୍ଞମାନେ ଏପ୍ରକାର ଆଶଙ୍କା ବ୍ୟକ୍ତ କରିଛନ୍ତି । ସେମାନଙ୍କ କହିବାନୁସାରେ ଦେଶର ସରକାରୀ ତୈଳ କମ୍ପାନୀଗୁଡ଼ିକ ହେଉଥିବା କ୍ଷତି କାରଣରୁ ଦେଶବାସୀଙ୍କୁ ପୁଣି ପେଟ୍ରୋଲ-ଡିଜେଲ୍ ମୂଲ୍ୟ ବୃଦ୍ଧିଜନିତ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିପାରେ । ଅର୍ଥାତ୍ କମ୍ପାନୀଗୁଡ଼ିକୁ ହେଉଥିବା କ୍ଷତିକୁ ଦୃଷ୍ଟିରେ ରଖି କମ୍ପାନୀ କ୍ଷତିପୂରଣ ବାବଦକୁ ତୈଳ ମୂଲ୍ୟ ବୃଦ୍ଧି କରିପାରନ୍ତି ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି ।
ପ୍ରକାଶ, ଦେଶର ଅନ୍ୟତମ ଅଗ୍ରଣୀ ତୈଳ କମ୍ପାନୀ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (ଏଚ୍ପିସିଏଲ୍)କୁ ଅର୍ଥବର୍ଷ ୨ଠ୨୨-୨୩ର ପ୍ରଥମ ତୈ୍ରମାସ (ଏପ୍ରିଲ-ଜୁନ୍)ରେ ୧ଠ,୧୯୬.୯୪କୋଟି ଟଙ୍କାର କ୍ଷତି ହୋଇଛି, ଯାହାକି ବର୍ତ୍ତମାନ ସୁଦ୍ଧା ଯେକୌଣସି ତ୍ରୈମାସରେ କମ୍ପାନୀକୁ ହୋଇଥିବା ସର୍ବବୃହତ୍ କ୍ଷତି ଭାବେ ଦର୍ଶାଯାଉଛି । ସୂଚନାଯୋଗ୍ୟ, ଗତ ଆର୍ଥିକ ବର୍ଷ ୨ଠ୨୧-୨୨ର ସମାନ ସମୟ ଅର୍ଥାତ୍ ଏପ୍ରିଲ-ଜୁନ୍ ସୁଦ୍ଧା ଏଚ୍ପିସିଏଲ୍ କମ୍ପାନୀକୁ ୧୭୯୫ କୋଟି ଟଙ୍କାର ଲାଭ ହୋଇଥିଲା । ଯେତେବେଳେ କି ଜାନୁଆରୀ-ମାର୍ଚ୍ଚ ବେଳକୁ ଏହା ୧୯ଠଠ.୮ଠ କୋଟି ଟଙ୍କାରେ ପହଞ୍ଚôପାରିଥିଲା । ତେବେ ଏହାପୂର୍ବରୁ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ) ମଧ୍ୟ ୨ଠ୨୨-୨୩ ପ୍ରଥମ ତ୍ରୈମାସ ଏପ୍ରିଲ-ଜୁନ୍ରେ ୧୯୯୨.୫୩ କୋଟି ଟଙ୍କାର କ୍ଷତି ହୋଇଥିବା ଦର୍ଶାଇଛି ଯେତେବେଳେ କି ୨ଠ୨୧-୨୨ ଅର୍ଥବର୍ଷର ସମାନ ଅବଧି (ଏପ୍ରିଲ-ଜୁନ୍)ରେ ୫୯୪୧.୩୭କୋଟି ଏବଂ ଜାନୁଆରୀ-ମାର୍ଚ୍ଚ ତୈ୍ରମାସରେ ୬,ଠ୨୧.୯ କୋଟି ଟଙ୍କା ଲାଭ କରିଥିଲା ।
ତେବେ କେବଳ ଏହି ଦୁଇ ତୈଳ କମ୍ପାନୀ ନୁହଁନ୍ତି ବରଂ ଦେଶର ଅନ୍ୟ ତୈଳ କମ୍ପାନୀଗୁଡ଼ିକ ମଧ୍ୟ ସମାନ ସ୍ଥିତି ଭୋଗ କରୁଛନ୍ତି । ସୁତରାଂ ଆଗାମୀ ଦିନରେ ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି କରିବା କମ୍ପାନୀଙ୍କ ପାଖରେ ଏକମାତ୍ର ବିକଳ୍ପ ଭାବେ ଦୃଶ୍ୟମାନ ହେଉଛି । ଅନ୍ତର୍ଜାତୀୟ ବଜାରରୁ ଅଧିକ ଅର୍ଥରେ ତୈଳ କିଣି ଶସ୍ତାରେ ବିକ୍ରି କରିବା ଦ୍ୱାରା ତୈଳ କମ୍ପାନୀଗୁଡ଼ିକୁ ଏପ୍ରକାର କ୍ଷତି ହୋଇଥିବା କୁହାଯାଉଛି । ସୁତରାଂ ଏସବୁ କ୍ଷତିର ଭରଣା ପାଇଁ ଆଗାମୀ ଦିନରେ ସରକାର ମଧ୍ୟ ତୈଳ ବୃଦ୍ଧି ପ୍ରସଙ୍ଗରେ ନିରବ ରହିବାକୁ ବାଧ୍ୟ ହେବେ । ପ୍ରକାଶ, ଏପ୍ରିଲ-ଜୁନ୍ ତୈ୍ରମାସରେ ଭାରତରେ ଅଶୋଧିତ ପେଟ୍ରୋଲିୟମଜାତ ତୈଳ ମୂଲ୍ୟ ଆମଦାନୀ ହାର ୧ଠ୯ ଆମେରିକୀୟ ଡଲାର ପ୍ରତି ବ୍ୟାରେଲ ରହିଥିଲା । ମାତ୍ର ଖୁଚୁରା ପମ୍ପ୍ର ପେଟ୍ରୋଲ-ଡିଜେଲ ମୂଲ୍ୟ ହାରାହାରି ୮୫-୮୭ ଡଲାର ପ୍ରତି ବ୍ୟାରେଲ ଥିଲା । ଅର୍ଥାତ୍ ତୈଳ କମ୍ପାନୀଗୁଡ଼ିକୁ ଏହି ସମୟରେ ଅନେକ କ୍ଷତି ସହ୍ୟ କରିବାକୁ ପଡ଼ିଛି । ଆଇଓସିଏଲ କମ୍ପାନୀ ଏପ୍ରିଲ-ଜୁନ୍ରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଯଥାକ୍ରମେ ୧ଠ ଟଙ୍କା ଏବଂ ୧୪ ଟଙ୍କା ହିସାବରେ କ୍ଷତିରେ ବିକ୍ରି କରିଛି ।
ସୂଚନାଯୋଗ୍ୟ, ୨ଠ୧ଠ ଜୁନ୍ ପର୍ଯ୍ୟନ୍ତ ପେଟ୍ରୋଲର ବଜାର ମୂଲ୍ୟ ନିର୍ଦ୍ଧାରଣ କରିବାର କ୍ଷମତା ଭାରତ ସରକାରଙ୍କ ପାଖରେ ଥିଲା । ସେତେବେଳେ ପ୍ରତି ୧୫ଦିନରେ ଥରେ ମୂଲ୍ୟ ପରିବର୍ତ୍ତନ କରାଯାଉଥିଲା । ତେବେ ୨୬ ଜୁନ୍ ୨ଠ୧ଠ ପରେ ଭାରତ ସରକାର ପେଟ୍ରୋଲ ମୂଲ୍ୟ ନିର୍ଦ୍ଧାରଣ କରିବାର କ୍ଷମତାକୁ ଦେଶର ତୈଳ କମ୍ପାନୀଗୁଡ଼ିକ ଉପରେ ନ୍ୟସ୍ତ କରିଦେଇଥିଲେ । ସେହିପରି ୨ଠ୧୪, ଅକ୍ଟୋବର ପର୍ଯ୍ୟନ୍ତ ଡିଜେଲ ସଂକ୍ରାନ୍ତ ନିଷ୍ପତ୍ତି ଭାରତ ସରକାର ନେଉଥିବା ବେଳେ ୧୯ ଅକ୍ଟୋବର ୨ଠ୧୪ରେ ଏହାକୁ ମଧ୍ୟ ବଜାର ହାତରେ ସମର୍ପି ଦିଆଯାଇଥିଲା । ସିଧାସଳଖ କହିଲେ ସେବେଠାରୁ ଆଜି ପର୍ଯ୍ୟନ୍ତ ତୈଳ କମ୍ପାନୀଗୁଡ଼ିକ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ, ଏକ୍ସଚେଞ୍ଜ୍ ରେଟ୍, ଟିକସ, ଟ୍ରାନ୍ସପୋର୍ଟେସନ୍ ସହ ଅନ୍ୟାନ୍ୟ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଦୈନିକ ହିସାବରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ ପରିବର୍ତ୍ତନ କରିବା ଆରମ୍ଭ କରିଦେଇଛନ୍ତି । ସୂଚନାଯୋଗ୍ୟ ଗତ ଏପ୍ରିଲ ୬ ତାରିଖ ପରଠାରୁ ଅର୍ଥାତ୍ ୪ ମାସ ଧରି ଦେଶରେ ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି ହୋଇନାହିଁ । ସେହିପରି ଗତ ମେ’ ମାସରେ ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ୍ ଉପରେ ଲିଟର ପିଛା ଯଥାକ୍ରମେ ୮ଟଙ୍କା ଏବଂ ୬ଟଙ୍କା ଲେଖାଏ ଏକ୍ସାଇଜ୍ ଡୁ୍ୟଟି ବାବଦ ହ୍ରାସ କରିଥିଲେ । ଫଳରେ ପେଟ୍ରୋଲ ଲିଟର ପ୍ରତି ୯.୫ଠ ଟଙ୍କା ପର୍ଯ୍ୟନ୍ତ ଏବଂ ଡିଜେଲ ୭ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *